Advertisment

‘ଘର ୱାପସି’ କାର୍ଯ୍ୟକ୍ରମରେ ୧୦୦ ଜଣ କଲେ ଧର୍ମ ପରିବର୍ତ୍ତନ, ଗ୍ରହଣ କଲେ ହିନ୍ଦୁ ଧର୍ମ

ଲକ୍ଷ୍ନୌ: ବିଜେପି ବିଧାୟକ ମୀନାକ୍ଷୀ ସିଂହଙ୍କ ଉପସ୍ଥିତିରେ ହୋଇଛି ଧର୍ମାନ୍ତୀକରଣ। ୧୦୦ ଜଣ ଲୋକ ଉତ୍ତର ପ୍ରଦେଶର ବୁଲନ୍ଦଶହରରେ ଆୟୋଜିତ ‘ଘର ୱାପସି’ କାର୍ଯ୍ୟକ୍ରମରେ ନିଜ ଧର୍ମ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ଏହି ଧର୍ମାନ୍ତୀକରଣ କାର୍ଯ୍ୟକ୍ରମକୁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଜିଲ୍ଲାର କାଲିନ୍ଦି କୁଞ୍ଜ ଅଞ୍ଚଳରେ ଆୟୋଜନ କରାଯାଇଥିଲା। ସ୍ଥାନୀୟ ବିଧାୟକ ମିନାକ୍ଷୀ ସିଂହ କହିଛନ୍ତି, “ରବିବାର ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ୨୦ଟି ପରିବାରର ପ୍ରାୟ ୧୦୦ ଜଣଙ୍କ ସନାତନ ଧର୍ମକୁ ଫେରିଛନ୍ତି। […]

author-image
Hemant Lenka
‘ଘର ୱାପସି’ କାର୍ଯ୍ୟକ୍ରମରେ ୧୦୦ ଜଣ କଲେ ଧର୍ମ ପରିବର୍ତ୍ତନ, ଗ୍ରହଣ କଲେ ହିନ୍ଦୁ ଧର୍ମ

MLA

ଲକ୍ଷ୍ନୌ: ବିଜେପି ବିଧାୟକ ମୀନାକ୍ଷୀ ସିଂହଙ୍କ ଉପସ୍ଥିତିରେ ହୋଇଛି ଧର୍ମାନ୍ତୀକରଣ। ୧୦୦ ଜଣ ଲୋକ ଉତ୍ତର ପ୍ରଦେଶର ବୁଲନ୍ଦଶହରରେ ଆୟୋଜିତ ‘ଘର ୱାପସି’ କାର୍ଯ୍ୟକ୍ରମରେ ନିଜ ଧର୍ମ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ଏହି ଧର୍ମାନ୍ତୀକରଣ କାର୍ଯ୍ୟକ୍ରମକୁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଜିଲ୍ଲାର କାଲିନ୍ଦି କୁଞ୍ଜ ଅଞ୍ଚଳରେ ଆୟୋଜନ କରାଯାଇଥିଲା।

Advertisment

ସ୍ଥାନୀୟ ବିଧାୟକ ମିନାକ୍ଷୀ ସିଂହ କହିଛନ୍ତି, “ରବିବାର ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ୨୦ଟି ପରିବାରର ପ୍ରାୟ ୧୦୦ ଜଣଙ୍କ ସନାତନ ଧର୍ମକୁ ଫେରିଛନ୍ତି। ଆମେ ସେମାନଙ୍କୁ ହୃଦୟର ସହ ସ୍ୱାଗତ କରିଛୁ।”

ଖୁରଜା ଭିତ୍ତିକ ସାମାଜିକ ସଂଗଠନର ସଭାପତି ହେମନ୍ତ ସିଂହଙ୍କ କହିବା କଥା ଯେ ଦ୍ୱନ୍ଦ୍ୱରେ ପଡ଼ି ଦୀର୍ଘ ବର୍ଷ ହେଲା ସନାତନ ଧର୍ମ ଛାଡ଼ି ଦେଇଥିବା ଲୋକଙ୍କୁ ପୁଣି ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ଭାବେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେ ଦାବି କରିଛନ୍ତି ଯେ ସବୁ କିଛି ଆଇନଗତ ଉପାୟରେ କରାଯାଇଛି। ଯଜ୍ଞ ପୂର୍ବରୁ ସନାତନ ଧର୍ମକୁ ଫେରିବାକୁ ଚାହୁଁଥିବା ଲୋକମାନେ ସତ୍ୟପାଠ ଜରିଆରେ ନିଜର ସହମତି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲାମିକି ସଂପ୍ରଦାୟ ସଂଘର ଖୁରଜା ସଭାପତି ସଚିନ ସୋନି ବ୍ଲାମିକି ମଧ୍ୟ ଉପସ୍ଥିତ ଥିବା ସେ କହିଛନ୍ତି।

Advertisment

ସନାତନ ଧର୍ମକୁ ଲୋକମାନଙ୍କୁ ଫେରାଇ ଆଣିବା ପୂର୍ବରୁ ସେମାନଙ୍କୁ ଯଜ୍ଞ ଦ୍ୱାରା ପବିତ୍ରକରଣ କରାଯାଇଥିଲା। ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ମନ୍ତ୍ରୀ ବା ଆଞ୍ଚଳିକ ସମ୍ପାଦକ ବିକାଶ ପାୱରଙ୍କ ତତ୍ତ୍ୱାବଧାନରେ ସବୁ କିଛି ହୋଇଥିଲା। ସଚିନ ସୋନି କାର୍ଯ୍ୟକ୍ରମର ଆବାହକ ରହିଥିଲେ।

ଅନ୍ୟପକ୍ଷରଆ ଏତେ ସଂଖ୍ୟକ ଲୋକଙ୍କ ଧର୍ମାନ୍ତୀକରଣ କରାଯାଇଥିଲେ ମଧ୍ୟ ଖୁରଜାର ଏସ୍‌ଡିଏମ ଲଭ ତ୍ରିପାଠୀ ଏ ସମ୍ପର୍କରେ କିଛି ବି ଜାଣି ନାହାନ୍ତି। ପୁଲିସ୍ ପାଖରେ ମଧ୍ୟ ଏନେଇ ଅଧିକ ତଥ୍ୟ ନାହିଁ କିମ୍ବା କେହି ବି ଧର୍ମାନ୍ତୀକରଣ ବିରୋଧରେ ଅଭିଯୋଗ କରି ନାହାନ୍ତି।