Advertisment

ଦେଶରେ ଦିନକରେ ୧୩୪୧ ମୃତ, ୨ ଲକ୍ଷରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ଦିନକୁ ଦିନ ବେକାବୁ ହେଉଛି ମହାମାରୀ କରୋନା। ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି ଏହି କିଲର ଭାଇରସ। ଥମିବାର ନାଁ ନେଉନାହିଁ କରୋନା। ଗତ ୨୪ ଘଣ୍ଟାରେ ଦେଶରେ ପୁଣି ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଛି। ଦିନକରେ ଦେଶରେ ୧୩୪୧ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ସେହିପରି ୨ ଲକ୍ଷ ୩୪ ହଜାର ୬୯୨ ଜଣ ଆକ୍ରାନ୍ତ ହୋଇଛନ୍ତି, ଯାହା ଚଳିତ ବର୍ଷର ସର୍ବାଧିକ। […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଦେଶରେ ଧୀରେ ଧୀରେ ହ୍ରାସ ପାଉଛି କରୋନା ସଂକ୍ରମଣ

Covid19

ନୂଆଦିଲ୍ଲୀ: ଦିନକୁ ଦିନ ବେକାବୁ ହେଉଛି ମହାମାରୀ କରୋନା। ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି ଏହି କିଲର ଭାଇରସ। ଥମିବାର ନାଁ ନେଉନାହିଁ କରୋନା। ଗତ ୨୪ ଘଣ୍ଟାରେ ଦେଶରେ ପୁଣି ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଛି। ଦିନକରେ ଦେଶରେ ୧୩୪୧ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

Advertisment

ସେହିପରି ୨ ଲକ୍ଷ ୩୪ ହଜାର ୬୯୨ ଜଣ ଆକ୍ରାନ୍ତ ହୋଇଛନ୍ତି, ଯାହା ଚଳିତ ବର୍ଷର ସର୍ବାଧିକ। ସେହିପରି ଗତ ୨୪ ଘଣ୍ଟାରେ ୧ ଲକ୍ଷ ୨୩ ହଜାର ୩୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜିର ନୂଆ ମାମଲାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪୫ ଲକ୍ଷ ୨୬ ହଜାର ୬୦୯ରେ ପହଞ୍ଚିଛି। ସେହିପରି କରୋନା ଜନିତ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୫ ହଜାର ୬୪୯କୁ ବୃଦ୍ଧି ପାଇଛି।  ୧ କୋଟି ୨୬ ଲକ୍ଷ ୭୧ ହଜାର ୨୨୦ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଦେଶରେ ୧୬ ଲକ୍ଷ ୭୯ ହଜାର ୭୪୦ଟି ଆକ୍ଟିଭ କେସ୍‌ ରହିଛି।

Advertisment

ସେହିପରି ଦେଶରେ ଟିକାକରଣ ମଧ୍ୟ ଜାରି ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଇଥିବା ତଥ୍ୟ ଅନୁସାରେ ଗତକାଲି ସନ୍ଧ୍ୟା ସୁଦ୍ଧା ୧୧ କୋଟି ୯୯ ଲକ୍ଷ ୩୭ ହଜାର ୬୪୧ ଜଣଙ୍କୁ ଟିକା ଦିଆ ସରିଛି।

https://twitter.com/ANI/status/1383270663402582021?s=20

Corona Cases In India