Advertisment

ବେଙ୍ଗଲ ରେଜଲ୍ଟ ପରେ ବ୍ୟାପକ ହିଂସାକାଣ୍ଡ, ଗଲାଣି ୧୧ ଜଣଙ୍କ ଜୀବନ

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ବଢ଼ିବାରେ ଲାଗିଛି। ନିର୍ବାଚନ ବେଳେ ଯେମିତି ରାଜ୍ୟରେ ହିଂସାକାଣ୍ଡ ଘଟିଥିଲା, ଏବେ ଫଳାଫଳ ପ୍ରକାଶ ପାଇବା ପରେ ମଧ୍ୟ ସମାନ ସ୍ଥିତି ଲାଗି ରହିଛି। ରବିବାର ବେଙ୍ଗଲ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ପୂରା ରାଜ୍ୟ ଅଶାନ୍ତ ହୋଇଉଠିଛି। ରାଜଧାନୀ କୋଲକାତା ଠାରୁ ଆରମ୍ଭ କରି ଆସନସୋଲ ଓ ଦକ୍ଷିଣ ୨୪ ପ୍ରଗଣାରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ଘଟିଥିବା […]

ଅଦ୍ୟତନ ହୋଇଛି
ବେଙ୍ଗଲ ରେଜଲ୍ଟ ପରେ ବ୍ୟାପକ ହିଂସାକାଣ୍ଡ, ଗଲାଣି ୧୧ ଜଣଙ୍କ ଜୀବନ

TMC

Advertisment

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ବଢ଼ିବାରେ ଲାଗିଛି। ନିର୍ବାଚନ ବେଳେ ଯେମିତି ରାଜ୍ୟରେ ହିଂସାକାଣ୍ଡ ଘଟିଥିଲା, ଏବେ ଫଳାଫଳ ପ୍ରକାଶ ପାଇବା ପରେ ମଧ୍ୟ ସମାନ ସ୍ଥିତି ଲାଗି ରହିଛି। ରବିବାର ବେଙ୍ଗଲ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ପୂରା ରାଜ୍ୟ ଅଶାନ୍ତ ହୋଇଉଠିଛି।

Advertisment

ରାଜଧାନୀ କୋଲକାତା ଠାରୁ ଆରମ୍ଭ କରି ଆସନସୋଲ ଓ ଦକ୍ଷିଣ ୨୪ ପ୍ରଗଣାରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସ୍ଥିତି ଦିନକୁ ଦିନ ବିଗୁଡ଼ୁ ଥିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବେଙ୍ଗଲ ସରକାରଙ୍କୁ ରିପୋର୍ଟ ତଲବ କରିଛି।

ବିଜେପି ଅଭିଯୋଗ କରିଛି ଯେ ଟିଏମସିର ଗୁଣ୍ଡାମାନଙ୍କ ଆକ୍ରମଣରେ ଦଳର ୬ ଜଣ କର୍ମୀ ପ୍ରାଣ ହରାଇଛନ୍ତି। ସେହିପରି ଟିଏମସି ୪ ଜଣ କର୍ମୀଙ୍କୁ ହିଂସାକାଣ୍ଡ ଯୋଗୁ ହରାଇଥିବା କହିଛି। ବିଜେପିର ଅଭିଯୋଗ ଅନୁଯାୟୀ, କୋଲକାତାରେ ବିଜେପିର ଜଣେ କର୍ମୀ ଟିଏମସିର ଗୁଣ୍ଡାମାନେ କେମିତି ତାଙ୍କ ପୋଷା କୁକୁରକୁ ହତ୍ୟା କରିବା ସହ ତାଙ୍କୁ ମାଡ଼ ମାରିଥିଲେ ସେକଥା ଫେସବୁକରେ ବଖାଣି ଥିଲେ।

Advertisment

ଉତ୍ତର ୨୪ ପ୍ରଗଣାରେ ମଧ୍ୟ ଜଣେ ବୟସ୍କ ମହିଳା ଗୁଣ୍ଡାମାନଙ୍କ କବଳରୁ ତାଙ୍କ ପୁଅକୁ ଉଦ୍ଧାର କରିବା ବେଳେ ତାଙ୍କୁ ଟିଏମସିର ଗୁଣ୍ଡାମାନେ ହତ୍ୟା କରିଥିବା ବ୍ୟକ୍ତି ଜଣଙ୍କ ଫେସବୁକରେ ଭିଡିଓ ପୋଷ୍ଟ କରିଥିଲେ। ଏହାକୁ କେନ୍ଦ୍ର କରି ଟିଏମସି ଗୁଣ୍ଡାମାନେ ଭିଡିଓ ଜାରି କରିଥିବା ବ୍ୟକ୍ତିଙ୍କୁ କୋଲକାତାରେ ଆକ୍ରମଣ କରିଥିଲେ ବୋଲି ବିଜେପି କହିଛି।

ଟିଏମସିକହିଛି ଯେ ବିଜେପିର ଗୁଣ୍ଡାମାନଙ୍କ ଆକ୍ରମଣରେ ଦଳର ୪ ଜଣ କର୍ମୀ ପ୍ରାଣ ହରାଇଛନ୍ତି। କଂଗ୍ରେସ ଓ ବାମଦଳ ସହ ମେଣ୍ଟ କରି ନିର୍ବାଚନ ଲଢ଼ୁଥିବା ଆଇଏସ୍‌ଏଫ ମଧ୍ୟ ଜଣେ କର୍ମୀଙ୍କୁ ହରାଇଥିବା ଅଭିଯୋଗ କରିଛି।

ବିଭିନ୍ନ ଜିଲ୍ଲାରେ ହିଂସାକାଣ୍ଡ ଘଟୁଥିବାରୁ ବେଙ୍ଗଲ ରାଜ୍ୟପାଳ ଜଗଦୀପ ଧାନକର ରାଜ୍ୟର ଗୃହ ସଚିବ, ଡିଜିପି ଓ କୋଲକାତା ପୁଲିସ୍‌ କମିଶନରଙ୍କୁ ସମନ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେତେବେଳେ ତାଙ୍କୁ ଭେଟିଥିଲେ ସେହି ସମୟରେ ମଧ୍ୟ ରାଜ୍ୟପାଳ ରାଜ୍ୟରେ ହିଂସାକାଣ୍ଡ ବନ୍ଦ କରିବା ପାଇଁ ପଦକ୍ଷେପ ନେବାକୁ ତାଙ୍କୁ କହିଥିଲେ।

ଅନ୍ୟପକ୍ଷରେ ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ବିଜେପିରାଷ୍ଟ୍ରୀୟ ଅଧ୍ୟକ୍ଷ ଦୁଇ ଦିନିଆ ବେଙ୍ଗଲ ଗସ୍ତରେ ଯାଉଛନ୍ତି। ସେ ସ୍ଥିତିର ଯାଞ୍ଚ କରିବା ସହ ଦଳର କର୍ମୀ ଓ ପୀଡ଼ିତଙ୍କ ପରିବାର ଲୋକଙ୍କୁ ଭେଟିବେ। ବିଜେପି ମଧ୍ୟ ସମଗ୍ର ଦେଶରେ ଟିଏମସିର ଗୁଣ୍ଡାରାଜ ବିରୋଧରେ ବିକ୍ଷୋଭ କରିବ ବୋଲି ମଧ୍ୟ ଘୋଷଣା କରିଛି। ବିକ୍ଷୋଭ ବେଳେ କରୋନା କଟକଣାକୁ ପାଳନ କରାଯିବ ବୋଲି ମଧ୍ୟ ବିଜେପି ପକ୍ଷରୁ କୁହାଯାଇଛି।

ବିଜେପିର ଜାତୀୟ ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗିୟା କହିଛନ୍ତି, ୪ ହଜାର ବିଜେପି କର୍ମୀଙ୍କ ଘର ଭଙ୍ଗାରୁଜା କରାଯାଇଥିବା ବେଳେ ୧୦୦ରୁ ଅଧିକ ଦୋକାନ ଲୁଟ୍‌ କରାଯାଇଛି। ବିଜେପିର ଛକଦା ବିଧାୟକ ବଙ୍କିମ ଘୋଷ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ନିର୍ବାଚନ କମିଶନକୁ ଦଳ ଅବଗତ କରାଇଥିବା ଜଣାପଡ଼ିଛି।

Bjp TMC West Bengal Election 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe