Advertisment

ଚାକିରି ଛାଡ଼ି ବନ୍ଧୁକ ଧରିଲେ ଏଲିନା, ରୁଷ ସୈନ୍ୟଙ୍କୁ ଦେଉଛନ୍ତି ଜବାବ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧକୁ ଆଜି ଦଶମ ଦିନରେ ପହଞ୍ଚିଛି। ଶନିବାର ଉଭୟ ଦେଶ ସାମୟିକ ଯୁଦ୍ଧ ବିରତି ପାଇଁ ରାଜି ହୋଇଛନ୍ତି। ୱାରଜୋନ୍‌ରେ ଥିବା ସାଧାରଣ ନାଗରିକଙ୍କୁ ଉଦ୍ଧାର ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏକ ପ୍ରକାର ରୁଷ୍‌ ସେନା କବ୍ଜାକୁ  ପଳାଇ ଆସିଛି । କିଭ୍‌ ଉପକଣ୍ଠବର୍ତ୍ତୀ ପ୍ରାୟ ୪୦ କିମି ଧରି ରୁଷର ସାମରିକ ଯାନ ଛାଇ  ହୋଇଥିବା ଉପଗ୍ରହ ଚିତ୍ରରୁ ଦୃଶ୍ୟମାନ ହେଉଛି। କିନ୍ତୁ ଯୁଦ୍ଧ ଯାନ […]

ଚାକିରି ଛାଡ଼ି ବନ୍ଧୁକ ଧରିଲେ ଏଲିନା, ରୁଷ ସୈନ୍ୟଙ୍କୁ ଦେଉଛନ୍ତି ଜବାବ

alena

Advertisment

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧକୁ ଆଜି ଦଶମ ଦିନରେ ପହଞ୍ଚିଛି। ଶନିବାର ଉଭୟ ଦେଶ ସାମୟିକ ଯୁଦ୍ଧ ବିରତି ପାଇଁ ରାଜି ହୋଇଛନ୍ତି। ୱାରଜୋନ୍‌ରେ ଥିବା ସାଧାରଣ ନାଗରିକଙ୍କୁ ଉଦ୍ଧାର ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏକ ପ୍ରକାର ରୁଷ୍‌ ସେନା କବ୍ଜାକୁ  ପଳାଇ ଆସିଛି । କିଭ୍‌ ଉପକଣ୍ଠବର୍ତ୍ତୀ ପ୍ରାୟ ୪୦ କିମି ଧରି ରୁଷର ସାମରିକ ଯାନ ଛାଇ  ହୋଇଥିବା ଉପଗ୍ରହ ଚିତ୍ରରୁ ଦୃଶ୍ୟମାନ ହେଉଛି। କିନ୍ତୁ ଯୁଦ୍ଧ ଯାନ ଗୁଡ଼ିକ ଠପ୍‌  ହୋଇ ପଡ଼ିଥିବା ଆମେରିକା କହିଛି। ହେଲେ ରୁଷ୍‌ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦେବା ଉଚିତ ବୋଲି ଆମେରିକା କହିଛି।

Advertisment

ତେବେ ଏହାରି ଭିତରେ ଜଣେ ୨୬ ବର୍ଷୀୟ ୟୁକ୍ରେନ୍‌ ମହିଳା ହାତରେ ବନ୍ଧୁକ ଧରି ନିଜ ଦେଶର ସୁରକ୍ଷା ପାଇଁ ଅଣ୍ଟାଭିଡ଼ିଛନ୍ତି। ହଜାର ହଜାର ୟୁକ୍ରେନ୍ ନାଗରିକଙ୍କ ଭଳି ସେ ମଧ୍ୟ ନିଜ ଦେଶ ପାଇଁ ବଳିଦାନ ଦେବା ପାଇଁ ଆଗେଇ ଆସିଛନ୍ତି। ୨୬ ବର୍ଷୀୟ ଏହି ତରୁଣୀ ଜଣକ ହେଉଛନ୍ତି ଏଲିନା।  ସେ କହିଛନ୍ତି ଯେ, ବନ୍ଧୁକ ଧରିବା ପୂର୍ବରୁ ମାର୍କେଟିଂରେ ଚାକିରି କରୁଥିଲେ। ରୁଷ ଆକ୍ରମଣ ପୂର୍ବରୁ କାମ କରି ସେ ବେଶ ରୋଜଗାର କରୁଥିଲେ। ହେଲେ ଫେବୃଆରୀ ୨୪ରେ ରୁଷ ଆକ୍ରମଣ ପରେ ସେ ଚାକରି ଛାଡ଼ି ହାତରେ ବନ୍ଧୁକ ଧରିଛନ୍ତି।  ଯୁଦ୍ଧ ଆରମ୍ଭ ହେବା ପରେ ତୁରନ୍ତ ସେ ୟୁକ୍ରେନ୍‌ ସେନାରେ ଯୋଗ ଦେଛନ୍ତନି।

କିଭ୍‌ ଉପକଣ୍ଠବର୍ତ୍ତୀ ଅଞ୍ଚଳରେ ଏକ ଚେକ୍‌ ପୋଷ୍ଟରେ ସେ ସୁରକ୍ଷାକର୍ତ୍ତା ସାଜି ଜଗିଛନ୍ତି।  ଏଲିନା କହିଛନ୍ତି ଯେ, ମୋ ଭଳି ଅନେକ ଦେଶ ପାଇଁ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିଛନ୍ତି । ଆମର ସାର୍ବଭୌମତ୍ୱ ସୁରକ୍ଷା ଆମ ପାଇଁ ବଡ଼ । ଆମର ଏଠିକାର ସ୍ଥାନୀୟ ଲୋକେ ଭାରି ଭଲ ଏବଂ ଦୟାଳୁ। ସେମାନେ ୟୁକ୍ରେନକୁ  ସମର୍ଥନ କରୁଛନ୍ତି ଏବଂ ନିଜ ଦେଶକୁ ରକ୍ଷା ପାଇଁ ଯାହା କିଛି କରିବାକୁ ପ୍ରସ୍ତୁତ। ଏଥିପାଇଁ ସେମାନେ ସେନାକୁ  ସବୁପ୍ରକାର ସହଯୋଗ କରୁଛନ୍ତି। ଆମ ସମସ୍ତଙ୍କ ଅବଦାନରେ ୟୁକ୍ରେନ୍‌ ଏକ ହୋଇ ଲଢ଼ିବ। ରୁଷ ୟୁକ୍ରେନ୍‌ ଛାଡ଼ି ପଳାଇବ ବୋଲି ଏଲିନା କହିଛନ୍ତି।

Advertisment
Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe