Advertisment

ଦିନକରେ ୬୭ହଜାର ପଜିଟିଭ୍, ୭୩ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ମାମଲା ଧୀରେ ଧୀରେ ହ୍ରାସ ପାଉଛି। ଏହି କ୍ରମରେ ଗତ ୨୪ ଘଣ୍ଟା ଭିତରେ ଦେଶରେ ୬୭ହଜାର ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ୬୮୦ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩ ଲକ୍ଷ ଟପିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ମୁତାବକ, ଭାରତରେ ଏବେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୭୩,୦୭,୦୯୮ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧,୧୧,୨୬୬ ରହିଛି। ୭୩ […]

ଦିନକରେ ୬୭ହଜାର ପଜିଟିଭ୍, ୭୩ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

covid1-fb

Advertisment

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ମାମଲା ଧୀରେ ଧୀରେ ହ୍ରାସ ପାଉଛି। ଏହି କ୍ରମରେ ଗତ ୨୪ ଘଣ୍ଟା ଭିତରେ ଦେଶରେ ୬୭ହଜାର ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ୬୮୦ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩ ଲକ୍ଷ ଟପିଛି।

Advertisment

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ମୁତାବକ, ଭାରତରେ ଏବେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୭୩,୦୭,୦୯୮ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧,୧୧,୨୬୬ ରହିଛି। ୭୩ ଲକ୍ଷ ପଜିଟିଭ୍ ମାମଲା ମଧ୍ୟରୁ ୮,୧୨,୩୯୦ ଆକ୍ଟିଭ୍ ରହିଥିବା ବେଳେ ୬୩,୮୩,୪୪୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଇସିଏମଆର୍ ରିପୋର୍ଟ ମୁତାବକ, ଅକ୍ଟୋବର ୧୪ ତାରିଖ ଅର୍ଥାତ୍ ବୁଧବାର ଦିନ ୧୧,୩୬,୧୮୩ ସାମ୍ପଲ୍ ଟେଷ୍ଟ କରାଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୯,୧୨,୨୬,୩୦୫ ସାମ୍ପଲ୍ ଟେଷ୍ଟ କରାଯାଇଛି। ଦେଶରେ କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୪୦ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

Advertisment
Corona Cases In India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe