Advertisment

୧୮.୧୭ ଲକ୍ଷ ନୁହେଁ, ୨୩,୫୧୨ ଜଣ କରୋନା ଯୋଗୁ ପ୍ରାଣ ହରାଇଛନ୍ତି

ଲକ୍ଷ୍ନୌ: ମହାମାରୀ କରୋନା ଯୋଗୁ ଉତ୍ତର ପ୍ରଦେଶରେ ମୋଟ ୨୩,୫୧୨ ଜଣ ଲୋକ ପ୍ରାଣ ହରାଇଥିବା ଆଜି ରାଜ୍ୟ ସରକାର ବିଧାନସଭାରେ ସ୍ପଷ୍ଟ କରିଛନ୍ତି। ପ୍ରଶ୍ନକାଳରେ ସମାଜବାଦୀ ପାର୍ଟି ପକ୍ଷରୁ କରୋନା ଯୋଗୁ ରାଜ୍ୟରେ କେତେ ଲୋକ ପ୍ରାଣ ହରାଇଛନ୍ତି, ସେକଥା ପଚରା ଯାଇଥିଲା। ଏହାର ଜବାବରେ ସରକାର ଗୃହରେ ବିସ୍ତୃତ ତଥ୍ୟ ରଖିଛନ୍ତି। ସରକାରୀ ତଥ୍ୟ ପୂର୍ବରୁ ସମାଜବାଦୀ ପାର୍ଟିର ସଦସ୍ୟ ରବିଦାସ ମାଲହୋତ୍ରା କହିଥିଲେ ଯେ ମହାମାରୀ କରୋନା ଯୋଗୁ ରାଜ୍ୟରେ ମୋଟ ୧୮.୧୭ […]

author-image
Hemant Lenka
୧୮.୧୭ ଲକ୍ଷ ନୁହେଁ, ୨୩,୫୧୨ ଜଣ କରୋନା ଯୋଗୁ ପ୍ରାଣ ହରାଇଛନ୍ତି

corona

ଲକ୍ଷ୍ନୌ: ମହାମାରୀ କରୋନା ଯୋଗୁ ଉତ୍ତର ପ୍ରଦେଶରେ ମୋଟ ୨୩,୫୧୨ ଜଣ ଲୋକ ପ୍ରାଣ ହରାଇଥିବା ଆଜି ରାଜ୍ୟ ସରକାର ବିଧାନସଭାରେ ସ୍ପଷ୍ଟ କରିଛନ୍ତି। ପ୍ରଶ୍ନକାଳରେ ସମାଜବାଦୀ ପାର୍ଟି ପକ୍ଷରୁ କରୋନା ଯୋଗୁ ରାଜ୍ୟରେ କେତେ ଲୋକ ପ୍ରାଣ ହରାଇଛନ୍ତି, ସେକଥା ପଚରା ଯାଇଥିଲା। ଏହାର ଜବାବରେ ସରକାର ଗୃହରେ ବିସ୍ତୃତ ତଥ୍ୟ ରଖିଛନ୍ତି।

Advertisment

ସରକାରୀ ତଥ୍ୟ ପୂର୍ବରୁ ସମାଜବାଦୀ ପାର୍ଟିର ସଦସ୍ୟ ରବିଦାସ ମାଲହୋତ୍ରା କହିଥିଲେ ଯେ ମହାମାରୀ କରୋନା ଯୋଗୁ ରାଜ୍ୟରେ ମୋଟ ୧୮.୧୭ ଲକ୍ଷ ଲୋକଙ୍କ ଜୀବନ ଯାଇଛି। ଏହାକୁ କିନ୍ତୁ ସରକାର ବିରୋଧ କରିଥିଲେ। ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ବ୍ରଜେଶ ପାଠକ କହିଥିଲେ ଯେ ଏହି ଦାବିରେ କୌଣସି ସତ୍ୟତା ନାହିଁ। କରୋନା ପାଇଁ ହସ୍ପିଟାଲ, କ୍ୱାରେଣ୍ଟିନ ସେଣ୍ଟର ଓ ହୋମ ଆଇସୋଲେସନରେ ଥିବା ମୋଟ ୨୩,୫୧୨ ଜଣ ଲୋକ ପ୍ରାଣ ହରାଇଛନ୍ତି। ମେ’ ୧୨ ସୁଦ୍ଧାରେ ରାଜ୍ୟରେ କରୋନା ଯୋଗୁ ଏତିକି ଲୋକଙ୍କ ଜୀବନ ଯାଇଥିବା ସେ ସ୍ପଷ୍ଟ କରିଛନ୍ତି।

ସେ ଆହୁରି କହିଛନ୍ତି, “କରୋନା ମୃତକଙ୍କ ପରିବାର ଲୋକଙ୍କୁ ସରକାର ୫୦ ହଜାର ଟଙ୍କା ଲେଖାଏ ସହାୟତା କରିଛନ୍ତି। କ୍ଷତିପୂରଣ ପାଇଁ ପାଇଁ ମୋଟ ୪୧,୮୭୧ ଜଣ ଆବେଦନ କରିଥିଲେ। ଏହା ମଧ୍ୟରୁ ୩୯,୨୬୭ ଜଣଙ୍କୁ ଆର୍ଥିକ ସହାୟତା କରାଯାଇଛି। ୨୫,୫୧୨ ଜଣ କରୋନା ଯୋଗୁ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପୋର୍ଟାଲରେ ଥିବା ବେଳେ କ୍ଷତିପୂରଣ ୩୯,୨୬୭ ଜଣଙ୍କୁ ଦିଆଯାଇଛି।”

Advertisment

ଏଥିସହ ବିରୋଧୀ କରୋନା ମୃତ୍ୟୁକୁ ନେଇ ରାଜନୀତି କରୁଥିବା ମଧ୍ୟ ଶ୍ରୀ ପାଠକ ଅଭିଯୋଗ କରିଛନ୍ତି। ଏହାକୁ ଶୁଣି ବିରୋଧୀ ସପାର ଜଣେ ସଦସ୍ୟ କରୋନା ଯୋଗୁ କେତେ ଜଣ ବିଧାୟକ, ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀ ପ୍ରାଣ ହରାଇଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାକୁ ବିରୋଧ କରି ସରକାରୀ ଦଳର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।