Advertisment

୪ ଘଣ୍ଟାର ଏନକାଉଣ୍ଟର ପରେ ଟଳିଲେ ମୁସେୱାଲାଙ୍କ ଦୁଇ ହତ୍ୟାକାରୀ

ଚଣ୍ଡିଗଡ଼: ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରିବା ଘଟଣାରେ ସାମିଲ ଥିବା ଦୁଇ ଜଣ ଗ୍ୟାଙ୍ଗଷ୍ଟର ଆଜି ନିହତ ହୋଇଛନ୍ତି। ପଞ୍ଜାବ ପୁଲିସ୍‌ର ସ୍ୱତନ୍ତ୍ର ଟିମ୍‌ ଏମାନଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟର ପଞ୍ଜାବର ଅମୃତସର ନିକଟରେ ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା। ଶେଷରେ ଗ୍ୟାଷ୍ଟଷ୍ଟର ଜଗରୂପ ସିଂହ ରୂପା ଓ ମନପ୍ରୀତ ସିଂହ ଓରଫ ମନୁ କୁସା ନିହତ ହୋଇଛନ୍ତି। ଏନକାଉଣ୍ଟ ବେଳେ ୩ ଜଣ ପୁଲିସ୍‌ […]

author-image
Hemant Lenka
୪ ଘଣ୍ଟାର ଏନକାଉଣ୍ଟର ପରେ ଟଳିଲେ ମୁସେୱାଲାଙ୍କ ଦୁଇ ହତ୍ୟାକାରୀ

encounter

ଚଣ୍ଡିଗଡ଼: ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରିବା ଘଟଣାରେ ସାମିଲ ଥିବା ଦୁଇ ଜଣ ଗ୍ୟାଙ୍ଗଷ୍ଟର ଆଜି ନିହତ ହୋଇଛନ୍ତି। ପଞ୍ଜାବ ପୁଲିସ୍‌ର ସ୍ୱତନ୍ତ୍ର ଟିମ୍‌ ଏମାନଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟର ପଞ୍ଜାବର ଅମୃତସର ନିକଟରେ ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା। ଶେଷରେ ଗ୍ୟାଷ୍ଟଷ୍ଟର ଜଗରୂପ ସିଂହ ରୂପା ଓ ମନପ୍ରୀତ ସିଂହ ଓରଫ ମନୁ କୁସା ନିହତ ହୋଇଛନ୍ତି।

Advertisment

ଏନକାଉଣ୍ଟ ବେଳେ ୩ ଜଣ ପୁଲିସ୍‌ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ମଧ୍ୟାହ୍ନ ସମୟରେ ଆରମ୍ଭ ହୋଇଥିବା ଏନକାଉଣ୍ଟର୍‌ରେ ପ୍ରଥମେ ଜଗରୂପ ପ୍ରାଣ ହରାଇଥିଲା। କିନ୍ତୁ ମନୁ ପ୍ରାୟ ଘଣ୍ଟାରୁ ଅଧିକ ସମୟ ଧରି ପୁଲିସ୍‌କୁ କଡ଼ା ଟକ୍କର ଦେଇଥିଲା। ଶେଷରେ ଅପରାହ୍ନ ପ୍ରାୟ ୪ଟା ବେଳେ ସେ ମଧ୍ୟ ପୁଲିସ ଗୁଳିରେ ଟଳିଥିଲା। ଦୁଇ ଗ୍ୟାଙ୍ଗଷ୍ଟରଙ୍କ ନିକଟରୁ ଏକେ ୪୭ ଓ ପିସ୍ତଲ ଜବତ କରାଯାଇଛି। ଏନକାଉଣ୍ଟର ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ଟିଭି କ୍ୟାମେରାମ୍ୟାନଙ୍କ ଡାହାଣ ପଟ ଗୋଡ଼ରେ ଗୁଳି ବାଜିଥିବା ମଧ୍ୟ ଖବର ମିଳିଛି।

ଅମୃତସର ଠାରୁ ୨୦ କିମି ଦୂର ବହାକନା ଗାଁରେ ଏନକାଉଣ୍ଟର ହୋଇଥିଲା। ଏଠାରେ ଜଗରୂପ ଓ ମନୁ ଥିବା ଖବର ମିଳିବା ପରେ ପୁଲିସ୍‌ ଟିମ୍‌ ପହଞ୍ଚିଥିଲା। ଏହି ସମୟରେ ସେମାନେ ଖସିଯିବାକୁ ଚେଷ୍ଟା କରି ଗୁଳିମାଡ଼ କରିଥିଲେ। ପୁଲିସ୍‌ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା। ଖବର ପାଇ ପଞ୍ଜାବ ପୁଲିସ୍‌ ମୁଖ୍ୟ ଗୌରବ ଯାଦବ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

Advertisment

ଏନକାଉଣ୍ଟର ସମ୍ପର୍କରେ ସୂଚନା ଦେଇ ଏଡିଜିପି ପ୍ରମୋଦ ବାନ କହିଛନ୍ତି, “ଦୁଇ ଗ୍ୟାଙ୍ଗଷ୍ଟରଙ୍କ ଠାରୁ ଗୋଟିଏ ଏକ ୪୭, ଗୋଟିଏ ପିସ୍ତଲ ଓ ବିପୁଳ ପରିମାଣର ଗୁଳି ମିଳିଛି। ସିଦ୍ଧୁ ମୁସେୱାଲଙ୍କ ହତ୍ୟା ଘଟଣାରେ ଜଗରୂପ ଓ ମନୁ ଅଭିଯୁକ୍ତ ଥିଲେ। ସେମାନେ ଗାଁ ନିକଟରେ ଥିବାର ଖବର ମିଳିବା ପରେ ପୁଲିସ ଟିମ୍‌ରେ ସେଠାରେ ପହଞ୍ଚିଥିଲେ। ଏହାପରେ ଉଭୟଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା।

ହେଲେ ସେମାନେ ଗୁଳିମାଡ଼ କରିଥିଲେ। ଫଳରେ ପୁଲିସ୍‌ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ଉଭୟଙ୍କ ମୃତ୍ୟୁ ଘଟିଛି। ଏନକାଉଣ୍ଟରରେ ଆହତ ୩ ପୁଲିସ୍‌ କର୍ମଚାରୀ ଏବେ ବିପଦ ମୁକ୍ତ ରହିଛନ୍ତି। ଫରେନ୍ସିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିଛି।”

ଏନକାଉଣ୍ଟର ସ୍ଥଳଟି ପାକିସ୍ତାନ ସୀମାନ୍ତରୁ ମାତ୍ର ୧୦ କିମି ଦୂର। ତେଣୁ ପୁଲିସ୍‌ ବେଶ ସତର୍କତାର ସହ ପୂରା ଅଞ୍ଚଳକୁ କର୍ଡନ କରିଥିଲା। ଏଥିସହ ଲୋକମାନଙ୍କୁ ଘର ମଧ୍ୟରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ମୁସେୱାଲାଙ୍କ ହତ୍ୟାକାଣ୍ଡ ଘଟଣାରେ ପୁଲିସ ୮ ଜଣ ଶୁଟରଙ୍କୁ ଗିରଫ କରିଥିବା ବେଳେ ବାକି ୩ ଜଣ ଫେରାର ଥିଲେ। ଏବେ ଜଗରୂପ ଓ ମନୁ ଏନକାଉଣ୍ଟରେ ପ୍ରାଣ ହରାଇଛନ୍ତି। ଶେଷ ଅଭିଯୁକ୍ତ ଦୀପକ ମୁଣ୍ଡିର ଏଯାଏ କୌଣସି ପତ୍ତା ମିଳିନି।


ମେ’ ୨୯ ତାରିଖରେ ୨୮ ବର୍ଷୀୟ ମୁସେୱାଲାଙ୍କୁ ପଞ୍ଜାବର ମାନସାରେ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଥିଲା। ଅଧା ରାସ୍ତାରେ ମୁସେୱାଲାଙ୍କୁ ଅଟକାଇ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ କିଛି ଶାର୍ପ ଶୁଟର। ଘଟଣା ଦିନ ମନୁ ହିଁ ତା’ର ଏକେ-୪୭ ବନ୍ଧକରୁ ମୁସେୱାଲାଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିବା ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି।