Advertisment

ନିଶାସକ୍ତ ମୁମ୍ବାଇ ଯୁବତୀଙ୍କୁ ଅହମଦାବାଦରେ ଗଣଦୁଷ୍କର୍ମ

ଅହମଦାବାଦ: ମୁମ୍ବାଇର ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଅହମଦାବାଦରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କ ଗୋଟିଏ କ୍ୟାଟ୍ରିଂ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଏଠାକୁ ଆସିଥିବା ବେଳେ ତାଙ୍କ ସହ ଏଭଳି କାଣ୍ଡ ଘଟିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯୁବତୀ ଜଣଙ୍କ କ୍ୟାଟ୍ରିଂ କାର୍ଯ୍ୟକ୍ରମ ପରେ ପ୍ରଚୁର ମଦ ପିଇଥିଲେ। ମଦ ନିଶାରେ ସେ ଶୋଇଥିବା ବେଳେ ତାଙ୍କୁ ଦୁଇ ଜଣ ଯୁବକ ଗଣଦୁଷ୍କର୍ମ କରିଛନ୍ତି। ଘଟଣାର ଦୁଇ ଅଭିଯୁକ୍ତ ହେଲେ କ୍ୟାଟ୍ରିଂ […]

ନିଶାସକ୍ତ ମୁମ୍ବାଇ ଯୁବତୀଙ୍କୁ ଅହମଦାବାଦରେ ଗଣଦୁଷ୍କର୍ମ

stop-Rape

Advertisment

ଅହମଦାବାଦ: ମୁମ୍ବାଇର ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଅହମଦାବାଦରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କ ଗୋଟିଏ କ୍ୟାଟ୍ରିଂ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଏଠାକୁ ଆସିଥିବା ବେଳେ ତାଙ୍କ ସହ ଏଭଳି କାଣ୍ଡ ଘଟିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯୁବତୀ ଜଣଙ୍କ କ୍ୟାଟ୍ରିଂ କାର୍ଯ୍ୟକ୍ରମ ପରେ ପ୍ରଚୁର ମଦ ପିଇଥିଲେ।

Advertisment

ମଦ ନିଶାରେ ସେ ଶୋଇଥିବା ବେଳେ ତାଙ୍କୁ ଦୁଇ ଜଣ ଯୁବକ ଗଣଦୁଷ୍କର୍ମ କରିଛନ୍ତି। ଘଟଣାର ଦୁଇ ଅଭିଯୁକ୍ତ ହେଲେ କ୍ୟାଟ୍ରିଂ କଣ୍ଟ୍ରାକ୍ଟର ଶାହିଲ ଶେଖ ଓ ତାଙ୍କ ବନ୍ଧୁ ତସ୍କୀନ କ୍ୟୁରେଶୀ। ଗଣଦୁଷ୍କର୍ମ ବେଳେ ଶେଖ୍‌ର ଗର୍ଲଫ୍ରେଣ୍ଡ ତନୟା ଧନୱାଲା ମଧ୍ୟ ଉପସ୍ଥିତ ଥିଲେ।

ନରୋଲା ପୁଲିସ ସୋମବାର ଶେଖ ଓ କ୍ୟୁରେଶୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ସେହିପରି ଅପରାଧରେ ସହଯୋଗ କରିଥିବା ତନୟାଙ୍କ ନାଁରେ ମଧ୍ୟ ମାମଲା କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କ ବୟସ ପ୍ରାୟ ୨୫ ବର୍ଷ ମଧ୍ୟରେ ହେବ ବୋଲି ପୁଲିସ୍‌ କହିଛି।

Advertisment

ପିଏସଆଇ ରାଜୁ ଅମଲିୟାର କହିଛନ୍ତି, ପୀଡ଼ିତା ଜଣଙ୍କ ଅନ୍ୟ ୬ ଜଣ ମହିଳାଙ୍କ ସହ ଏଠାକୁ ଆସିଥିଲେ। ସେମାନଙ୍କୁ କ୍ୟାଟ୍ରିଂ କଣ୍ଟ୍ରାକ୍ଟର ନରୋଲାର ଅକରୁତି ଟାଉନଶିପ୍‌ରେ ଥିବା ଗୋଟିଏ ଫ୍ଲାଟରେ ରଖିଥିଲେ। ରବିବାର ପ୍ରାୟ ୧୦.୩୦ରେ କ୍ୟୁରେଶୀ, ଶେଖ, ତନୟା ଓ ପୀଡ଼ିତା ଜଣଙ୍କ ବେଡ୍‌ ରୁମ୍‌ରେ ବସି ମଦ ପିଇଥିଲେ।

ଅନ୍ୟ ୬ ମହିଳା ଫ୍ଲାଟର ହଲରେ ରହିଥିଲେ। ମଦ ପିଇ ସାରିବା ପରେ ୪ ଜଣ ଯାକ ବାହାରକୁ ଆସିଥିଲେ। କିନ୍ତୁ ପୀଡ଼ିତାଙ୍କୁ ପ୍ରବଳ ନିଶା ହୋଇଯିବାରୁ ସେ ହଲ୍‌ରେ ପଡ଼ିଥିବା ଗୋଟିଏ ସୋଫାରେ ଶୋଇ ପଡ଼ିଥିଲେ। ରାତି ପ୍ରାୟ ୧୧.୩୦ରେ ଶେଖ ଓ କ୍ୟୁରେଶୀ ସୋଫାରେ ଶୋଇଥିବା ଯୁବତୀଙ୍କୁ ବେଡ୍‌ ରୁମ୍‌କୁ ଟେକି ନେଇଥିଲେ।

ସେଠାରେ ପ୍ରଥମେ ଶେଖ ତାଙ୍କୁ ଦୁଷ୍କର୍ମ କରିଥିଲା। ଏହାପରେ କ୍ୟୁରେଶୀ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ସମୟରେ ଉକ୍ତ ବେଡ୍‌ ରୁମ୍‌ରେ ତନୟା ମଧ୍ୟ ଉପସ୍ଥିତ ରହିଥିଲେ। ନିଶା ଛାଡ଼ିବା ପରେ ପୀଡ଼ିତା ଜଣଙ୍କ ନିଦ ଭାଙ୍ଗିଥିଲା। ସେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବା ସହ ତାଙ୍କୁ ଗୁପ୍ତାଙ୍ଗର ରକ୍ତ ବାହାରୁଥିବା ଦେଖିବାକୁ ପାଇଥିଲେ। ଏହି ସମୟରେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ସେ ସନ୍ଦେହ କରିଥିଲେ।

ହଲ୍‌ରେ ଥିବା ମହିଳମାନେ ପୀଡ଼ିତାଙ୍କ ପାଖକୁ ଯାଇ କ’ଣ ହୋଇଛି ପଚାରିବାରୁ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ପାଟି ଶୁଣି ଫ୍ଲାଟରେ ଥିବା ଅନ୍ୟ ଲୋକମାନେ ମଧ୍ୟ ଭିଡ଼ କରିଥିଲେ। ଶେଷରେ ପୀଡ଼ିତା ଓ ଅନ୍ୟ ମହିଳାମାନେ ଭୋର ୩.୩୦ରେ ନରୋଲା ପୁଲିସ୍‌ ଷ୍ଟେସନ ଯାଇ ବିଧିବଦ୍ଧ ଅଭିଯୋଗ ଦାଖଲ କରିଥିଲେ।

ପୁଲିସ୍‌ ମାମଲା ରୁଜୁ କରି ଶେଖ ଓ ତନୟାଙ୍କୁ ଗିରଫ କରିଥିବା ବେଳେ ଏବେ ବି କ୍ୟୁରେଶୀ ଫେରାର ରହିଛନ୍ତି। ସେହିପରି ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇ ଏଲଜି ହସ୍ପିଟାଲରେ ତାଙ୍କର ଡାକ୍ତରୀ ମାଇନା କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe