Advertisment

ଦେଶର ସବୁଠୁ ଡେଙ୍ଗା ଲୋକର ହେଲା ଅଣ୍ଟା ଅପରେସନ

ଅହମ୍ମଦାବାଦର: ଅହମ୍ମଦାବାଦର ଏକ ଘରୋଇ ଡାକ୍ତରଖାନା ଭାରତର ସବୁଠୁ ଡେଙ୍ଗା ବ୍ୟକ୍ତିଙ୍କର ଦ୍ୱିପାକ୍ଷିକ ହିପ୍ ରିପ୍ଲେସମେଣ୍ଟ ସର୍ଜରିକୁ ସଫଳ କରି ଦେଖାଇଛି। ଯାହା ଏବେ ଦେଶର ମେଡିକାଲ୍‌ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି। ଉତ୍ତର ପ୍ରଦେଶର ପ୍ରତାପଗଡ଼ ନିବାସୀ ଧର୍ମେନ୍ଦ୍ର ପ୍ରତାପ ସିଂହ ୨୦୧୩ରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଯାହା ପରଠୁ ୬ ବର୍ଷ ହେଲା ଅଣ୍ଟା ଦରଜରେ ସେ ଭୀଷଣ କଷ୍ଟ ଭୋଗୁଥିଲେ। ୮ ଫୁଟ୍ ୧ ଇଞ୍ଚ ଉଚ୍ଚତାର ଧର୍ମେନ୍ଦ୍ର ଅନେକ […]

ଦେଶର ସବୁଠୁ ଡେଙ୍ଗା ଲୋକର ହେଲା ଅଣ୍ଟା ଅପରେସନ

hip-surgery

Advertisment

ଅହମ୍ମଦାବାଦର: ଅହମ୍ମଦାବାଦର ଏକ ଘରୋଇ ଡାକ୍ତରଖାନା ଭାରତର ସବୁଠୁ ଡେଙ୍ଗା ବ୍ୟକ୍ତିଙ୍କର ଦ୍ୱିପାକ୍ଷିକ ହିପ୍ ରିପ୍ଲେସମେଣ୍ଟ ସର୍ଜରିକୁ ସଫଳ କରି ଦେଖାଇଛି। ଯାହା ଏବେ ଦେଶର ମେଡିକାଲ୍‌ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଉତ୍ତର ପ୍ରଦେଶର ପ୍ରତାପଗଡ଼ ନିବାସୀ ଧର୍ମେନ୍ଦ୍ର ପ୍ରତାପ ସିଂହ ୨୦୧୩ରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଯାହା ପରଠୁ ୬ ବର୍ଷ ହେଲା ଅଣ୍ଟା ଦରଜରେ ସେ ଭୀଷଣ କଷ୍ଟ ଭୋଗୁଥିଲେ। ୮ ଫୁଟ୍ ୧ ଇଞ୍ଚ ଉଚ୍ଚତାର ଧର୍ମେନ୍ଦ୍ର ଅନେକ ଚିକିତ୍ସା କରାଇବା ପରେ ମଧ୍ୟ ତାଙ୍କୁ ଏହି କଷ୍ଟରୁ ମୁକ୍ତି ମିଳିପାରୁନଥିଲା। ସେ ଠିକ୍‌ ଭାବେ ଚାଲି ପାରୁଥିଲେ ନା କିଛି କାମ କରିପାରୁଥିଲେ।  ସୋଶାଲ୍‌ ମିଡିଆ ଜରିଆରେ ଧର୍ମେନ୍ଦ୍ର ପ୍ରତାପ ସିଂହ ଗୁଜରାଟର ଅହମ୍ମଦାବାଦସ୍ଥିତ କେଡି ହସ୍ପିଟାଲ ନାମକ ଏକ ଘରୋଇ ଡାକ୍ତରଖାନାରେ ଏ ପ୍ରକାର ଅପରେସନ ହେଉଛି ବୋଲି ଜାଣିବା ପରେ ସେମାନଙ୍କ ସହିତ ଯୋଗାଯୋଗ କରିଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କ ବିଷୟରେ ଜାଣିବା ପରେ ତାଙ୍କର ମାଗଣା ଅସ୍ତ୍ରୋପଚାର କରାଇଛନ୍ତି। ଏପରେ ସେ ଏବେ ଆରାମରେ ଚାଲିପାରୁଛନ୍ତି ଓ ଦୀର୍ଘଦିନର ଯନ୍ତ୍ରଣାରୁ ମୁକ୍ତି ପାଇଛନ୍ତି।publive-image

ଗତ ଅଗଷ୍ଟ ୨୩ରେ କେଡି ହସ୍ପିଟାଲ ଧର୍ମେନ୍ଦ୍ରଙ୍କ ସହ ସମ୍ପର୍କ କରିଥିଲେ ଓ ତାଙ୍କୁ ଅହମ୍ମଦାବାଦକୁ ଡାକିଥିଲେ। ଧର୍ମେନ୍ଦ୍ର ତୁରନ୍ତ ହସ୍ପିଟାଲରେ ପହଞ୍ଚିଥିଲେ ଓ ସେଠାରେ ତାଙ୍କର ହିପ୍‌ ରିପ୍ଲେସମେଣ୍ଟ ସର୍ଜରି ହୋଇଥିଲା। ଡାକ୍ତରଙ୍କ ମୁତାବକ ଅତ୍ୟଧୀକ ଲମ୍ବା ଶରୀରର ଯୋଗୁ ତାଙ୍କୁ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଭୋଗିବାକୁ ପଡ଼ୁଛି।

Advertisment

publive-imageଦୁର୍ଲଭ ସର୍ଜରୀ: ଏହି ସର୍ଜରି ଦେଶର ଡାକ୍ତରୀ ଜଗତରେ ଏକ ଦୁର୍ଲଭ ସର୍ଜରୀ ଥିଲା। ଯାହାକୁ ଏକ ୪ ଜଣିଆ ଡାକ୍ତରୀ ଟିମ୍‌ କରିଥିଲା ଏଥିରେ ସାମିଲ୍‌ଥିବା ଡାକ୍ତର ଅଜିତ୍ ଶର୍ମା କହିଛନ୍ତି, ‘ଆମେ ଅନେକ ଚରଣରେ ଏହି ଅପରେଶନ୍ କରିଛୁ। ‌ଧର୍ମେନ୍ଦ୍ରଙ୍କୁ ଅଷ୍ଟିଓପେରୋସିସ୍ ଥିବାରୁ ତାଙ୍କ ହାଡ଼ଗୁଡ଼ିକ ବେଶ୍ କମଜୋର୍‌ ହୋଇଯାଇଛି। ଫଳସ୍ୱରୂପ ଆମକୁ ତାଙ୍କ ହିପ୍‌ ରିପ୍ଲେସମେଣ୍ଟ ପାଇଁ ଏକ ହାଡ଼ର ବ୍ୟବହାର କରିବାକୁ ପଡ଼ିଲା। ସାଧାରଣତଃ ଏହି ସର୍ଜରି ପାଇଁ ୪୦ ମିନିଟ୍‌ ସମୟ ଲାଗେ ହେଲେ ଧର୍ମେନ୍ଦ୍ରଙ୍କ କ୍ଷେତ୍ରରେ ଏହା ୩ ଘଣ୍ଟା ସମୟ ନେଇଥିଲା।’

ସବୁଠୁ ବଡ଼ କଥା ହେଉଛି ଏହି ସର୍ଜରି ପାଇଁ ଡାକ୍ତରଖାନା ଟଙ୍କାଟେ ବି ନେଇ ନାହାନ୍ତି। ଧର୍ମେନ୍ଦ୍ର କହିଛନ୍ତି, ‘ମୋ ପାଖରେ ସର୍ଜରୀ ପାଇଁ ଆଦୌ ଟଙ୍କା ନଥିଲା। ମାଗଣାରେ ମୋର ଚିକିତ୍ସା କରିଥିବାରୁ ମୁଁ ଡାକ୍ତରଙ୍କ ନିକଟରେ ଚିର ଋଣୀ। ମୋ ଅଣ୍ଟା ଦରଜ ବହୁତ କମିଯାଇଛି। ଏବେ ମୁଁ ଆରମରେ ଜୀବନ ବିତେଇପାରିବି।’

ସୂଚନାଯୋଗ୍ୟ ବାଇଲଲ୍ୟାଟେରାଲ୍ ହିପ୍‌ ରିପ୍ଲେସମେଣ୍ଟ ସର୍ଜରି ପାଇଁ ପାଖାପାଖି ୨.୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe