ଲେଡି ପୁଲିସଙ୍କ ପାଇଁ ଥାନା ଭିତରେ ଝଗଡ଼ା କଲେ କନଷ୍ଟେବଲ, ଫୁଟିଲା ଗୁଳି

ବରେଲୀ: ଥାନା ଭିତରେ ଘଟିଛି ଅଭାବନୀୟ ଘଟଣା। ଥାନାରେ କାମ କରୁଥିବା ଜଣେ ମହିଳା ସହଯୋଗୀଙ୍କ ସହ ପ୍ରେମ ସମ୍ପର୍କ ଓ କମେଣ୍ଟ ମରାକୁ ନେଇ ଝଗଡ଼ା କରିଛନ୍ତି ଦୁଇ ଜଣ ଯୁବ କନଷ୍ଟେବଲ। ସ୍ଥିତି ଏପରି ହୋଇଥିଲା ଯେ ଜଣେ କନଷ୍ଟେବଲ ଥାନା ଭିତରେ ଗୁଳି ଫୁଟାଇବାକୁ ବି ପଛାଇ ନାହାନ୍ତି। ଉତ୍ତର ପ୍ରଦେଶର ବରେଲୀ ଅନ୍ତର୍ଗତ ବାହେରି ପୁଲିସ୍‌ ଷ୍ଟେସନରେ ଏପରି ଘଟଣା ଘଟିଛି। ଗୁଳିମାଡ଼ କରିଥିବା କନଷ୍ଟେବଲ ଜଣଙ୍କ ହେଉଛନ୍ତି ମୋନୁ କୁମାର। […]

police

police

Hemant Lenka
  • Published: Wednesday, 07 September 2022
  • Updated: 07 September 2022, 03:50 PM IST

Sports

Latest News

ବରେଲୀ: ଥାନା ଭିତରେ ଘଟିଛି ଅଭାବନୀୟ ଘଟଣା। ଥାନାରେ କାମ କରୁଥିବା ଜଣେ ମହିଳା ସହଯୋଗୀଙ୍କ ସହ ପ୍ରେମ ସମ୍ପର୍କ ଓ କମେଣ୍ଟ ମରାକୁ ନେଇ ଝଗଡ଼ା କରିଛନ୍ତି ଦୁଇ ଜଣ ଯୁବ କନଷ୍ଟେବଲ। ସ୍ଥିତି ଏପରି ହୋଇଥିଲା ଯେ ଜଣେ କନଷ୍ଟେବଲ ଥାନା ଭିତରେ ଗୁଳି ଫୁଟାଇବାକୁ ବି ପଛାଇ ନାହାନ୍ତି। ଉତ୍ତର ପ୍ରଦେଶର ବରେଲୀ ଅନ୍ତର୍ଗତ ବାହେରି ପୁଲିସ୍‌ ଷ୍ଟେସନରେ ଏପରି ଘଟଣା ଘଟିଛି।

ଗୁଳିମାଡ଼ କରିଥିବା କନଷ୍ଟେବଲ ଜଣଙ୍କ ହେଉଛନ୍ତି ମୋନୁ କୁମାର। ସେ ତାଙ୍କ ସର୍ଭିସ ବନ୍ଧୁକରୁ ହିଁ ଗୁଳି ଚଳାଇଛନ୍ତି। ତେବେ ସେ ରାଗରେ ଏହି ଗୁଳି ଫୁଟାଇଥିଲେ। ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ। ତଥାପି ଥାନା ଭିତରେ ଏପରି ଘଟଣା ପାଇଁ ଏସଏସ୍‌ପି ସତ୍ୟାର୍ଥ ଅନିରୁଦ୍ଧ ପଙ୍କଜ ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି।

ଏମାନଙ୍କ ମଧ୍ୟରେ ଝଗଡ଼ା କରିଥିବା ଦୁଇ କନଷ୍ଟେବଲ ମୋନୁ କୁମାର ଓ ଯୋଗେଶ ଚହଲ, ଜଣେ ସବ ଇନସପେକ୍ଟର ଓ ଏସ୍‌ଏଚ୍‌ଓ ରହିଛନ୍ତି। ବିଶୃଙ୍ଖଳା ଆଚରଣ ପାଇଁ ସେମାନଙ୍କୁ ନିଲମ୍ବିତ କରାଯାଇଛି ଓ ପୁଲିସ୍‌ ଲାଇନକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଆଭ୍ୟନ୍ତରୀଣ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।

ଏସଏସପି ପଙ୍କଜ କହିଛନ୍ତି, “ଯଦି ଜଣେ ପୁଲିସ୍ କର୍ମଚାରୀ ସହକର୍ମୀଙ୍କ ସହ ସମ୍ପର୍କ ରଖିଛନ୍ତି, ତା’ହେଲେ ଏହା ତାଙ୍କ ବ୍ୟକ୍ତିଗତ ମାମଲା। ଏଥିରେ କୌଣସି ଆପତ୍ତି ନାହିଁ କିମ୍ବା ଏହା ବେଆଇନ ନୁହେଁ। କିନ୍ତୁ ଥାନା ଭିତରେ ବିଶୃଙ୍ଖଳା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।”

କନଷ୍ଟେବଲ ମୋନୁ କୁମାରଙ୍କ ଘର ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାରେ। ସେ ୨୦୧୯ ଡିସେମ୍ବର ମାସରୁ ବାହେରି ପୁଲିସ୍ ଷ୍ଟେସନରେ କାମ କରୁଛନ୍ତି। ଏହି ପୁଲିସ୍ ଷ୍ଟେସନରେ ଚଳିତ ବର୍ଷ ଜାନୁଆରୀରେ ମୁଜାଫରନଗରର ଜଣେ ମହିଳା କନଷ୍ଟେବଲ ଭାବେ ନିଯୁକ୍ତି ପାଇଥିଲେ। କୁମାର ଓ ଉକ୍ତ ମହିଳା ଜଣଙ୍କ ପରସ୍ପରକୁ ଦୀର୍ଘ ଦିନ ହେଲା ଜାଣିଥିଲେ। ଦୀର୍ଘ ଗୋଟିଏ ବର୍ଷ ହେଲାଣି ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ରହିଥିଲା।

ଥାନାରେ ପୋଷ୍ଟିଂ ପୂର୍ବରୁ ହିଁ ଉଭୟ ପ୍ରେମରେ ପଡ଼ିଥିଲେ। କିନ୍ତୁ ଉଭୟଙ୍କ ଜାତି ଅଲଗା ହୋଇଥିବାରୁ ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଥାନାରେ କାର୍ଯ୍ୟ କରୁଥିବା ଯୋଗେଶ ଚହଲ ନାମକ ଆଉ ଜଣେ କନଷ୍ଟେବଲ ଆପତ୍ତିଜନକ କମେଣ୍ଟ କରୁଥିଲେ। ଏହାକୁ ନେଇ ମନୁ ଓ ତାଙ୍କ ମଧ୍ୟରେ ଅନେକ ଥର ଯୁକ୍ତିତର୍କ ମଧ୍ୟ ହୋଇଥିଲା।

ତେବେ ସୋମବାର ସନ୍ଧ୍ୟାରେ ସ୍ଥିତି ଭୟଙ୍କର ରୂପ ନେଇଥିଲା। କୁମାର ଓ ଚହଲଙ୍କ ମଧ୍ୟରେ କମେଣ୍ଟ ମରାକୁ କେନ୍ଦ୍ର କରି ପ୍ରଥମେ ଯୁକ୍ତିତର୍କ ଓ ପରେ କଥା ହାତାହାତି ସ୍ଥିତିକୁ ଯାଇଥିଲା। ଏଥିରେ ରାଗି ଯାଇ ମୋନୁ କୁମାର ଥାନାର ଆଲମାରୀରେ ଥିବା ଗୁଳିଭର୍ତ୍ତି ବନ୍ଧୁକ ଆଣିଥିଲେ। ଏହାପରେ ତଳକୁ ଲକ୍ଷ୍ୟ କରି ଗୁଳି ଫୁଟାଇଥିଲେ।

ଶେଷରେ ଥାନାରେ ହିଁ ବନ୍ଧୁକ ଫୋପାଡ଼ି ଚାଲି ଯାଇଥିଲା। ଏଥିସହ ଛୁଟି ମଧ୍ୟ ଆବେଦନ କରିଥିଲେ। ଏହାକୁ ନେଇ ଚର୍ଚ୍ଚା ବଢ଼ିବାରୁ ଏସଏସପି ପଙ୍କଜ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବାହେରି ଥାନାର ସର୍କଲ ଅଫିସର ତେଜବୀର ସିଂହଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos