Advertisment

ଜଜ୍‌ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକରେ ଦୋଷୀ ସାବ୍ୟସ୍ତ ହେଲେ ୨ ଜଣ

ରାଞ୍ଚି: ଝାରଖଣ୍ଡର ଜଣେ ବିଚାରପତିଙ୍କୁ ଠିକ୍‌ ବର୍ଷକ ତଳେ ଆଜିର ଦିନରେ ଅଟୋ ମଡ଼ାଇ ହତ୍ୟା କରାଯାଇଥିଲା। ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକରେ ଆଜି ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ ୨ ଜଣଙ୍କୁ ପୂରା ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ଆସନ୍ତା ସପ୍ତାହରେ କୋର୍ଟ ସେମାନଙ୍କୁ ଦଣ୍ଡବିଧାନ କରିବେ। ବିଚାରପତିଙ୍କ ଉପରେ ଅଟୋ ମଡ଼ାଇ ହତ୍ୟା କରିବା ଘଟଣାର ତଦନ୍ତ ଉପରେ ଝାରଖଣ୍ଡ ହାଇକୋର୍ଟ ନଜର ରଖିଥିଲେ। ଏହାର ଶୁଣାଣି ଫେବୃଆରୀ ମାସରୁ ଆରମ୍ଭ ହୋଇଥିଲା। […]

author-image
Hemant Lenka
ଜଜ୍‌ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକରେ ଦୋଷୀ ସାବ୍ୟସ୍ତ ହେଲେ ୨ ଜଣ

judge

ରାଞ୍ଚି: ଝାରଖଣ୍ଡର ଜଣେ ବିଚାରପତିଙ୍କୁ ଠିକ୍‌ ବର୍ଷକ ତଳେ ଆଜିର ଦିନରେ ଅଟୋ ମଡ଼ାଇ ହତ୍ୟା କରାଯାଇଥିଲା। ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକରେ ଆଜି ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ ୨ ଜଣଙ୍କୁ ପୂରା ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ଆସନ୍ତା ସପ୍ତାହରେ କୋର୍ଟ ସେମାନଙ୍କୁ ଦଣ୍ଡବିଧାନ କରିବେ।

Advertisment

ବିଚାରପତିଙ୍କ ଉପରେ ଅଟୋ ମଡ଼ାଇ ହତ୍ୟା କରିବା ଘଟଣାର ତଦନ୍ତ ଉପରେ ଝାରଖଣ୍ଡ ହାଇକୋର୍ଟ ନଜର ରଖିଥିଲେ। ଏହାର ଶୁଣାଣି ଫେବୃଆରୀ ମାସରୁ ଆରମ୍ଭ ହୋଇଥିଲା। ପୁଲିସ୍ ଏହି ଘଟଣାରେ ଅଟୋ ଡ୍ରାଇଭର ରାହୁଲ ବର୍ମା ଓ ତା’ର ସହଯୋଗୀ ଲକ୍ଷଣ ବର୍ମାଙ୍କୁ ଗିରଫ କରିଥିଲା। ସେମାନେ ବିଚାରପତିଙ୍କ ହତ୍ୟାର ମାସକ ପରେ ଗିରଫ ହୋଇଥିଲେ। ସେମାନେ ବାରମ୍ବାର ଜାମିନ ଆବେଦନ କରିଥିଲେ ମଧ୍ୟ କୌଣସି କୋର୍ଟ ଏହାକୁ ଗ୍ରହଣ କରି ନଥିଲେ।

୨୦୨୧ ମସିହା ଜୁଲାଇ ୨୮ ତାରିଖରେ ଆଡିସନାଲ ସେସନ୍ସ ଜଜ ଉତ୍ତମ ଆନନ୍ଦ(୪୯) ମର୍ଣ୍ଣିଂୱାକରେ ଯାଉଥିଲେ। ସେ ଘର ପାଖରୁ କିଛି ଦୂରତାରେ ଜଗିଂ କରୁଥିବା ବେଳେ ହଠାତ୍‌ ପଛ ପଟୁ ତାଙ୍କ ଉପରେ ଅଟୋ ମଡ଼ାଇ ଦିଆଯାଇଥିଲା। ପ୍ରଥମେ ଏହାକୁ ହିଟ୍‌ ଆଣ୍ଡ ରନ ମାମଲା ଭାବେ ବିବେଚନା କରାଯାଉଥିଲା। କିନ୍ତୁ ପରେ ସିସିଟିଭିରୁ ଜଣାପଡ଼ିଥିଲା ଯେ ଜାଣିଶୁଣି ତାଙ୍କ ଉପରେ ଅଟୋ ମଡ଼ାଇ ହତ୍ୟା କରାଯାଇଛି। ସେ ରାସ୍ତାର ସାଇଡରେ ଜଗିଂ କରୁଥିବା ବେଳେ ହଠାତ୍‌ ଅଟୋଟି ତାଙ୍କ ଆଡ଼କୁ ମାଡ଼ି ଯାଇ ତାଙ୍କୁ ଦଳି ଦେଇଥିଲା।

Advertisment

ଜଜ ଉତ୍ତମ ଏକାଧିକ ହାଇପ୍ରୋଫାଇଲ ମାମଲାର ବିଚାର କରୁଥିଲେ। ଧନବାଦରେ ମାଫିଆଙ୍କ ଆତଙ୍କରାଜ ଘଟଣାକୁ ସେ ଗୁରୁତ୍ୱର ସହ ନେଇଥିଲେ। ଏଥିସହ ହତ୍ୟାର କିଛି ଦିନ ପୂର୍ବରୁ ସେ ଦୁଇ ଜଣ ଗ୍ୟାଙ୍ଗଷ୍ଟରଙ୍କ ଜାମିନ ଆବେଦନ ଖାରଜ ବି କରିଥିଲେ। ସେହିପରି ହତ୍ୟା ମାମଲାରେ ଫସିଥିବା ଜଣେ ବିଧାୟକଙ୍କ ଘନିଷ୍ଠ ସହଯୋଗୀଙ୍କ ମାମଲାର ବିଚାର ମଧ୍ୟ ଜଜ ଉତ୍ତମ କରୁଥିଲେ।

ଏହି ସବୁ କାରଣ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଘଟଣାକୁ ନେଇ ସେତେବେଳେ ବେଶ ବିବାଦ ହୋଇଥିଲା। ଏଥିପାଇଁ ରାଜ୍ୟ ସରକାର ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଅଗଷ୍ଟ ୪ରେ ସିବିଆଇ ଘଟଣାର ତଦନ୍ତ ଆରମ୍ଭ କରି ୨ ମାସ ପରେ ଚାର୍ଜଶିଟ ଦାଖଲ କରିଥିଲା।