Advertisment

ପରୀକ୍ଷା ନାଁରେ ସ୍କୁଲରେ ରଖି ୧୭ ଜଣ ଛାତ୍ରୀଙ୍କୁ ଅସଦାଚରଣ!

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୁଜାଫରନଗରରେ ଥିବା ଗୋଟିଏ ସ୍କୁଲ ପ୍ରିନ୍ସପାଲଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ୧୦ମ ଶ୍ରେଣୀରେ ପଢ଼ୁଥିବା ୧୭ ଜଣ ଛାତ୍ରୀଙ୍କୁ ପ୍ରିନ୍ସପାଲ ଓ ତାଙ୍କ ସହଯୋଗୀ ସ୍କୁଲ ଭିତରେ ନିଶା ଦେଇ ଅସଦାଚରଣ କରିଛନ୍ତି। ସେମାନଙ୍କୁ ପ୍ରାଟିକାଲ ପରୀକ୍ଷା ପାଇଁ ପ୍ରସ୍ତୁତ କରାଇ ଦେବା ନାଁରେ ସ୍କୁଲରେ ରାତିରେ ରହିବାକୁ କୁହାଯାଇଥିଲା। ହେଲେ ତଥାକଥିତ ପରୀକ୍ଷା ପୂର୍ବ ରାତିରେ ସେମାନଙ୍କ ସହ ଏପରି ଘଟିଥିବା ନିଜେ ଛାତ୍ରୀମାନେ କହିଛନ୍ତି। ନଭେମ୍ବର ୧୮ରେ ଏହି […]

author-image
Hemant Lenka
ଅଦ୍ୟତନ ହୋଇଛି
ପରୀକ୍ଷା ନାଁରେ ସ୍କୁଲରେ ରଖି ୧୭ ଜଣ ଛାତ୍ରୀଙ୍କୁ ଅସଦାଚରଣ!

women

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୁଜାଫରନଗରରେ ଥିବା ଗୋଟିଏ ସ୍କୁଲ ପ୍ରିନ୍ସପାଲଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ୧୦ମ ଶ୍ରେଣୀରେ ପଢ଼ୁଥିବା ୧୭ ଜଣ ଛାତ୍ରୀଙ୍କୁ ପ୍ରିନ୍ସପାଲ ଓ ତାଙ୍କ ସହଯୋଗୀ ସ୍କୁଲ ଭିତରେ ନିଶା ଦେଇ ଅସଦାଚରଣ କରିଛନ୍ତି। ସେମାନଙ୍କୁ ପ୍ରାଟିକାଲ ପରୀକ୍ଷା ପାଇଁ ପ୍ରସ୍ତୁତ କରାଇ ଦେବା ନାଁରେ ସ୍କୁଲରେ ରାତିରେ ରହିବାକୁ କୁହାଯାଇଥିଲା। ହେଲେ ତଥାକଥିତ ପରୀକ୍ଷା ପୂର୍ବ ରାତିରେ ସେମାନଙ୍କ ସହ ଏପରି ଘଟିଥିବା ନିଜେ ଛାତ୍ରୀମାନେ କହିଛନ୍ତି।

Advertisment

ନଭେମ୍ବର ୧୮ରେ ଏହି ଘଟଣା ଘଟିଥିବା ବେଳେ ଏବେ ଏହା ସାମ୍ନାକୁ ଆସିଛି। ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ଏଫଆଇଆର ରୁଜୁ କରାଯାଇଛି। ସେହିପରି ଅଭିଯୁକ୍ତଙ୍କୁ ଧରିବା ପାଇଁ ୫ଟି ଟିମ ଗଠନ କରାଯାଇଛି।

ମୁଜାଫରନଗର ପୁଲିସ ମୁଖ୍ୟ ଅଭିଷେକ ଯାଦବ କହିଛନ୍ତି, “କାର୍ଯ୍ୟରେ ଅବହେଳା ପାଇଁ ସ୍ଥାନୀୟ ପୁଲିସ୍ ଷ୍ଟେସନର ଷ୍ଟେସନ ହାଉସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଧାରା ୩୨୮, ୩୫୮, ୫୦୬ ଓ ପୋସକୋ ଆଇନ ଅନୁସାରେ ମାମଲା ହୋଇଛି।” ପୁଲିସ୍‌ ପ୍ରଥମେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିଲା। ହେଲେ ସ୍ଥାନୀୟ ବିଧାୟକ ପ୍ରମୋଦ ଉଟୱାଲାଙ୍କ ହସ୍ତକ୍ଷେପ ପରେ ଏଫଆଇଆର ରୁଜୁ ହୋଇଥିବା ପୀଡ଼ିତାମାନଙ୍କ ପରିବାର ଲୋକ କହିଛନ୍ତି।

Advertisment

ଜଣେ ଅଭିଯୋଗକାରୀ କହିଛନ୍ତି, ପ୍ରିନ୍ସପାଲ ଯୋଗେଶ ପ୍ରାଟିକାଲ ପରୀକ୍ଷା ନାଁରେ ୧୬ରୁ ୧୭ ଜଣ ଛାତ୍ରୀଙ୍କୁ ସ୍କୁଲକୁ ଡାକିଥିଲେ। ସ୍ଥାନୀୟ ଅଞ୍ଚଳରେ ଥିବା ଆଉ ଗୋଟିଏ ସ୍କୁଲରେ ଉକ୍ତ ପ୍ରାଟିକାଲ ପରୀକ୍ଷା ହେବାର ଥିଲା। ଛାତ୍ରୀମାନଙ୍କୁ ପ୍ରଥମେ କିଛି ଲେଖିବାକୁ ଦିଆଯାଇଥିଲା। ଏହାପରେ ସେମାନଙ୍କୁ ରାତିରେ ସ୍କୁଲରେ ରହିବାକୁ କୁହାଯାଇଥିଲା।

ପ୍ରିନ୍ସପାଲ ଅଧା ରାନ୍ଧିଥିବା ଖେଚେଡ଼ିକୁ ପୂରା କରି ନିଜେ ଖାଇବା ସହ ଛାତ୍ରୀମାନଙ୍କୁ ଦେଇଥିଲେ। ଏହାକୁ ଖାଇବା ପରେ ସମସ୍ତେ ଅଚେତ ହୋଇଯାଇଥିଲେ। ଏହାର ସୁଯୋଗ ନେଇ ପ୍ରିନ୍ସପାଲ ଯୋଗେଶ ଓ ତାଙ୍କର ଜଣେ ସହଯୋଗୀ  ସମସ୍ତଙ୍କ ସହ ଅସଦାଚରଣ କରିଥିଲେ ବୋଲି ଅଭିଯୋଗ ହୋଇଛି।

ସ୍କୁଲରେ ୨୯ ଜଣ ଶିକ୍ଷାର୍ଥୀ ଥିବା ବେଳେ ପ୍ରିନ୍ସପାଲ କେବଳ ଛାତ୍ରୀମାନଙ୍କୁ ଡାକିଥିଲେ। ତେଣୁ ପ୍ରକୃତରେ ପ୍ରାଟିକାଲ ପରୀକ୍ଷା ଥିଲା ନା ପ୍ରିନ୍ସପାଲ ଜଣଙ୍କ କେବଳ ନିଜ ମନ୍ଦ ଇଚ୍ଛାକୁ ପୂରଣ କରିବା ପାଇଁ ଏପରି ନାଟକ କରିଥିଲେ, ତା’କୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଘଟଣା ପରେ ସେମାନଙ୍କୁ ମୁହଁ ନ ଖୋଲିବାକୁ ଧମକ ଦିଆଯାଇଥିବା ଅସଦାଚରଣ ଶିକାର ହୋଇଥିବା ଆଉ ଜଣେ ଛାତ୍ରୀ କହିଛନ୍ତି।

Uttar Pradesh Sexual Harassment