Advertisment

ମିସାଇଲ ମାଡ଼ରେ ମାଟିରେ ମିଶିଲା ଘର, ୨ ସାଧାରଣ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରକ୍ତମୁଖା ହୋଇ ଆକ୍ରମଣ କରୁଛି ରୁଷ୍। ଘନ ଘନ ରକେଟ ଓ ମିସାଇଲ ମାଡ଼ରେ ଥରି ଉଠୁଛି ୟୁକ୍ରେନ୍। ପୂର୍ବରୁ କେବଳ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରୁଥିବା ରୁଷ ସେନା ନିଶାନାରେ ଏବେ ସାଧାରଣ ନାଗରିକ ଶିକାର ହେଉଛନ୍ତି। ଭୟଙ୍କର ମିସାଇଲ ମାଡ଼ରେ ନିମିଷକ ମଧ୍ୟରେ ବଡ଼ ବଡ଼ ଅଟ୍ଟାଳିକା ଟଳି ପଡ଼ୁଛି। ସବୁଠି କେବଳ ଧ୍ୱଂସବିଧ୍ୱଂସର ଚିତ୍ର। ଗତକାଲି ରୁଷ ପକ୍ଷରୁ ଏକ ଆବାସିକ ଘର ଉପରେ ମିସାଇଲ ମାଡ଼ କରାଯାଇଥିଲା। ଏଥିରେ ୨ […]

ମିସାଇଲ ମାଡ଼ରେ ମାଟିରେ ମିଶିଲା ଘର, ୨ ସାଧାରଣ ନାଗରିକଙ୍କ ମୃତ୍ୟୁ

ukrain

Advertisment

ନୂଆଦିଲ୍ଲୀ: ରକ୍ତମୁଖା ହୋଇ ଆକ୍ରମଣ କରୁଛି ରୁଷ୍। ଘନ ଘନ ରକେଟ ଓ ମିସାଇଲ ମାଡ଼ରେ ଥରି ଉଠୁଛି ୟୁକ୍ରେନ୍। ପୂର୍ବରୁ କେବଳ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରୁଥିବା ରୁଷ ସେନା ନିଶାନାରେ ଏବେ ସାଧାରଣ ନାଗରିକ ଶିକାର ହେଉଛନ୍ତି। ଭୟଙ୍କର ମିସାଇଲ ମାଡ଼ରେ ନିମିଷକ ମଧ୍ୟରେ ବଡ଼ ବଡ଼ ଅଟ୍ଟାଳିକା ଟଳି ପଡ଼ୁଛି। ସବୁଠି କେବଳ ଧ୍ୱଂସବିଧ୍ୱଂସର ଚିତ୍ର। ଗତକାଲି ରୁଷ ପକ୍ଷରୁ ଏକ ଆବାସିକ ଘର ଉପରେ ମିସାଇଲ ମାଡ଼ କରାଯାଇଥିଲା। ଏଥିରେ ୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ୟୁକ୍ରେନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୟୁକ୍ରେନ୍‌ର କ୍ରାମାଟୋରସ୍କରେ ଏହି ଆକ୍ରମଣ କରାଯାଇଛି।

Advertisment

ସାମରିକ ଆକ୍ରମଣରେ ଥରହର ୟୁକ୍ରେନ ସାଇବର ଆଟାକର ମଧ୍ୟ ଶିକାର ହୋଇଛି।  ଗତ ଫେବୃଆରୀ ମାସଠାରୁ ୟୁକ୍ରେନ୍‌ର ୨୮୦୦ ସାବଇବର ଆଟାକ ହୋଇଛି। ଫଳରେ ୟୁକ୍ରେନର ଅନେକ ସଂଶାଧନ ପ୍ରଭାବିତ ହୋଇଛି।  ତେବେ କିଭ୍‌ଠାରୁ ୬୪ କିଲୋମିଟର ଦୂରରେ  ରୁଷ ସେନା ଅଟକି ରହିଛି। ସେଠାରୁ ବିଶେଷ ଅଗ୍ରଗତି କରିପାରୁନି ରୁଷ ସେନା। ନେକ୍ସଟା ମିଡିଆ ଅର୍ଗାନାଇଜେନ୍‌ ପକ୍ଷରୁ ରୁଷ ସେନାର ସ୍ଥିତି ନଇ ଏକ ଭିଡିଓ ଜାରି କରିଛି ।  ଅନ୍ୟପକ୍ଷରେ ଯୁଦ୍ଧ ପରେ ରୁଷ ସହ ୟୁରୋପୀୟ ଦେଶମାନଙ୍କର ସମ୍ପର୍କ ବିଗିଡ଼ିବାରେ ଲାଗିଛି। ଆମେରିକାରେ ଥିବା ୫୦ ଜଣ କୂଟନୀତିଜ୍ଞ ମସ୍କୋକୁ ଫେରିଯାଇଛନ୍ତି। ନିଜ ପରିବାର ସଦସ୍ୟ ସହ ଏହି କୂଟନୀତିଜ୍ଞମାନେ ନ୍ୟୁୟର୍କରୁ ଫେରି ଯାଇଥିବା ଏକ ଗଣମାଧ୍ୟମରେ ପ୍ରକାଶ ପାଇଛି।

ବର୍ତ୍ତମାନ ସୁଦ୍ଧା ଆକ୍ରମଣରେ ୩୮ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୭୧ ଜଣ ଶିଶୁ ଗୁରୁତର ହୋଇଛନ୍ତି। ୟୁକ୍ରେନ ସଂସଦର ମାନବିକ ଅଧିକାର କମିଶନର ଏହା କହିଛନ୍ତି। ଅନ୍ୟପଟେ ୟୁ‌କ୍ରେନ୍‌ରେ ରୁଷ୍‌ ଗୋଟିଏ ପରେ ଗୋଟିଏ ଯୁଦ୍ଧ ଅପରାଧ ଘଟାଇ ଚାଲିଛି ଏବଂ ଏହାର ବଳିଷ୍ଠ ପ୍ରମାଣ ମିଳିଛି ବୋଲି ଆମେରିକା ବୈଦେଶିକ ସଚିବ ଏଣ୍ଟୋନି ବ୍ଲିଙ୍କେନ କହିଛନ୍ତି। ଏ ବାବଦରେ ମାନବାଧିକାର ସଂଗଠନ ଏବଂ ଜାତିସଂଘ ଦ୍ବାରା ଯଥାରୀତି ତଦନ୍ତ ହେବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ଙ୍କ ସହ ବ୍ଲିଙ୍କେନ ଆସନ୍ତା ମଙ୍ଗଳବାର ଆଲୋଚନା କରିବେ । ରୁଷ୍‌ର ଆକ୍ରମଣ ରୋକିବାକୁ କେତେକ ଜରୁରୀ ପଦକ୍ଷେପ ସଂପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

Advertisment
Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe