Advertisment

ନିୟମ ବଦଳାଇଲେ ସରକାର: ଏଣିକି ୩ ମାସ ପରେ ମିଳିବ ଟିକାର ଦ୍ୱିତୀୟ ଡୋଜ୍‌

ନୂଆଦିଲ୍ଲୀ: କରୋନା ଟିକାର ଦୁଇଟି ଡୋଜ୍‌ ମଧ୍ୟରେ ଥିବା ସମୟ ସୀମାକୁ ବୃଦ୍ଧି କରିବା ପାଇଁ ବିଶେଷଜ୍ଞ କମିଟି ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଭାରତ ସରକାର। ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସିଲ୍ଡର ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତି ଏଣିକି ୪ ମାସ ପରେ ଦ୍ୱିତୀୟ ଡୋଜ୍‌ ନେଇପାରିବେ। ଭାରତ ସରକାର କହିଛନ୍ତି, ବିଜ୍ଞାନ ପଦ୍ଧତିକୁ ଆଧାର କରି ଦୁଇଟି ଡୋଜ୍‌ ମଧ୍ୟରେ ଥିବା ସମୟକୁ ବୃଦ୍ଧି କରାଯାଇଛି। ଏଣିକି କୋଭିସିଲ୍ଡ ଟିକାର […]

author-image
Hemant Lenka
ନିୟମ ବଦଳାଇଲେ ସରକାର: ଏଣିକି ୩ ମାସ ପରେ ମିଳିବ ଟିକାର ଦ୍ୱିତୀୟ ଡୋଜ୍‌

Corona

ନୂଆଦିଲ୍ଲୀ: କରୋନା ଟିକାର ଦୁଇଟି ଡୋଜ୍‌ ମଧ୍ୟରେ ଥିବା ସମୟ ସୀମାକୁ ବୃଦ୍ଧି କରିବା ପାଇଁ ବିଶେଷଜ୍ଞ କମିଟି ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଭାରତ ସରକାର। ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସିଲ୍ଡର ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତି ଏଣିକି ୪ ମାସ ପରେ ଦ୍ୱିତୀୟ ଡୋଜ୍‌ ନେଇପାରିବେ। ଭାରତ ସରକାର କହିଛନ୍ତି, ବିଜ୍ଞାନ ପଦ୍ଧତିକୁ ଆଧାର କରି ଦୁଇଟି ଡୋଜ୍‌ ମଧ୍ୟରେ ଥିବା ସମୟକୁ ବୃଦ୍ଧି କରାଯାଇଛି।

Advertisment

ଏଣିକି କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତି ୧୨ରୁ ୧୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ନେଇପାରିବେ। ଏହା ବର୍ତ୍ତମାନ ୬ରୁ ୮ ସପ୍ତାହ ମଧ୍ୟରେ ରହିଥିଲା। ତେବେ କୋଭାକ୍ସିନ ଟିକାର ଡୋଜ୍‌ ସମୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହା ପୂର୍ବଭଳି ୪ରୁ ୬ ସପ୍ତାହ ରହିଛି। ଏହାର ଅର୍ଥ କୋଭାକ୍ସିନ ଟିକାର ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତି ୪ରୁ ୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ନେବେ।

ରିୟଲ ଲାଇଫ ପ୍ରମାଣକୁ ଆଧାର କରି କୋଭିଡ-୧୯ ୱାର୍କିଂ ଗ୍ରୁପ୍‌ କୋଭିସିଲ୍ଡ ଟିକାର ଡୋଜ୍‌ ମଧ୍ୟରେ ଥିବା ସମୟକୁ ବୃଦ୍ଧି କରିବାକୁ ଏକମତ ହୋଇଥିବା ଭାରତ ସରକାର କହିଛନ୍ତି। ସୂଚନାଯୋଗ୍ୟ, ସରକାରଙ୍କ ନ୍ୟାଶନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ ଅଫ୍ ଇମ୍ୟୁନାଇଜେସନ ପ୍ରଥମେ କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍‌ ମଧ୍ୟରେ ଥିବା ସମୟକୁ ବଦଳାଇବାକୁ ପ୍ରସ୍ତାବ ଦେଇଥିଲା।

Advertisment

ଏହାକୁ ବୁଧବାର ନୀତି ଆୟୋଗ୍ୟ ସଦସ୍ୟ ଭିକେ ପଲ୍‌ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନେତୃତ୍ୱରେ ପରିଚାଳିତ National Expert Group on Vaccine Administration ଅନୁମୋଦନ ଦେଇଛି। ୩ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ କୋଭିସିଲ୍ଡ ଟିକାର ଡୋଜ୍‌ ନେବା ଅବଧିକୁ ବୃଦ୍ଧି କରାଯାଇଛି।

ମାର୍ଚ୍ଚ ମାସରେ କେନ୍ଦ୍ର ସରକାର କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍‌ ମଧ୍ୟରେ ବ୍ୟବଧାନକୁ ୨୮ ଦିନରୁ ୬ରୁ ୮ ସପ୍ତାହକୁ ବୃଦ୍ଧି କରିବାକୁ କହିଥିଲେ। ବର୍ତ୍ତମାନ ଲୋକଙ୍କୁ ୬ରୁ ୮ ସପ୍ତାହ ମଧ୍ୟରେ ଟିକା ଦିଆଯାଉଥିଲା। କିନ୍ତୁ ଆଜି ଏହାକୁ ୧୨ରୁ ୧୬ ସପ୍ତାହ କରି ଦିଆଯାଇଛି।


ତେବେ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ବିରୋଧୀ ନାପସନ୍ଦ କରିଛନ୍ତି। ଟିକାର ଅଭାବ ଦେଖାଯାଉଥିବାରୁ ସରକାର ଜାଣିଶୁଣି ଡୋଜ୍‌ ଗୁଡ଼ିକ ମଧ୍ୟରେ ଥିବା ସମୟକୁ ବୃଦ୍ଧି କରିଥିବା ସେମାନେ କହିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ କରି କହିଛନ୍ତି, “ପ୍ରଥମେ ଦ୍ୱିତୀୟ ଡୋଜ୍‌ ନେବାର ସମୟ ୪ ସପ୍ତାହ ଥିଲା। ଏହାପରେ ଏହାକୁ ୬ରୁ ୮ ସପ୍ତାହ ଓ ଏବେ ଏହା ୧୨ରୁ ୧୬ ସପ୍ତାହ ହୋଇଯାଇଛି। କ’ଣ ଟିକାର ଷ୍ଟକ ନଥିବାରୁ ଏଭଳି ପରିବର୍ତ୍ତନ କରାଯାଉଛି ନା ପ୍ରଫେସନାଲ ସାଇଣ୍ଟିଫିକ କାରଣ ପାଇଁ ଏମିତି ହେଉଛି? ଆମେ ମୋଦି ସରକାରଙ୍କ ପାଖରୁ ଏ ବିଷୟରେ କିଛି ସ୍ୱଚ୍ଛତା ଆଶା କରିପାରିବୁ କି?”