Advertisment

ଯୁଦ୍ଧ: ୟୁକ୍ରେନ୍‌ ମାଡ଼ରେ ରୁଷର ୨୨ ସୈନ୍ୟ ନିପାତ

ନୂଆଦିଲ୍ଲୀ: ୟୁକ୍ରେନ୍‌ ଉପରେ ରୁଷର ଆକ୍ରମଣ ଜାରି ରହିଛି। ଉଭୟ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି। ସାମରିକ ଅସ୍ତ୍ରଶସ୍ତ୍ର ତୁଳନାରେ ରୁଷ ସେନା ଅଧିକ ବଳୀୟାନ୍‌ ହୋଇ ଥିଲେ ମଧ୍ୟ ୟୁକ୍ରେନ୍ ଅଦ୍ଭୁତ ଢଙ୍ଗରେ ବୀରତ୍ୱ ପ୍ରଦର୍ଶନ କରି ମୁକାବିଲା କରୁଛନ୍ତି। ତେବେ ଏହି ସଂଘର୍ଷ ମଧ୍ୟରେ ରୁଷ ଆଜି ୨୨ ଜଣ ସୈନ୍ୟଙ୍କୁ ହରାଇଛି। ଚେର୍‌ନିହିଭ୍‌ରେ ଆଜି ଉଭୟ ସେମାନ ମଧ୍ୟରେ ଗୁଳିଗୋଳା ବିନିମୟ ହୋଇ ରୁଷର ୨୨ ଜଣ […]

ଅଦ୍ୟତନ ହୋଇଛି
ଯୁଦ୍ଧ: ୟୁକ୍ରେନ୍‌ ମାଡ଼ରେ ରୁଷର ୨୨ ସୈନ୍ୟ ନିପାତ

war

Advertisment

ନୂଆଦିଲ୍ଲୀ: ୟୁକ୍ରେନ୍‌ ଉପରେ ରୁଷର ଆକ୍ରମଣ ଜାରି ରହିଛି। ଉଭୟ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି। ସାମରିକ ଅସ୍ତ୍ରଶସ୍ତ୍ର ତୁଳନାରେ ରୁଷ ସେନା ଅଧିକ ବଳୀୟାନ୍‌ ହୋଇ ଥିଲେ ମଧ୍ୟ ୟୁକ୍ରେନ୍ ଅଦ୍ଭୁତ ଢଙ୍ଗରେ ବୀରତ୍ୱ ପ୍ରଦର୍ଶନ କରି ମୁକାବିଲା କରୁଛନ୍ତି। ତେବେ ଏହି ସଂଘର୍ଷ ମଧ୍ୟରେ ରୁଷ ଆଜି ୨୨ ଜଣ ସୈନ୍ୟଙ୍କୁ ହରାଇଛି। ଚେର୍‌ନିହିଭ୍‌ରେ ଆଜି ଉଭୟ ସେମାନ ମଧ୍ୟରେ ଗୁଳିଗୋଳା ବିନିମୟ ହୋଇ ରୁଷର ୨୨ ଜଣ ନିହତ ହୋଇଥିବା ୟୁକ୍ରେନ୍‌ ଦାବି କରିଛି । ଚେର୍‌ନିହିଭ୍‌ର ରାଜ୍ୟପାଳ ଆଜି ଏହି ସୂଚନା ଦେଇଛନ୍ତି। ଉକ୍ତ ଅଞ୍ଚଳ ୟୁକ୍ରେନ୍‌ବାସୀଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ୟୁକ୍ରେନ୍‌ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି। ଅନ୍ୟପଟେ ରୁଷର ଘଡ଼ ଘନ ଆକ୍ରମଣରେ ୟୁକ୍ରେନ୍‌ର ୧୦ସହର ଧ୍ୱଂସସ୍ତୁପ ପାଲଟିଗଲାଣି । ଆକାଶରୁ ବର୍ଷୁଛି ବୋମା ଏବଂ ରକେଟ୍ । ରକେଟ୍ ମାଡ଼ରେ ଅନେକ ଅଞ୍ଚଳ ପୋଡି ଛାରଖାର ହୋଇଯାଇଛି ।

Advertisment

ଜାତିସଂଘର ରିପୋର୍ଟ ଅନୁଯାୟୀ ଏବେ ସୁଦ୍ଧା ୧୦ଲକ୍ଷ ଲୋକ ଦେଶ ଛାଡି ପଳାଇଗଲେଣି । ଆଉ ଯିଏ ଯାଇପାରିନାହାନ୍ତି ସେମାନେ ହାତାଶା, ନିରାଶ ଆତଙ୍କ ଭିତରେ ଅଛନ୍ତି । ରୋଜଗାର, ପରିବାର, ସମ୍ପତ୍ତି ସବୁ କିଛି ଧ୍ୱଂସ ହୋଇଯାଇଛି । ଗତ ୨୪ଘଣ୍ଟାରେ ଜିତୋମିର ସହରରେ ଲଗାତର ବୋମା ମାଡ ହୋଇଛି ।

ଗତ ୭ଦିନ ଧରି ରୁଷ ସେନା ଘନ ଘନ ହମଲା କରୁଛି, କିନ୍ତୁ କିଭ୍ ଦଖଲ କରିପାରିନି । ପ୍ରଥମେ ୟୁକ୍ରେନ୍‌କୁ ଦୁର୍ବଳ ମନେ କରାଯାଉଥିଲା । ଏବେ କିନ୍ତୁ ୟୁକ୍ରେନ୍ ସେନା ମଧ୍ୟ କଡା ଜବାବ ଦେଉଛି । ଆଫଗାନିସ୍ତାନରେ ଯେଉଁ ମିଶାଇଲ୍ ସୋଭିଏତ୍‌ ଋଷ ସେନାକୁ ଘାଇଲା କରିଥିଲା ଏବେ ସେହି ଷ୍ଟିଙ୍ଗର ମିଶାଇଲକୁ ପ୍ରମୁଖ ଅସ୍ତ୍ର କରିଛି ୟୁକ୍ରେନ୍ ସେନା । ସେହିପରି ଆମେରିକା ତିଆରି ଆଣ୍ଟି ଟ୍ୟାଙ୍କ ଜାଭେଲିନ୍ ମିଶାଇଲ ମଧ୍ୟ ୟୁକ୍ରେନ୍ ସେନା ବ୍ୟବହାର କରୁଛି । ଟ୍ୟାଙ୍କ ଏବଂ ଅଳ୍ପ ଉଚ୍ଚରେ ଉଡୁଥିବା ହେଲିକପ୍ଟର  ଟାର୍ଗେଟ କରିବା ଲାଗି ଜାଭେଲିନ୍ ମିଶାଇଲ ପାଲଟିଛି ବଡ ଅସ୍ତ୍ର ।

Advertisment
Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe