Advertisment

୨ ବର୍ଷୀୟ ଶିଶୁକୁ ଦିଆଗଲା ପ୍ରଥମ କରୋନା ଟିକା

ନୂଆଦିଲ୍ଲୀ: ଚାରିଆଡେ ଜାରି ରହିଛି କରୋନା ସଙ୍କଟ। ପୁରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ମହାମାରୀ। କୋଭିଡ-୧୯ ଯୋଗୁଁ ସମସ୍ତେ ଘାଣ୍ଟି ହୋଇଗଲେଣି। ଏହାକୁ ମାତ୍‌ ଦେବାକୁ ଟିକାକରଣ ଜାରି ରହିଛି। ବୟସ୍କ ଏବଂ ଯୁବକଙ୍କ ପରେ ଦେଶରେ ଏବେ ପିଲାଙ୍କୁ ଟିକା ଦେବା ଲାଗି ପରୀକ୍ଷଣ ଚାଲିଛି। ଏହାରି ଭିତରେ ଜଣେ ୨ ବର୍ଷୀୟ ଶିଶୁକୁ ପ୍ରଥମ କରୋନା ଟିକା ଦିଆଯାଇଥିବା ଖବର ସାମ୍ନାକୁ ଆସିଛି। ପ୍ରଥମ ଦେଶ ରୂପେ କ୍ୟୁବାରେ ଶିଶୁଙ୍କୁ ଟିକା ଦିଆଯିବା […]

ଅଦ୍ୟତନ ହୋଇଛି
୨ ବର୍ଷୀୟ ଶିଶୁକୁ ଦିଆଗଲା ପ୍ରଥମ କରୋନା ଟିକା

Vaccine for child

Advertisment

ନୂଆଦିଲ୍ଲୀ: ଚାରିଆଡେ ଜାରି ରହିଛି କରୋନା ସଙ୍କଟ। ପୁରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ମହାମାରୀ। କୋଭିଡ-୧୯ ଯୋଗୁଁ ସମସ୍ତେ ଘାଣ୍ଟି ହୋଇଗଲେଣି। ଏହାକୁ ମାତ୍‌ ଦେବାକୁ ଟିକାକରଣ ଜାରି ରହିଛି। ବୟସ୍କ ଏବଂ ଯୁବକଙ୍କ ପରେ ଦେଶରେ ଏବେ ପିଲାଙ୍କୁ ଟିକା ଦେବା ଲାଗି ପରୀକ୍ଷଣ ଚାଲିଛି। ଏହାରି ଭିତରେ ଜଣେ ୨ ବର୍ଷୀୟ ଶିଶୁକୁ ପ୍ରଥମ କରୋନା ଟିକା ଦିଆଯାଇଥିବା ଖବର ସାମ୍ନାକୁ ଆସିଛି।

Advertisment

ପ୍ରଥମ ଦେଶ ରୂପେ କ୍ୟୁବାରେ ଶିଶୁଙ୍କୁ ଟିକା ଦିଆଯିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୂର୍ବରୁ ଏହି ଦେଶ ୧୨ବର୍ଷରୁ ଅଧିକ ବୟସ୍କ ପିଲାମାନଙ୍କୁ କାରୋନା ଟିକା ଦେବା ଆରମ୍ଭ କରିଥିଲା। ଏବେ ୨ ବର୍ଷର ପିଲାମାନଙ୍କୁ ଏଠାରେ କରୋନା ଟିକା ଦିଆଯାଇଛି। ଶିଶୁଙ୍କୁ ଟିକା ଦେବାରେ ଏହା ବିଶ୍ୱର ପ୍ରଥମ ଦେଶ ହୋଇଛି।

ମିଡିଆ ରିପୋର୍ଟ ମୁତାବକ, କ୍ୟୁବାରେ ଲୋକଙ୍କୁ ବର୍ତ୍ତମାନ କରୋନା ଟିକାର ଦୁଇଟି ଡୋଜ ଦିଆଯାଉଛି। ଏଥିରେ ଅବଦଲା ଏବଂ ସୋବ୍ରାନା ଟିକା ସାମିଲ ଅଛି। ପିଲାମାନଙ୍କ ଉପରେ ଏହି ଟିକାଗୁଡ଼ିକର କ୍ଲିନିକାଲ୍ ପରୀକ୍ଷା ସରିଛି। କିନ୍ତୁ ଏଯାଏଁ ସେମାନେ ପିଲାଙ୍କୁ ଏହି ଟିକା ଦେବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଠାରୁ ସ୍ୱୀକୃତି ପାଇନାହାଁନ୍ତି।

Advertisment

କ୍ୟୁବାରେ ସେପ୍ଟେମ୍ବର ୩ରେ ୧୨ରୁ ଅଧିକ ବୟସ୍କ ପିଲାଙ୍କୁ କରୋନା ଟିକା ଦେବା ଆରମ୍ଭ ହୋଇଥିଲା। ଏହାପରେ ସୋମବାର ଠାରୁ ଦେଶରେ ୨ରୁ ୧୧ ବର୍ଷୀୟ ପିଲାଙ୍କୁ ଟିକା ଦେବା ଆରମ୍ଭ ହୋଇଛି। କ୍ୟୁବାର ସିଏନଫୁଏଗୋସ୍ ସହରରେ ଏହି ବୟସ ବର୍ଗର ପିଲାମାନଙ୍କୁ ଟିକା ଦିଆଯାଇଛି।

ସୂଚନା ମୁତାବକ, ଦେଶରେ ଏବେ ୧୨ ବର୍ଷରୁ ଅଧିକ ବୟସ୍କ ପିଲାଙ୍କ କରୋନା ଟିକା ଉପରେ ଅଧ୍ୟୟନ ଜାରି ରହିଛି। କିଛି ଦେଶରେ ଏହା ଉପରେ ପରୀକ୍ଷା ମଧ୍ୟ ଚାଲିଛି। ଚୀନ୍‌, ସଂଯୁକ୍ତ ଅରବ ଅମିରାତ ଏବଂ ଭେନ୍‌ଜୁଏଲା ଭଳି ଦେଶରେ ଛୋଟ ପିଲାଙ୍କୁ କରୋନା ଟିକା ଦେବା ପାଇଁ ଘୋଷଣା କରାଯାଇଛି, କିନ୍ତୁ ଏଯାଏଁ ଟିକାକରଣ ଆରମ୍ଭ ହୋଇନାହିଁ।

ସେପଟେ ଭାରତରେ ମଧ୍ୟ ୧୨ ବର୍ଷରୁ ଅଧିକ ବୟସ୍କ ପିଲାଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଜାଇଡସ କାଡିଲାର କରୋନା ଟିକା 'ଜାଇକୋଭ୍‌-ଡି'କୁ ଜରୁରୀକାଳିନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି।

Covid19 Covid Vaccine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe