Advertisment

ଯୋଶୀମଠରେ ଭୟଙ୍କର ଦୁର୍ଘଟଣା, ୨ ମହିଳାଙ୍କ ସମେତ ୧୨ ମୃତ

ଡେରାଡୁନ: ଉତ୍ତରାଖଣ୍ଡର ଯୋଶୀମଠ ନିକଟରେ ଆଜି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ମହିଳାଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନେ ସମସ୍ତେ ଗୋଟିଏ ଗାଡ଼ିରେ ଆସୁଥିଲେ। ଗାଡ଼ିଟି ଯୋଶୀମଠ ବ୍ଲକ ଉରଗାମ-ପଲ୍ଲା ଜାଖୋଲା ମୋଟୱେ ଅତିକ୍ରମ କରୁଥିବା ବେଳେ ହଠାତ ଭାରସାମ୍ୟ ହରାଇ ପାହାଡ଼ିଆ ରାସ୍ତାରୁ ତଳକୁ ଖସି ପଡ଼ିଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲା […]

ଯୋଶୀମଠରେ ଭୟଙ୍କର ଦୁର୍ଘଟଣା, ୨ ମହିଳାଙ୍କ ସମେତ ୧୨ ମୃତ

accident

Advertisment

ଡେରାଡୁନ: ଉତ୍ତରାଖଣ୍ଡର ଯୋଶୀମଠ ନିକଟରେ ଆଜି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ମହିଳାଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଏମାନେ ସମସ୍ତେ ଗୋଟିଏ ଗାଡ଼ିରେ ଆସୁଥିଲେ। ଗାଡ଼ିଟି ଯୋଶୀମଠ ବ୍ଲକ ଉରଗାମ-ପଲ୍ଲା ଜାଖୋଲା ମୋଟୱେ ଅତିକ୍ରମ କରୁଥିବା ବେଳେ ହଠାତ ଭାରସାମ୍ୟ ହରାଇ ପାହାଡ଼ିଆ ରାସ୍ତାରୁ ତଳକୁ ଖସି ପଡ଼ିଛି।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲା ମାଜିଷ୍ଟ୍ରେଟ ହିମାଂଶୁ ଖୁରାନା, ଏସ୍‌ପି ପରମାନ୍ଦ୍ର ଡୋଭାଲ, ଏସଡିଆରଏଫ, ଏନଡିଆରଏଫ ଓ ସ୍ଥାନୀୟ ପ୍ରଶାସନ ଖବର ପହଞ୍ଚିଥିଲେ। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Advertisment

ଦୁର୍ଘଟଣାସ୍ଥଳଟି ଗୋଟିଏ ପାହାଡ଼ିଆ ଅଞ୍ଚଳ। ତେଣୁ ଗାଡ଼ିଟି ଏହାକୁ ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ରାସ୍ତାରୁ ଏହା ସିଧା ଘାଇକୁ ଖସି ପଡ଼ିଥିବାରୁ ୧୦ ଜଣ ପୁରୁଷ ଓ ୨ ଜଣ ମହିଳା ପ୍ରାଣ ହରାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। କିନ୍ତୁ ପ୍ରଶାସନ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe