Advertisment

ତୈଳ କିଣିବାକୁ ଶ୍ରୀଲଙ୍କାକୁ ୫୦୦ ମିଲିୟନ ଡଲାର ଦେବ ଭାରତ

ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟର ଶିକାର ପରେ ଦେବାଳିଆ ହୋଇଥିବା ଶ୍ରୀଲଙ୍କା ସରକାରକୁ ଭାରତ ପୁଣି ସହାୟତାର ହାତ ବଢ଼ାଇଛି। ଶ୍ରୀଲଙ୍କାକୁ ତୈଳ କିଣିବାକୁ ୫୦୦ ମିଲିୟନ ଡଲାର ଅତିରିକ୍ତ ଆର୍ଥିକ ସହାୟତା ଦେବ ଭାରତ। ଏନେଇ ବୁଧବାର ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଜି.ଏଲ୍. ପେଇରିସ୍ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି। ସେହିପରି ବାଂଲାଦେଶ ୪୫୦ ମିଲିୟନ ଡଲାର ଦ୍ରବ୍ୟ ବିନିମୟ ଉପରେ ରହିତାଦେଶ ମଧ୍ୟ ଜାରି କରିଥିବା ସେ କହିଛନ୍ତି। ଏଭଳି ସହାୟତା ଆଇଏମ୍ଏଫ୍ ପକ୍ଷରୁ ଆସନ୍ତା […]

author-image
Niranjan Mishra
ତୈଳ କିଣିବାକୁ ଶ୍ରୀଲଙ୍କାକୁ ୫୦୦ ମିଲିୟନ ଡଲାର ଦେବ ଭାରତ

srilanka

ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟର ଶିକାର ପରେ ଦେବାଳିଆ ହୋଇଥିବା ଶ୍ରୀଲଙ୍କା ସରକାରକୁ ଭାରତ ପୁଣି ସହାୟତାର ହାତ ବଢ଼ାଇଛି। ଶ୍ରୀଲଙ୍କାକୁ ତୈଳ କିଣିବାକୁ ୫୦୦ ମିଲିୟନ ଡଲାର ଅତିରିକ୍ତ ଆର୍ଥିକ ସହାୟତା ଦେବ ଭାରତ। ଏନେଇ ବୁଧବାର ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଜି.ଏଲ୍. ପେଇରିସ୍ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି। ସେହିପରି ବାଂଲାଦେଶ ୪୫୦ ମିଲିୟନ ଡଲାର ଦ୍ରବ୍ୟ ବିନିମୟ ଉପରେ ରହିତାଦେଶ ମଧ୍ୟ ଜାରି କରିଥିବା ସେ କହିଛନ୍ତି।

Advertisment

ଏଭଳି ସହାୟତା ଆଇଏମ୍ଏଫ୍ ପକ୍ଷରୁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ମିଳିବ। ଏହି ସମୟ ଭିତରେ ପାଣ୍ଠି ଯୋଗାଡ କରି ଶ୍ରୀଲଙ୍କା ବାସୀଙ୍କ ଆବଶ୍ୟକତା ପୂରଣ ନିମନ୍ତେ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ଏବେ ଖାଦ୍ୟ ସାମଗ୍ରୀ ସାଙ୍ଗକୁ ପେଟ୍ରୋଲ, ଡିଜେଲ ପ୍ରଭୃତି ସାମଗ୍ରୀ ନ ମିଳିବା ଦେଶବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଅନେକ ଲୁଚାଛପାରେ ଭାରତକୁ ଚାଲିଆସି ତୈଳ ଓ ଖାଦ୍ୟ ସାମଗ୍ରୀ ସଂଗ୍ରହ କରି ନେଉଥିବା ଦେଖିବାକୁ ମିଳୁଛି।