Advertisment

ଟିକାର ଅଭାବ ବେଳେ ସେରମର ବଡ଼ ଘୋଷଣା

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କହିଛି ଜୁନ୍ ମାସରେ କମ୍ପାନୀ ଭାରତ ସରକାରଙ୍କୁ ୧୦ କୋଟି କୋଭିଶିଲ୍ଡ ଟିକା ଦେବ। କମ୍ପାନୀର ଏହି ଘୋଷଣା ଆଗାମୀ ଦିନରେ ସାରା ଦେଶରେ ଦେଖାଦେଇଥିବା ଟିକା ଅଭାବ ସମସ୍ୟାକୁ ଦୂର କରିବ ବୋଲି କୁହାଯାଉଛି। ନିକଟରେ କମ୍ପାନୀ ଏକ ଚିଠି ଲେଖିଥିଲା ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ। ଯେଉଁଥିରେ କମ୍ପାନୀ ସ୍ପଷ୍ଟ କରିଥିଲା କମ୍ପାନୀର କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ତେଣୁ କାମରେ ବାଧା ଉପୁଜିଛି। ତଥାପି କମ୍ପାନୀ […]

ଅଦ୍ୟତନ ହୋଇଛି
ଅକ୍ଟୋବର ସୁଦ୍ଧା ଭାରତରେ ଟିକାକରଣ ଶେଷ ହେବ!

serum-ceo

Advertisment

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କହିଛି ଜୁନ୍ ମାସରେ କମ୍ପାନୀ ଭାରତ ସରକାରଙ୍କୁ ୧୦ କୋଟି କୋଭିଶିଲ୍ଡ ଟିକା ଦେବ। କମ୍ପାନୀର ଏହି ଘୋଷଣା ଆଗାମୀ ଦିନରେ ସାରା ଦେଶରେ ଦେଖାଦେଇଥିବା ଟିକା ଅଭାବ ସମସ୍ୟାକୁ ଦୂର କରିବ ବୋଲି କୁହାଯାଉଛି। ନିକଟରେ କମ୍ପାନୀ ଏକ ଚିଠି ଲେଖିଥିଲା ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ। ଯେଉଁଥିରେ କମ୍ପାନୀ ସ୍ପଷ୍ଟ କରିଥିଲା କମ୍ପାନୀର କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ତେଣୁ କାମରେ ବାଧା ଉପୁଜିଛି। ତଥାପି କମ୍ପାନୀ କଡ଼ା ଚ୍ୟାଲେଞ୍ଜର ସାମ୍ନା କରୁଛି। ଚଳିତ ମେ ମାସରେ କମ୍ପାନୀ ୬.୫ କୋଟି ଟିକା ତିଆରି କରିଥିବା ସୂଚନା ରହିଛି। ଅର୍ଥାତ ଜୁନରେ କମ୍ପାନୀ ଅଧିକ ସାଢ଼େ ୪ କୋଟି ଟିକା ତିଆରି କରିବ।

Advertisment

ସେହିପରି ଏପର୍ଯ୍ୟନ୍ତ ଦୁଇଟି କମ୍ପାନୀ ଭାରତ ବାୟୋଟେକ୍ ଏବଂ ସେରମ୍ ଟିକା ଉତ୍ପାଦନ କରୁଛନ୍ତି। ଋଷିଆର ସ୍ପୁଟନିକ ଭି ଟିକା ଉତ୍ପାଦନ ଆରମ୍ଭ କରିଛି। ଏବେ କେନ୍ଦ୍ର ସରକାର ୧୩ଟି କମ୍ପାନୀକୁ ଟିକା ଉତ୍ପାଦନ କରିବାକୁ ଅନୁମତି ଦେଇଥିବା ବେଳେ ଆଗାମୀ ଦିନରେ ଆଉ ୬ଟି କମ୍ପାନୀକୁ ଟିକା ତିଆରି ପାଇଁ ଅନୁମତି ଦିଆଯିବ ବୋଲି ବିଜେପି ସାଂସଦ ତଥା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଆଜି କହିଛନ୍ତି। ଗୋଟିଏ ମାସରେ ୧.୩ ଟିକା ଉତ୍ପାଦନ କରୁଥିବା ଭାରତ ବାୟୋଟେକ ଅକ୍ଟୋବର ସୁଦ୍ଧା ପ୍ରତି ମାସରେ ୧୦ କୋଟି ଟିକା ତିଆରି ଆରମ୍ଭ କରିବ ବୋଲି ଜେପି ନଡ୍ଡା କହିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ମେ ମାସରେ କେନ୍ଦ୍ର ସରକାର ୪୦, ୩୪୯,୮୩୦ ଡୋଜ ଟିକା ରାଜ୍ୟକୁ ଦେଇଛନ୍ତି। ଏହା ସହିତ ରାଜ୍ୟ ଏବଂ ବେସରକାରୀ ଡାକ୍ତରଖାନା ଦ୍ୱାରା ସିଧାସଳଖ କିଣିଛନ୍ତି ୩୯,୦୫୫,୩୭୦ ଡୋଜ। ଏହିପରି, ମେ ମାସରେ ଜାତୀୟ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ପାଇଁ ମୋଟ ୭୯୪୦୫୨୦୦ ଡୋଜ ଟିକା ଉପଲବ୍ଧ କରିଛି କେନ୍ଦ୍ର।

Advertisment
Serum Institute Of India Covishield
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe