Advertisment

ଘାଟି ତଳକୁ ଖସିପଡ଼ିଲା ବରଯାତ୍ରୀ ବସ୍‌, ୨୫ ମୃତ

ନୂଆଦିଲ୍ଲୀ: ଏକ ବରଯାତ୍ରୀ ବସ୍ ଘାଟି ତଳକୁ ଖସି ପଡ଼ିବାରୁ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରାଖଣ୍ଡର ପୌଡ଼ି ଜିଲ୍ଲା ସିମ୍‌ଡି ଗାଁ ନିକଟରେ ଗତକାଲି ରାତିରେ ଘଟିଛି ଏହି ଦୁର୍ଘଟଣା। ବରଯାତ୍ରୀ ବସ୍‌ଟିରେ ୪୫ରୁ ଅଧିକ ଯାତ୍ରୀ ଥିଲେ। ସେମାନେ ହରିଦ୍ୱାର ଜିଲ୍ଲାର ଲାଲଢାଙ୍ଗ ଅଞ୍ଚଳରୁ ପୌରି ଜିଲ୍ଲାର ବିରୋଖାଲକୁ ଆସୁଥିଲେ। ଦୁର୍ଘଟଣା ରିଖନିଖାଲ-ବିରୋଖାଲ ରାସ୍ତାରେ ଟିମ୍‌ଡି ଗାଁ ନିକଟରେ ଘଟିଥିଲା। ବସ୍‌ଟି ଭାରସାମ୍ୟ ହରାଇ ଘାଟି ରାସ୍ତା ତଳକୁ ଖସି ଯାଇଥିଲା। ବସ୍‌ଟି ରାସ୍ତାରୁ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଘାଟି ତଳକୁ ଖସିପଡ଼ିଲା ବରଯାତ୍ରୀ ବସ୍‌, ୨୫ ମୃତ

Accident

ନୂଆଦିଲ୍ଲୀ: ଏକ ବରଯାତ୍ରୀ ବସ୍ ଘାଟି ତଳକୁ ଖସି ପଡ଼ିବାରୁ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରାଖଣ୍ଡର ପୌଡ଼ି ଜିଲ୍ଲା ସିମ୍‌ଡି ଗାଁ ନିକଟରେ ଗତକାଲି ରାତିରେ ଘଟିଛି ଏହି ଦୁର୍ଘଟଣା।

Advertisment

ବରଯାତ୍ରୀ ବସ୍‌ଟିରେ ୪୫ରୁ ଅଧିକ ଯାତ୍ରୀ ଥିଲେ। ସେମାନେ ହରିଦ୍ୱାର ଜିଲ୍ଲାର ଲାଲଢାଙ୍ଗ ଅଞ୍ଚଳରୁ ପୌରି ଜିଲ୍ଲାର ବିରୋଖାଲକୁ ଆସୁଥିଲେ। ଦୁର୍ଘଟଣା ରିଖନିଖାଲ-ବିରୋଖାଲ ରାସ୍ତାରେ ଟିମ୍‌ଡି ଗାଁ ନିକଟରେ ଘଟିଥିଲା। ବସ୍‌ଟି ଭାରସାମ୍ୟ ହରାଇ ଘାଟି ରାସ୍ତା ତଳକୁ ଖସି ଯାଇଥିଲା। ବସ୍‌ଟି ରାସ୍ତାରୁ ପ୍ରାୟ ୫୦୦ ମିଟର ତଳେ ପଡ଼ିଥିଲା।

ଖବର ପାଇ ଧୂମକୋଟ ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ଏସ୍‌ଡିଆର୍‌ଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ପୁଲିସ୍ କର୍ମଚାରୀମାନେ ସେମାନଙ୍କୁ ସହାୟତା କରିଥିଲେ। ୨୧ରୁ ଅଧିକ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍‌ପିଟାଲକୁ ନିଆଯାଇଥିଲା।

Advertisment

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଓ ଶୋକସନ୍ତପ୍ତ ପରିବାର ଗୁଡ଼ିକୁ ସମବେଦନା ଜଣାଇଛନ୍ତି। ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି।