Advertisment

ବାଂଲାଦେଶ ବିରୋଧରେ ଟିମ୍ ଇଣ୍ଡିଆର ସହଜ ବିଜୟ, ୭ ୱିକେଟ୍‌ରେ ଜିତିଲା

ଦୁବାଇ: ଏସିଆ କପ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଟିମ୍‌ ଇଣ୍ଡିଆର ବିଜୟ ଧାରା ଅବ୍ୟାହତ ରହିଛି। ଲିଗ୍‌ ପର୍ଯ୍ୟାୟରେ ହଂକଂ ଓ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ୍‌କୁ ମାତ ଦେଇଥିବା ଟିମ୍‌ ଇଣ୍ଡିଆ ଶୁକ୍ରବାର ସୁପର୍‌ ଫୋର୍‌ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ଧୂଳି ଚଟାଇଛି। ପ୍ରଥମେ ବୋଲିଂ କରି ବାଂଲାଦେଶକୁ ମାତ୍ର ୧୭୩ ରନ୍‌ରେ ଅଲଆଉଟ୍‌ କରି ଦେଇଥିବା ଟିମ୍‌ ଇଣ୍ଡିଆ ୧୭୪ ରନ୍‌ର ଟାର୍ଗେଟକୁ ମାତ୍ର 36.2 ଓଭର୍‌ରେ 3 ୱିକେଟ୍‌ ହରାଇ ହାସଲ କରି […]

ଅଦ୍ୟତନ ହୋଇଛି
ବାଂଲାଦେଶ ବିରୋଧରେ ଟିମ୍ ଇଣ୍ଡିଆର ସହଜ ବିଜୟ, ୭ ୱିକେଟ୍‌ରେ ଜିତିଲା

i3

Advertisment

ଦୁବାଇ: ଏସିଆ କପ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଟିମ୍‌ ଇଣ୍ଡିଆର ବିଜୟ ଧାରା ଅବ୍ୟାହତ ରହିଛି। ଲିଗ୍‌ ପର୍ଯ୍ୟାୟରେ ହଂକଂ ଓ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ୍‌କୁ ମାତ ଦେଇଥିବା ଟିମ୍‌ ଇଣ୍ଡିଆ ଶୁକ୍ରବାର ସୁପର୍‌ ଫୋର୍‌ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ଧୂଳି ଚଟାଇଛି।

Advertisment

ପ୍ରଥମେ ବୋଲିଂ କରି ବାଂଲାଦେଶକୁ ମାତ୍ର ୧୭୩ ରନ୍‌ରେ ଅଲଆଉଟ୍‌ କରି ଦେଇଥିବା ଟିମ୍‌ ଇଣ୍ଡିଆ ୧୭୪ ରନ୍‌ର ଟାର୍ଗେଟକୁ ମାତ୍ର 36.2 ଓଭର୍‌ରେ 3 ୱିକେଟ୍‌ ହରାଇ ହାସଲ କରି ନେଇଛି।

publive-image

ଭାରତ ପକ୍ଷରୁ ଶିଖର ଧଵନ ୪୦,ଅମ୍ବାତି ରାୟିଡୁ ୧୩ ଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ୪ନଂ ସ୍ଥାନରେ ଆସିଥିବା ମହେନ୍ଦ୍ର ସିଂହ ଧୋନି ୩୭ ବଲରେ ୩୩ ରନ କରି ଆଉଟ ହେଇଥିଲେ। କିନ୍ତୁ ରୋହିତ୍ ୮୩  ରନ କରି ଶେଷ ପର୍ଯ୍ୟନ୍ତ ନଟ୍‌ ଆଉଟ୍‌ ରହି ଭାରତକୁ ୭ ୱିକେଟ୍‌ରେ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଧୋନିଙ୍କ ସ୍ଥାନରେ ଆସିଥିବା ଦିନେଶ କାର୍ତ୍ତିକ 1 ରନ କରି ନଟ ଆଉଟ ରହିଥିଲେ।

Advertisment

ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରି ୪ଟି ୱିକେଟ୍‌ ନେଇଥିବା ରବୀନ୍ଦ୍ର ଜାଡେଜା ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଛନ୍ତି।

publive-image

ଆସନ୍ତା ୨୩ ତାରିଖରେ ଭାରତ ପୁଣିଥରେ ପାକିସ୍ତାନ ସହ ସୁପର୍‌ ଫୋର୍‌ରେ ମୁହାଁମୁହିଁ ହେବ।

ବାଂଲାଦେଶର ୧୭୪ ରନ୍‌ ଟାର୍ଗେଟକୁ ପିଛା କରିବାକୁ ମଇଦାନକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆର୍‌ ଦୁଇ ଓପନର୍‌ ବେଶ ସର୍ତକତାର ସହ ଇନିଂସ୍‌ ଆରମ୍ଭ କରିଥିଲେ। ତେବେ କିଛି ସମୟରେ ପ୍ରଥମେ ବାମହାତୀ ଶିଖର ଧୱନ୍‌ ନିଜର ବିସ୍ଫୋରକ ରୂପ ଦେଖାଇ ବାଂଲା ବୋଲରଙ୍କୁ ଆକ୍ରମଣ କରିଥିଲେ।

ଅନ୍ୟପଟେ ଅଧିନାୟକ ରୋହିତ ଶର୍ମା ବେଶ ଚମତ୍କାର ଢଙ୍ଗରେ ବାଂଲା ବୋଲର୍‌ଙ୍କୁ ମୁକାବିଲା କରିଥିଲେ।

publive-image

ଉଭୟ ପ୍ରଥମ ୱିକେଟ୍‌ ପାଇଁ 61 ରନ୍‌ର ଭାଗିଦାରୀ କରି ଭଲ ମୁଳଦୂଆ ପକାଇଥିଲେ। ତେବେ ଦଳୀୟ ସ୍କୋର 61 ଥିବା ବେଳେ ସାକିବ ଧୱନ୍‌ଙ୍କୁ(40)ଙ୍କୁ ଆଉଟ୍‌ କରି ଭାରତକୁ ପ୍ରଥମ ଝଟ୍‌କା ଦେଥିଲେ। ଏହାପରେ ରୁବେଲ ହାସନ୍‌ ଅମ୍ବାତି ରାୟିଡୁ(13)ଙ୍କୁ ଆଉଟ୍‌ କରିଦେଇଥିଲେ।

publive-image

ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ମେହେଦି ହାସନ୍‌ଙ୍କ ୪୨ ଓ ଅଧିନାୟକ ମର୍ଶଫି ମୋର୍ତଜାଙ୍କ ୨୬ ରନ୍‌କୁ ଆଧାର କରି ୪୯.୧ ଓଭର୍‌ରେ ୧୭୩ ରନ୍‌ କରିଥିଲା।

publive-image

ଭାରତ ପକ୍ଷରୁ ଟିମ୍‌କୁ କମ୍‌ ବ୍ୟାକ୍‌ କରିଥିବା ବାମହାତୀ ସ୍ପିନର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସର୍ବାଧିକ ୪ଟି ୱିକେଟ୍‌ ନେଇଥିବା ବେଳେ ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମ୍ରା ୩ଟି ଲେଖାଏ ୱିକେଟ୍‌ ପାଇଛନ୍ତି।

publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe