୨୪ ଘଣ୍ଟାରେ ଦେଶରେ ୧.୮୪ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ, ୧୦୨୭ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୮୪ ହଜାର ୩୭୨ ଜଣ ନୂଆ କରୋନା ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ୧,୦୨୭ ଜଣଙ୍କ ମୃତ୍ୟୁ ଘଟିଛି। ଗତ ପ୍ରାୟ ୬ ମାସ ପରେ ପ୍ରଥମ ଥର ପାଇଁ ଆଜି ଦୈନିକ ମୃତ୍ୟୁ ସଂଖ୍ୟା ୧୦୦୦ ଡେଇଁଛି। ୧,୮୪,୩୭୨ଟି ନୂଆ କେସ୍ ସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି […]

corona

corona

Jitendra Garnayak
  • Published: Wednesday, 14 April 2021
  • Updated: 14 April 2021, 11:50 AM IST

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୮୪ ହଜାର ୩୭୨ ଜଣ ନୂଆ କରୋନା ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ୧,୦୨୭ ଜଣଙ୍କ ମୃତ୍ୟୁ ଘଟିଛି। ଗତ ପ୍ରାୟ ୬ ମାସ ପରେ ପ୍ରଥମ ଥର ପାଇଁ ଆଜି ଦୈନିକ ମୃତ୍ୟୁ ସଂଖ୍ୟା ୧୦୦୦ ଡେଇଁଛି।

୧,୮୪,୩୭୨ଟି ନୂଆ କେସ୍ ସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୮ ଲକ୍ଷ ୭୩ ହଜାର ୮୨୫ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୧ କୋଟି ୨୩ ଲକ୍ଷ ୩୬ ହଜାର ୦୩୬ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୧୩ ଲକ୍ଷ ୬୫ ହଜାର ୭୦୪ ଜଣ ଚିକିତ୍ସାଧୀନ ଅଛନ୍ତି।

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୬୦ ହଜାରରୁ ଅଧିକ ଲୋକ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୮୧ ଜଣଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀରେ ଏହି ସମୟରେ ୧୩,୪୬୮ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମଧ୍ୟ ପ୍ରଦେଶରେ ୮,୯୯୮, ଗୁଜରାଟରେ ୬୬୯୦, ପଶ୍ଚିମବଙ୍ଗରେ ୪,୮୧୭ ଓ ବିହାରରେ ୪୧୭୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଛତିଶଗଡ଼ରେ ୧୫,୧୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୨୨୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। 

ମହାରାଷ୍ଟ୍ରରେ ଏଯାବତ ୫୩.୨ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇସାରିଥିବା ବେଳେ କେରଳରେ ୧୧.୮ ଲକ୍ଷ, କର୍ଣ୍ଣାଟକାରେ ୯.୯ ଲକ୍ଷ, ଆନ୍ଧ୍ରପ୍ରଦେଶରେ ୮.୮ ଲକ୍ଷ ଓ ତାମିଲନାଡୁରେ ୯.୫ ଲକ୍ଷ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଦିଲ୍ଲୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭.୫ ଲକ୍ଷ ଅତିକ୍ରମ କରିଯାଇଛି।

ସେହିପରି ଗତ ୨୪ ଘଣ୍ଟାରେ ଆଉ ୧୦୨୭ ଜଣଙ୍କ ମୃତ୍ୟୁ ପରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୭୨ ହଜାର ୦୮୫ରେ ପହଞ୍ଚିଛି। ମହାରାଷ୍ଟ୍ରରେ ଏଯାବତ୍ ୫୮,୫୨୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କର୍ଣ୍ଣାଟକାରେ ୧୩,୦୦୮, ତାମିଲନାଡୁରେ ୧୨,୯୪୫ ଓ ଦିଲ୍ଲୀରେ ୧୧,୪୩୬ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।

ଆଇସିଏମ୍‌ଆର୍‌ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତକାଲି ଦେଶରେ ୧୪ ଲକ୍ଷ ୧୧ ହଜାର ୭୫୮ଟି ନମୁନା ପରୀକ୍ଷା କରାଯାଇଥିଲା। ଏପ୍ରିଲ୍‌ ୧୩ ତାରିଖ ସୁଦ୍ଧା ଦେଶରେ ୨୬ କୋଟି ୬ ଲକ୍ଷ ୧୮ ହଜାର ୮୬୬ଟି ନମୁନା ପରୀକ୍ଷା କରାଯାଇଛି।

ଅନ୍ୟପକ୍ଷରେ ସାରା ଦେଶରେ ଏଯାବତ ୧୧ କୋଟି ୧୧ଲକ୍ଷ ୭୯ ହଜାର ୫୭୮ ଜଣଙ୍କୁ ଟିକା ଦିଆଯାଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos