Advertisment

ଟ୍ରକ୍‌କୁ ପିଟିବା ପରେ ବସ୍‌ ଜଳିଲା, ୧୦ ମୃତ

ନାସିକ: ଆଜି ସକାଳେ ମହାରାଷ୍ଟ୍ରର ନାସିକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ନାସିକର ଔରଙ୍ଗାବାଦରୋଡ଼ରେ ଏକ ବସ୍‌ ଟ୍ରକକୁ ପିଟିବା ପରେ ନିଆଁ ଲାଗିଯାଇଥିଲା।  ପିଟିଆଇ  ରିପୋର୍ଟ ଅନୁସାରେ ଆଜି ଭୋର୍‌ ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବସ୍‌ଟି ହୁତୁ ହୁତୁ ହୋଇ ଜଳୁଥିବା ଭିଡିଓ ଆସିଛି।  ଅଗ୍ନିଶମ […]

ଅଦ୍ୟତନ ହୋଇଛି
ଟ୍ରକ୍‌କୁ ପିଟିବା ପରେ ବସ୍‌ ଜଳିଲା, ୧୦ ମୃତ

fire

Advertisment

ନାସିକ: ଆଜି ସକାଳେ ମହାରାଷ୍ଟ୍ରର ନାସିକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ନାସିକର ଔରଙ୍ଗାବାଦରୋଡ଼ରେ ଏକ ବସ୍‌ ଟ୍ରକକୁ ପିଟିବା ପରେ ନିଆଁ ଲାଗିଯାଇଥିଲା।  ପିଟିଆଇ  ରିପୋର୍ଟ ଅନୁସାରେ ଆଜି ଭୋର୍‌ ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବସ୍‌ଟି ହୁତୁ ହୁତୁ ହୋଇ ଜଳୁଥିବା ଭିଡିଓ ଆସିଛି।  ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଆଁ  ଲିଭାଇବାକୁ ଉଦ୍ୟମ କରୁଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ନିଆଯାଇଛି।

Advertisment

ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି । ବସଟି ୟବତମାଲରୁ ମୁମ୍ବାଇ ଯାଉଥିବାବେଳେ ଭୋର ସାଢ଼େ ୫ଟା ବେଳେ ନାଶିକର ଔରଙ୍ଗାବାଦ ରୋଡ଼ରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବସଟି ଜଳିଯାଇଥିଲା । ଭୋର ସମୟରେ ଯାତ୍ରୀମାନେ ନିଦରେ ଥିବାରୁ ଓହ୍ଲାଇ ପାରିନଥିଲେ। ଫଳରେ ଅଗ୍ନିକାଣ୍ଡ ଯୋଗୁଁ ଶ୍ୱାସରୁଦ୍ଧ ଓ ପୋଡ଼ି ହଇ ପ୍ରାଣ ହରାଇଥିଲେ ।

ତେବେ ସ୍ଥାନୀୟ ଲୋକେ ଓ ଦମକଳ ବାହିନୀ ପହଞ୍ଚି ବସ୍ ଭିତରୁ କିଛି ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ।  ଦୁର୍ଘଟଣାରେ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମହାରାଷ୍ଟ୍ର ମନ୍ତ୍ରୀ ଦାଦା ଭୁଷେ କହିଛନ୍ତି । ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ପ୍ରଧାନମନ୍ତ୍ରୀ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe