Advertisment

ଦୁର୍ଘଟଣା ପରେ ହୁହୁ ହୋଇ ଜଳିଗଲା ବସ୍‌, ୧୨ ଜଣ ଜୀବନ୍ତ ଦଗ୍ଧ

ଜୟପୁର: ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳି ଯାଇଛି ଯାତ୍ରୀବାହୀ ବସ୍‌। ଫଳରେ ନିଆଁରେ ପୋଡ଼ି ହୋଇ ୧୨ ଜଣ ଲୋକ ପ୍ରାଣ ହରାଇଛନ୍ତି। ରାଜସ୍ଥାନର ବାରମେର-ଯୋଧପୁର ଜାତୀୟ ରାଜପଥରେ ଗୋଟିଏ ଯାତ୍ରୀବାହୀ ବସ୍‌ ସହ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ବସ୍‌ରେ ନିଆଁ ଲାଗି ଯାଇ ଏପରି ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ବସ୍‌ରେ ମୋଟ ୨୫ ଜଣ ଲୋକ ଥିଲେ। ୧୨ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୧୦ ଜଣଙ୍କୁ […]

author-image
Hemant Lenka
ଅଦ୍ୟତନ ହୋଇଛି
ଦୁର୍ଘଟଣା ପରେ ହୁହୁ ହୋଇ ଜଳିଗଲା ବସ୍‌, ୧୨ ଜଣ ଜୀବନ୍ତ ଦଗ୍ଧ

BUS

ଜୟପୁର: ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳି ଯାଇଛି ଯାତ୍ରୀବାହୀ ବସ୍‌। ଫଳରେ ନିଆଁରେ ପୋଡ଼ି ହୋଇ ୧୨ ଜଣ ଲୋକ ପ୍ରାଣ ହରାଇଛନ୍ତି। ରାଜସ୍ଥାନର ବାରମେର-ଯୋଧପୁର ଜାତୀୟ ରାଜପଥରେ ଗୋଟିଏ ଯାତ୍ରୀବାହୀ ବସ୍‌ ସହ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ବସ୍‌ରେ ନିଆଁ ଲାଗି ଯାଇ ଏପରି ଘଟିଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ବସ୍‌ରେ ମୋଟ ୨୫ ଜଣ ଲୋକ ଥିଲେ। ୧୨ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୧୦ ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବସରେ ଥିବା ଆଉ ୩ ଜଣଙ୍କର କୌଣସି ପତ୍ତା ମିଳିନାହିଁ।

ଦୁର୍ଘଟଣା ପରେ ବସ୍‌ଟି ରାସ୍ତାରେ ଜଳୁଥିବା ବେଳର ଭିଡିଓ ସାମ୍ନାକୁ ଆସିଛି। ବସ୍‌ଟି ସକାଳ ୯.୫୫ରେ ବାଲୋତ୍ରାରୁ ବାହାରିଥିଲା। ତେବେ ପଚପଦରା  ନିକଟରେ ଏହା ବିପରୀତ ଦିଗରୁ ଆସୁଥିବା ଗୋଟିଏ ଟ୍ୟାଙ୍କରଙ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ହେବା କ୍ଷଣି ବସ୍‌ଟିରେ ଜଳିବାକୁ ଆରମ୍ଭ କରିଥିଲା।

Advertisment


ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ପୁଲିସ୍‌ ସେଠାରେ ପହଞ୍ଚିଥିଲେ। ଏହାପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳେକୁ ୧୨ ଜଣ ଲୋକଙ୍କ ଜୀବନ ଚାଲି ଯାଇଥିଲା। ବସ୍‌ଟି ରାସ୍ତା ଉପରେ ଜଳୁ ଥିବାରୁ ବ୍ୟାପଟ ଟ୍ରାଫିକ ସମସ୍ୟା ଦେଖାଯାଇଥିଲା। ପୁଲିସ୍‌ ସ୍ଥିତିକୁ ନିୟନ୍ତ୍ରଣ କରି ଘଟଣାର ଯାଞ୍ଚ ଆରମ୍ଭ କରିଛି।

Accident Roadaccident Rajasthan