/odisha-reporter/media/post_attachments/uploads/2021/07/Assembely.jpg)
Assembely
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ହଙ୍ଗାମା କରିବା ଓ ବାଚସ୍ପତିଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ୧୨ ଜଣ ବିଜେପି ବିଧାୟକ ନିଲମ୍ବିତ ହୋଇଛନ୍ତି। ବିଧାୟକଙ୍କମାନେ ବାରମ୍ବାର ନାରାବାଜୀ ଓ ଆପତ୍ତିଜନକ ବ୍ୟବହାର ଯୋଗୁ ବାଚସ୍ପତି ସମସ୍ତଙ୍କୁ ଗୋଟିଏ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି।
ଏହି ବିଧାୟକମାନେ ମହାରାଷ୍ଟ୍ରରେ ଓବିସି ସଂରକ୍ଷଣ ଆଇନକୁ ନେଇ ଗୃହକୁ ହୁଲସ୍ତୁଲ କରୁଥିଲେ। ସୁପ୍ରିମକୋର୍ଟ କିଛି ଦିନ ତଳେ ମହାରାଷ୍ଟ୍ର ସରକାର ଲାଗୁ କରିଥିବା ଓବିସି ସଂରକ୍ଷଣ ଆଇନକୁ ରଦ୍ଦ କରି ଦେଇଥିଲେ। ଏହାକୁ ପୁନଃ ଲାଗୁ କରିବା ପାଇଁ ବିଜେପି ବିଧାୟକମାନେ ଗୃହକୁ ଅଚଳ କରିଦେଇଥିଲେ।
ନିଲମ୍ବିତ ସମ୍ପର୍କରେ ସୂଚନା ଦେଇ ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି, ମିଥ୍ୟା ଅଭିଯୋଗରେ ବିଜେପି ବିଧାୟକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆମେ ଓବିସି ସଂରକ୍ଷଣ ପାଇଁ ଆମର ୧୨ ଜଣ ବିଧାୟକଙ୍କ ବଳିଦାନ ଦେବାକୁ ପ୍ରସ୍ତୁତ। ନିଲମ୍ବିତ କରିବାକୁ ଅନେକ କାହାଣୀ ତିଆରି କରାଯାଉଛି। ବିଜେପିର କୌଣସି ସଦସ୍ୟ ଗୃହରେ ଆଦୌ ଗାଳିଗୁଲଜ କରିନାହାନ୍ତି।
ସୂଚନାଯୋଗ୍ୟ, ଆଜିଠାରୁ ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶ ଆରମ୍ଭ ହୋଇଛି। ହେଲେ ପ୍ରଥମ ଦିନରୁ ହିଁ ବିରୋଧୀ ବିଜେପିର ସଦସ୍ୟମାନେ ସଂରକ୍ଷଣ ଆଇନକୁ ନେଇ ଗୃହକୁ ଅଚଳ କରିଦେଇଛନ୍ତି। ସେମାନେ ସଂରକ୍ଷଣ ପାଇଁ ଦାବି କରି ସହ ବାଚସ୍ପତିଙ୍କ ଚେୟାର ନିକଟକୁ ଯାଇ ହଙ୍ଗାମା କରିଥିବା କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
