Advertisment

ଧୋକା ଦେଲା ମୌସୁମୀ, ଓଡ଼ିଶାର ୧୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର: ଚଳିତ ବର୍ଷ ଠିକ ସମୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଥିଲେ ହେଁ ଆଶା ଅନୁଯାୟୀ ଏଯାଏ ବର୍ଷା ହୋଇନି। ରାଜ୍ୟର ୩୦ଟି ଜିଲ୍ଲାରୁ ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଜୁନ୍‌ ୧ରୁ ଜୁଲାଇ ୧୩ ମଧ୍ୟରେ ରାଜ୍ୟରେ ୨୭୩.୬ ମିମି ବର୍ଷା ରେକର୍ଡ ହୋଇଛି। ଏହା ସ୍ୱାଭାବିକ ଠାରୁ ୨୧% କମ। ଏହି […]

ଅଦ୍ୟତନ ହୋଇଛି
ଧୋକା ଦେଲା ମୌସୁମୀ, ଓଡ଼ିଶାର ୧୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

RainFall

Advertisment

ଭୁବନେଶ୍ୱର: ଚଳିତ ବର୍ଷ ଠିକ ସମୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଥିଲେ ହେଁ ଆଶା ଅନୁଯାୟୀ ଏଯାଏ ବର୍ଷା ହୋଇନି। ରାଜ୍ୟର ୩୦ଟି ଜିଲ୍ଲାରୁ ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଜୁନ୍‌ ୧ରୁ ଜୁଲାଇ ୧୩ ମଧ୍ୟରେ ରାଜ୍ୟରେ ୨୭୩.୬ ମିମି ବର୍ଷା ରେକର୍ଡ ହୋଇଛି। ଏହା ସ୍ୱାଭାବିକ ଠାରୁ ୨୧% କମ। ଏହି ସମୟରେ କୋରାପୁଟରେ ସର୍ବାଧିକ ୩୭୦.୩ ମିମି ବର୍ଷା ହୋଇଥିବା ବେଳେ ଭଦ୍ରକରେ ସବୁଠାରୁ କମ ୧୩୧.୧ ମିମି ବର୍ଷା ରେକର୍ଡ କରାଯାଇଛି।

୨୦ରୁ ୫୯% କମ ବର୍ଷା ବା ନିଅଣ୍ଟିଆ ବର୍ଷାର ସମ୍ମୁଖୀନ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ଦେବଗଡ଼, ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ନଗରଙ୍ଗପୁର, ଗଞ୍ଜାମ, ଗଜପତି ଓ ରାୟଗଡ଼ା ରହିଛି।

Advertisment

୧୭ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇଥିବା ବେଳେ ୪ଟି ଜିଲ୍ଲା ପାଇଁ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଆସନ୍ତା ୧୫ ଦିନ ମଧ୍ୟରେ ଯଦି କେନ୍ଦୁଝର, ଗଞ୍ଜାମ, ଯାଜପୁର ଓ ଭଦ୍ରକରେ ଭଲ ବର୍ଷା ନ ହେବ, ତା’ହେଲେ ଏଠାରେ ଚାଷର ସ୍ଥିତି ଗଭୀର ଭାବେ ପ୍ରଭାବିତ ହେବ ବୋଲି ପାଣିପାଗ ବିଜ୍ଞାନୀ ଏଚଆର ବିଶ୍ୱାସ ପୂର୍ବାନୁମାନ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା କେନ୍ଦୁଝର, ଭଦ୍ରକ, ଯାଜପୁରଗଞ୍ଜାମଜିଲ୍ଲାରେ ସ୍ୱାଭାବିକ ଠାରୁ ୪୦%ରୁ ଅଧିକ ପରିମାଣର କମ ବର୍ଷା ରେକର୍ଡ କରାଯାଇଥିବା ସେ କହିଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ରାଜ୍ୟର ବାକି ୧୩ ଜିଲ୍ଲାରେ ମୌସୁମୀ ଯୋଗୁ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି।

ସ୍ୱାଭାବିକ ବର୍ଷା ହୋଇଥିବା ଜିଲ୍ଲା ଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବରଗଡ଼, ନୂଆପଡ଼ା, କୋରାପୁଟ ଓ ମାଲକାନଗିରି ରହିଛନ୍ତି।

Monsoon
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe