Advertisment

କୁନି ପିଲାଙ୍କ ରକ୍ତରେ ହୋଲି ଖେଳ, ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି

କାବୁଲ: କୁନି କୁନି ପିଲାଙ୍କ ରକ୍ତରେ ହୋଲି ଖେଳିଲେ। ଭୟଙ୍କର ବିସ୍ଫୋରଣରେ ଥରହର ହେଲା ପରିବେଶ। ଟଳିପଡ଼ିଲେ  ଶିଶୁ। ଛୁଟିଲା ରକ୍ତର ଶୁଅ। ଆଜି  କାବୁଲର ଏକ ସ୍କୁଲରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଥିବା ସୂଚନା ମିଳିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,  ମୃତକ ଛାତ୍ରଛାତ୍ରୀଙ୍କ ମଧ୍ୟରେ  ଅଧିକାଂଶ ହଜାରା ଏବଂ ସିହା ଗୋଷ୍ଠୀର ଅଛନ୍ତି। ଦୁର୍ଘଟଣା ସମ୍ପର୍କରେ ବିଲାଲ ସରୱାରି଼ ନାମକ ଜଣେ ସାମ୍ବାଦିକ ଭିଡିଓ ଟ୍ୱିଟ କରିଛନ୍ତି। ସେ […]

author-image
Tapas Behera
ଅଦ୍ୟତନ ହୋଇଛି
କୁନି ପିଲାଙ୍କ ରକ୍ତରେ ହୋଲି ଖେଳ, ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି

blood

କାବୁଲ: କୁନି କୁନି ପିଲାଙ୍କ ରକ୍ତରେ ହୋଲି ଖେଳିଲେ। ଭୟଙ୍କର ବିସ୍ଫୋରଣରେ ଥରହର ହେଲା ପରିବେଶ। ଟଳିପଡ଼ିଲେ  ଶିଶୁ। ଛୁଟିଲା ରକ୍ତର ଶୁଅ। ଆଜି  କାବୁଲର ଏକ ସ୍କୁଲରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଥିବା ସୂଚନା ମିଳିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,  ମୃତକ ଛାତ୍ରଛାତ୍ରୀଙ୍କ ମଧ୍ୟରେ  ଅଧିକାଂଶ ହଜାରା ଏବଂ ସିହା ଗୋଷ୍ଠୀର ଅଛନ୍ତି। ଦୁର୍ଘଟଣା ସମ୍ପର୍କରେ ବିଲାଲ ସରୱାରି଼ ନାମକ ଜଣେ ସାମ୍ବାଦିକ ଭିଡିଓ ଟ୍ୱିଟ କରିଛନ୍ତି। ସେ ଲେଖିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୧୦୦ ଜଣ  ଛାତ୍ରଛାତ୍ରୀ ମୃତ ଦେହ ଗଣନା କରାଯାଇଛି। ହେଲେ ବିସ୍ଫୋରଣରେ ଏହାଠାରୁ ଅଧିକ ସଂଖ୍ୟାରେ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।

Advertisment

ଶ୍ରେଣୀ ଗୃହରେ ଶବ ଗୁଡ଼ିକ  ଭର୍ତ୍ତି ରହିଛି। ଆଗକୁ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀମାନେ ସ୍କଲରେ ପ୍ରସ୍ତୁତି ହେଉଥିଲେ। ଏହି ସମୟରେ ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା। ରାଜଧାନୀ କାବୁଲର ଶିତ୍ତେ ଏରିଆରେ ଥିବା ଏକ ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଘଟଣା ସମ୍ପର୍କରେ ସୂଚନା ଦେଇ ପୁଲିସ ପ୍ରବକ୍ତା ଖାଲିଦ ଜଦ୍ରାନ କହିଛନ୍ତି “ ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପ୍ରାଣଘାତି ବିସ୍ଫୋରଣକାରୀ ନିଜକୁ ବୋମାରେ ଉଡ଼ାଇ ଦେଇଥିଲା।

ପ୍ରାରମ୍ଭିକ ପର୍ଯ୍ୟାୟରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଥିଲା।  ଶିହା ସଂପ୍ରଦାୟର ପିଲା ଓ ଲୋକଙ୍କୁ ଟାର୍ଗେଟ କରି ହମଲା କରାଯାଇଥିବା ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ନାଫୟ ଟାକୋର ଟ୍ୱିଟ କରିଛନ୍ତି। ସେ କହିଛନ୍ତି, “କାଜ ନାମକ ଗୋଟିଏ ଶିକ୍ଷାନୁଷ୍ଠାନରେ ଆକ୍ରମଣ ହୋଇଛି। ଫଳରେ ଅନେକ ଲୋକ ପ୍ରାଣ ହରାଇବା ସହ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେମାନଙ୍କୁ ହସପିଟାଲରେ  ଭର୍ତ୍ତି କରାଯାଉଛି।ଏହି ଘଟଣା ପରେ  କାନ୍ଦ ବୋବାଲିରେ ପରିବେଶ ଫାଟି ପଡ଼ୁଥିବା ବେଳେ ଶୋକାକୂଳ ପରିବେଶ ସୃଷ୍ଟି  ହୋଇଛି। ବିଶ୍ୱବ୍ୟାପୀ ଏହି ଘଟଣାକୁ ତୀବ୍ର ନିନ୍ଦାହ କରାଯାଉଛି।

Advertisment