Advertisment

ଭଉଣୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କଲେ ଦୁଇ ସମ୍ପର୍କୀୟ ଭାଇ, ଜେଜେ ମା’ଙ୍କୁ ମଧ୍ୟ ଛାଡ଼ିଲେନି

ଭୋପାଲ: ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ୧୬ ବର୍ଷୀୟ ଝିଅଙ୍କୁ ତାଙ୍କର ଦୁଇ ସମ୍ପର୍କୀୟ ଭାବେ ବାରମ୍ବାର ଦୁଷ୍କର୍ମ କରିବା ସହ ପ୍ରବଳ ମାଡ଼ ମାରିଛନ୍ତି। ଏଥିସହଯୋଗୁ ନାବାଳିକା ଜଣଙ୍କ ପ୍ରାଣ ହରାଇଛନ୍ତି। ସେହିପରି ଦୁଇ ଭାଇଙ୍କ ମଧ୍ୟରୁ ଜଣେ ନାବାଳିକାଙ୍କ ଜେଜେ ମା’ଙ୍କୁ ମଧ୍ୟ ଦୁଷ୍କର୍ମ କରିଛି। ମଧ୍ୟପ୍ରଦେଶର ଜବଲପୁର ଅନ୍ତର୍ଗତ ରାଞ୍ଝି ଅଞ୍ଚଳରେ ଏପରି ଘଟଣା ଘଟିଛି। ନାବାଳିକା ଜଣଙ୍କ ତାଙ୍କ ବାପାଙ୍କ ସହ ମୁମ୍ବାଇରେ ରୁହନ୍ତି। ତେବେ […]

author-image
Hemant Lenka
ଭଉଣୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କଲେ ଦୁଇ ସମ୍ପର୍କୀୟ ଭାଇ, ଜେଜେ ମା’ଙ୍କୁ ମଧ୍ୟ ଛାଡ଼ିଲେନି

stopRape

ଭୋପାଲ: ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ୧୬ ବର୍ଷୀୟ ଝିଅଙ୍କୁ ତାଙ୍କର ଦୁଇ ସମ୍ପର୍କୀୟ ଭାବେ ବାରମ୍ବାର ଦୁଷ୍କର୍ମ କରିବା ସହ ପ୍ରବଳ ମାଡ଼ ମାରିଛନ୍ତି। ଏଥିସହଯୋଗୁ ନାବାଳିକା ଜଣଙ୍କ ପ୍ରାଣ ହରାଇଛନ୍ତି। ସେହିପରି ଦୁଇ ଭାଇଙ୍କ ମଧ୍ୟରୁ ଜଣେ ନାବାଳିକାଙ୍କ ଜେଜେ ମା’ଙ୍କୁ ମଧ୍ୟ ଦୁଷ୍କର୍ମ କରିଛି। ମଧ୍ୟପ୍ରଦେଶର ଜବଲପୁର ଅନ୍ତର୍ଗତ ରାଞ୍ଝି ଅଞ୍ଚଳରେ ଏପରି ଘଟଣା ଘଟିଛି।

Advertisment

ନାବାଳିକା ଜଣଙ୍କ ତାଙ୍କ ବାପାଙ୍କ ସହ ମୁମ୍ବାଇରେ ରୁହନ୍ତି। ତେବେ ସେ ଅଗଷ୍ଟ ୧୧ରେ ଜବଲପୁରରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଅଗଷ୍ଟ ୧୩ ତାରିଖରୁ ତାଙ୍କ ସହ ନିର୍ଯାତନା ଆରମ୍ଭ ହୋଇଥିଲା। ନାବାଳିକାଙ୍କୁ ତାଙ୍କର ଦୁଇ ସମ୍ପର୍କୀୟ ଭାଇ ପ୍ରଥମେ ମାଡ଼ ଦୁଷ୍କର୍ମ କରିଥିଲେ। ଏହାପରେ ସମାନ ଆଚରଣ ପ୍ରଦର୍ଶନ କରି ତାଙ୍କୁ ବାରମ୍ବାର ଦୁଷ୍କର୍ମ କରି ଚାଲିଥିଲେ। ନାବାଳିକାଙ୍କ ସହ ସମ୍ପର୍କୀୟଙ୍କ ଘରକୁ ଆସିଥିବା ତାଙ୍କ ଜେଜେ ମା’ଙ୍କୁ ମଧ୍ୟ ଦୁଇ ଭାଇଙ୍କ ମଧ୍ୟରୁ ଜଣେ ଦୁଷ୍କର୍ମ କରିଥିଲା।

ନାବାଳିକାଙ୍କ ସହ ବାରମ୍ବାର ଦୁଷ୍କର୍ମ କରାଯିବାରୁ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ଏଥିପାଇଁ ଅଗଷ୍ଟ ୧୯ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ହସ୍ପିଟାଲରୁ ଶବକୁ ତୁରନ୍ତ ଆଣି ସମ୍ପର୍କୀୟମାନେ ଜବଲପୁରରେ ହିଁ ତାଙ୍କ ଅନ୍ତିମ ସଂସ୍କାର କରିଦେଇଥିଲେ।

Advertisment

ତେବେ ମଙ୍ଗଳବାର ପୀଡ଼ିତାଙ୍କ ବାପା ପୁଲିସ୍‌କୁ କହିଛନ୍ତି ଯେ ତାଙ୍କ ଝିଅଙ୍କୁ ତା’ର ଦୁଇ ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିବା ସହ ମାଡ଼ ମାରିଥିଲେ। ଏକଥା ତାଙ୍କୁ ଝିଅ ସହ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ତାଙ୍କ ମା’ କହିଛନ୍ତି। କାରଣ ତାଙ୍କ ମା’ ମଧ୍ୟ ଦୁଇ ଭାଇଙ୍କ ମଧ୍ୟରୁ ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି।

ପିଡ଼ୀତାଙ୍କ ବାପାଙ୍କ ଅଭିଯୋଗ ପରେ ମଙ୍ଗଳବାର(ଅଗଷ୍ଟ ୨୩)ରେ ଅନ୍ତିମ ସଂସ୍କାର କରାଯାଇ ସାରିଥିବା ପୀଡ଼ିତାଙ୍କ ମୃତଦେହକୁ ଉଦ୍ଧାର କରିବାକୁ ପୁଲିସ ଚେଷ୍ଟା କରିଥିଲା। ସେହିପରି ତାଙ୍କ ଜେଜେ ମା’ଙ୍କ ମେଡିକାଲ ଟେଷ୍ଟ କରାଇଥିଲା। ମେଡିକାଲ ଟେଷ୍ଟରୁ ଜେଜେ ମା’ ଦୁଷ୍କର୍ମର ଶିକାର ହୋଇଥିବା ପୁଲିସ୍‌ ଜାଣିବାକୁ ପାଇଥିଲା।

ଏହାପରେ ପୁଲିସ୍‌ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଛି। ଆଉ ଜଣଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ କରୁଛି। ସେହିପରି ଅସୁସ୍ଥତା କାରଣରୁ ପୀଡ଼ିତା ଜଣଙ୍କ ଯେଉଁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ସେଠାକାର କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।