Advertisment

୭୨ ଘଣ୍ଟାରେ ୧୨ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଶାନ୍ତି ଫେରାଇ ଆଣିବା ପାଇଁ ଆରମ୍ଭ ହୋଇଛି ଅପରେସନ ଆତଙ୍କବାଦୀ। ଜମ୍ମୁ କଶ୍ମୀର ପୁଲିସ ଏବଂ ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନରେ ୭୨ ଘଣ୍ଟାରେ ୧୨ ଆତଙ୍କବାଦ ନିପାତ ହୋଇଛନ୍ତି। ମୋଟ୍ ୪ଟି  ଅପରେସନରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଛନ୍ତି ବାହାଦୂର ଯବାନ। ନିକଟରେ ତ୍ରାଲ ଏବଂ ଶୋପିଆନରେ ୭ ଆତଙ୍କବାଦୀ ନିହତ ହୋଇଥିବା ବେଳେ ହରିପୋରାରେ ଆତଙ୍କବାଦୀ ସଂଗଠନ ଅଲ ବଦରର ତିନି ଆତଙ୍କବାଦୀ ଏବଂ ବିଜବେହରାରେ ଲଶ୍କର-ଏ-ତୌଇବାର ୨ ଆତଙ୍କବାଦୀ […]

୭୨ ଘଣ୍ଟାରେ ୧୨ ଆତଙ୍କବାଦୀ ନିପାତ

DILBAG SINGH JAMMU DGP

Advertisment

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଶାନ୍ତି ଫେରାଇ ଆଣିବା ପାଇଁ ଆରମ୍ଭ ହୋଇଛି ଅପରେସନ ଆତଙ୍କବାଦୀ। ଜମ୍ମୁ କଶ୍ମୀର ପୁଲିସ ଏବଂ ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନରେ ୭୨ ଘଣ୍ଟାରେ ୧୨ ଆତଙ୍କବାଦ ନିପାତ ହୋଇଛନ୍ତି। ମୋଟ୍ ୪ଟି  ଅପରେସନରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଛନ୍ତି ବାହାଦୂର ଯବାନ।

Advertisment

ନିକଟରେ ତ୍ରାଲ ଏବଂ ଶୋପିଆନରେ ୭ ଆତଙ୍କବାଦୀ ନିହତ ହୋଇଥିବା ବେଳେ ହରିପୋରାରେ ଆତଙ୍କବାଦୀ ସଂଗଠନ ଅଲ ବଦରର ତିନି ଆତଙ୍କବାଦୀ ଏବଂ ବିଜବେହରାରେ ଲଶ୍କର-ଏ-ତୌଇବାର ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ କଶ୍ମୀର ପୁଲିସ ଡିଜି ଦିଲବାଗ ସିଂ ଏହି ସୂଚନା ଦେଇଛନ୍ତି।

ଦିଲବାଗ କହିଛନ୍ତି ବିଜବେହରାରେ ଏନକାଉଣ୍ଟର ଶେଷ ହୋଇଛି। ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାର ବିଜବେହରା ଅଞ୍ଚଳର ହୋଇଥିବା ଏନକାଉଣ୍ଟରରେ ଲଶ୍କର-ଏ-ତୌଇବାକୁ ସହଯୋଗ କରୁଥିବା ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ମୋଟ ଉପରେ ୧୨ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ଏନକାଉଣ୍ଟର କରି ନିପାତ କରିଛନ୍ତି।

Advertisment

ସେହିପରି କଶ୍ମୀରର ଆଇଜିପି କହିଛନ୍ତି ଯେ ନିକଟରେ ଆତଙ୍କବାଦୀ ସଂଗଠନରେ ଅନେକ ଯୁବକ ଯୋଗ ଦେଇଛନ୍ତି। ସେମାନେ କିଭଳି ଆତ୍ମସମର୍ପଣ କରିବେ ତାଉପରେ ପୁଲିସ ଏବଂ ସୁରକ୍ଷା ବାହିନୀ ଗୁରୁତ୍ୱ ଦେଉଛନ୍ତି।

Terror Attack Lashkar-e-Taiba Terrorist
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe