Advertisment

ଚାଇନିଜଙ୍କ ଟୁରିଷ୍ଟ ଭିସା ରଦ୍ଦ କଲା ଭାରତ

ନୂଆଦିଲ୍ଲୀ: ଚାଇନିଜଙ୍କ ପାଇଁ ଦିଆଯାଇଥିବା ଟୁରିଷ୍ଟ ଭିସାକୁ ଭାରତ ରଦ୍ଦ କରିଦେଇଛି। ଏନେଇ ଗ୍ଲୋବଲ ଏୟାରଲାଇନ୍ସ ସଂସ୍ଥା ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ(ଆଇଏଟିଏ) ଏହାର ସଦସ୍ୟ ପରିବହନକାରୀଙ୍କୁ ଜଣାଇଛି। ଚାଇନା ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିବା ପ୍ରାୟ ୨୨ ହଜାର ଭାରତୀୟ ଛାତ୍ରଛାତ୍ରୀ ସେମାନଙ୍କ ଅଧା ରଖିଥିବା ପାଠ ସାରିବା ନିମନ୍ତେ ବେଜିଂ ଯାଇପାରୁନାହାନ୍ତି। ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ କଳାବାଦଲ ଦେଖାଦେଇଥିବାରୁ ତୁରନ୍ତ ସେମାନଙ୍କ ବେଜିଂ ଯିବା ଓ ପାଠପଢ଼ାର ବନ୍ଦୋବସ୍ତ କରିବାକୁ ଭାରତ ସରକାରଙ୍କ […]

ଚାଇନିଜଙ୍କ ଟୁରିଷ୍ଟ ଭିସା ରଦ୍ଦ କଲା ଭାରତ

india-china

Advertisment

ନୂଆଦିଲ୍ଲୀ: ଚାଇନିଜଙ୍କ ପାଇଁ ଦିଆଯାଇଥିବା ଟୁରିଷ୍ଟ ଭିସାକୁ ଭାରତ ରଦ୍ଦ କରିଦେଇଛି। ଏନେଇ ଗ୍ଲୋବଲ ଏୟାରଲାଇନ୍ସ ସଂସ୍ଥା ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ(ଆଇଏଟିଏ) ଏହାର ସଦସ୍ୟ ପରିବହନକାରୀଙ୍କୁ ଜଣାଇଛି। ଚାଇନା ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିବା ପ୍ରାୟ ୨୨ ହଜାର ଭାରତୀୟ ଛାତ୍ରଛାତ୍ରୀ ସେମାନଙ୍କ ଅଧା ରଖିଥିବା ପାଠ ସାରିବା ନିମନ୍ତେ ବେଜିଂ ଯାଇପାରୁନାହାନ୍ତି। ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ କଳାବାଦଲ ଦେଖାଦେଇଥିବାରୁ ତୁରନ୍ତ ସେମାନଙ୍କ ବେଜିଂ ଯିବା ଓ ପାଠପଢ଼ାର ବନ୍ଦୋବସ୍ତ କରିବାକୁ ଭାରତ ସରକାରଙ୍କ ପକ୍ଷରୁ ବାରମ୍ବାର ନିବେଦନ ହୋଇଥିଲା। ଏନେଇ ଦୁଇଦେଶର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟରେ ଅନେକ ଥର କଥାବର୍ତ୍ତା ମଧ୍ୟ ହୋଇଛି।

Advertisment

ହେଲେ ଏହାକୁ ଚାଇନା ସରକାର ଏଡାଇଯାଉଥିବାରୁ ଭାରତ ସରକାର କଠୋର ମନବୃତ୍ତି ଆପଣାଇଛନ୍ତି। ଚାଇନିଜଙ୍କ ପାଇଁ ଦିଆଯାଇଥିବା ଟୁରିଷ୍ଟ ଭିସାକୁ ଭାରତ ରଦ୍ଦ କରିଛି। ୨୦୨୦ ମସିହାରେ କରୋନା ମହାମାରୀ ବ୍ୟାପୀବା ପରେ ଏହି ଛାତ୍ରଛାତ୍ରୀମାନେ ପାଠପଢ଼ା ଛାଡି ଚାଇନାରୁ ଚାଲିଆସିଥିଲେ। ୨୦ ତାରିଖରେ ଜାରି ସର୍କୁଲାରେ ଆଇଏଟିଏ କହିଛି, ଚାଇନା(ପିପୁଲ୍ସ ରିପବ୍ଲିକ)ର ନାଗରିକଙ୍କୁ ଦିଆଯାଇଥବା ଟୁରିଷ୍ଟ ଭିସା ଆଇ ବୈଧ ନୁହେଁ। ଭୁଟାନ, ଭାରତ, ମାଲଦ୍ୱୀପ ଓ ନେପାଳ ନାଗରିକଙ୍କୁ ଅନୁମତି ପ୍ରାପ୍ତ ଭିସା କିମ୍ବା ଇ-ଭିସା, ବିଦେଶରେ ରହଣି ଭାରତୀୟ ନାଗରିକ କାର୍ଡ କିମ୍ବା ବୁକଲେଟ, ଭାରତୀୟ ମୂଳ ବାସିନ୍ଦା ବ୍ୟକ୍ତି କାର୍ଡ, କୁଟନୈତିକ ପାସପୋର୍ଟ ଥିଲେ ଦେଶରେ ପଶିବା ଅନୁମତି ରହିଛି। ଭାରତ ପକ୍ଷରୁ ଚାଇନା ନାଗରିକଙ୍କୁ ୧୦ ବର୍ଷ ନିମନ୍ତେ ଦିଆଯାଇଥିବା ଭିସା ଆଉ ବୈଧ ନୁହେଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe