Advertisment

ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା: ଦିନକରେ ୨୯,୪୨୯ ପଜିଟିଭ, ୫୮୨ ମୃତ

ନୂଆଦିଲ୍ଲୀ: ପ୍ରାଣଘାତୀ କରୋନା ଭାଇରସ ଭାରତରେ ପ୍ରତିଦିନ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି। ଦିନକରେ ରେକର୍ଡ ସଂଖ୍ୟକ ୨୯,୪୨୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଭାରତରେ କରୋନା ପ୍ରବେଶ କରିବା ଦିନଠାରୁ ଏତେ ସଂଖ୍ୟକ ପଜିଟିଭ କେବେ ହେଲେ ବି ଗୋଟିଏ ଦିନରେ ଚିହ୍ନଟ ହୋଇ ନଥିଲେ। ହେଲେ ମଙ୍ଗଳବାର ସବୁ ପୁରୁଣା ରେକର୍ଡ ଭାଙ୍ଗିଯାଇଛି। ସେହିପରି ୨୪ ଘଣ୍ଟା ମଧ୍ୟରେ କରୋନା ଆଉ ୫୮୨ ଜଣଙ୍କ ମୁଣ୍ଡ ନେଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା […]

author-image
Hemant Lenka
ଅଦ୍ୟତନ ହୋଇଛି
ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା: ଦିନକରେ ୨୯,୪୨୯ ପଜିଟିଭ, ୫୮୨ ମୃତ

corona news in odia

ନୂଆଦିଲ୍ଲୀ: ପ୍ରାଣଘାତୀ କରୋନା ଭାଇରସ ଭାରତରେ ପ୍ରତିଦିନ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି। ଦିନକରେ ରେକର୍ଡ ସଂଖ୍ୟକ ୨୯,୪୨୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଭାରତରେ କରୋନା ପ୍ରବେଶ କରିବା ଦିନଠାରୁ ଏତେ ସଂଖ୍ୟକ ପଜିଟିଭ କେବେ ହେଲେ ବି ଗୋଟିଏ ଦିନରେ ଚିହ୍ନଟ ହୋଇ ନଥିଲେ। ହେଲେ ମଙ୍ଗଳବାର ସବୁ ପୁରୁଣା ରେକର୍ଡ ଭାଙ୍ଗିଯାଇଛି।

Advertisment

ସେହିପରି ୨୪ ଘଣ୍ଟା ମଧ୍ୟରେ କରୋନା ଆଉ ୫୮୨ ଜଣଙ୍କ ମୁଣ୍ଡ ନେଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯,୩୬,୧୮୧କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୫,୯୨,୦୩୨ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍‌ ସଂଖ୍ୟା ୩,୧୯,୮୪୦ ରହିଛି।

୨୪ ଘଣ୍ଟାରେ ୫୮୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇବାରୁ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୪,୩୦୯ ଛୁଇଁଛି।
ମହାରାଷ୍ଟ୍ର ସ୍ଥିତି ସବୁଠାରୁ ଅଧିକ ଉଦବେଗ ଜନକ ଥିବା ବେଳେ ଏଠାରେ କରୋନା ୧୦,୬୯୫ ଜଣଙ୍କ ମୁଣ୍ଡ ନେଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୨,୬୭,୬୬୫ ରହିଛି। ପ୍ରଭାବିତ ରାଜ୍ୟ ତାଲିକାରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ୧,୪୭,୩୨୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୯୯ ଜଣ ପ୍ରାଣ ହରାଇଛନ୍ତି ଓ ୯୭,୩୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Advertisment

ଦିଲ୍ଲୀରେ ୧୧୫୩୪୬ ଆକ୍ରାନ୍ତ ହୋଇଥିବା ବେଳେ ୩୪୪୬ ଜଣ ପ୍ରାଣ ହରାଇଛନ୍ତି। ସେହିଭଳି ୯୩୨୩୬ ଜଣ ସୁସ୍ଥ ହୋଇଛନ୍ତି ଓ ୧୮,୬୬୪ ଆକ୍ଟିଭ କେସ୍‌ ରହିଛି।

Coronavirus