Advertisment

ଭୟଙ୍କର ଅଗ୍ନିକାଣ୍ଡ: ଚାଲିଗଲା ୩ ପିଲାଙ୍କ ସମେତ ୬ ଜଣଙ୍କ ଜୀବନ

ଫିରୋଜାବାଦ: ଉତ୍ତର ପ୍ରଦେଶର ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ। ବିଲଡିଂରେ ନିଆଁ ଲାଗି ୩ ପିଲାଙ୍କ ସମେତ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଆଉ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁ ବିଲଡିଂରେ ଅଗ୍ନିକାଣ୍ଡ ଘଟିଛି, ତା’ର ତଳ ମହଲାରେ ଗୋଟିଏ ଇଲେକ୍ଟ୍ରି ଦୋକାନ ରହିଥିଲା। ପ୍ରଥମେ ଦୋକାନରେ ନିଆଁ ଲାଗିଥିଲା ଓ ପରେ ଏହା ଉପର ମହଲାରେ ରହୁଥିବା ମାଲିକଙ୍କ ଘରକୁ […]

ଶୋଇଥିବା ଅବସ୍ଥାରେ ପରିବାରର ୬ ଜୀବନ୍ତ ଦଗ୍ଧ

Fire

Advertisment

ଫିରୋଜାବାଦ: ଉତ୍ତର ପ୍ରଦେଶର ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ। ବିଲଡିଂରେ ନିଆଁ ଲାଗି ୩ ପିଲାଙ୍କ ସମେତ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଆଉ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଯେଉଁ ବିଲଡିଂରେ ଅଗ୍ନିକାଣ୍ଡ ଘଟିଛି, ତା’ର ତଳ ମହଲାରେ ଗୋଟିଏ ଇଲେକ୍ଟ୍ରି ଦୋକାନ ରହିଥିଲା। ପ୍ରଥମେ ଦୋକାନରେ ନିଆଁ ଲାଗିଥିଲା ଓ ପରେ ଏହା ଉପର ମହଲାରେ ରହୁଥିବା ମାଲିକଙ୍କ ଘରକୁ ବ୍ୟାପିଥିଲା। ଫଳରେ ଦୋକାନ ସହ ମାଲିକଙ୍କ ଘର ମଧ୍ୟ ନିଆଁରେ ପୋଡ଼ି ହୋଇ ଧ୍ୱଂସ ହୋଇଯାଇଛି।

ଫିରୋଜାବାଦ ଏସ୍‌ପି ଆଶିଷ ତିୱାରୀ କହିଛନ୍ତି, ବିଲଡିଂର ତଳ ମହଲାରେ ଗୋଟିଏ ଇନଭଟର ଦୋକାନ ରହିଥିଲା। ସମ୍ଭବତଃ ଶର୍ଟସର୍କିଟ ଯୋଗୁ ପ୍ରଥମେ ଏଠାରେ ନିଆଁ ଲାଗି ଯାଇଥିଲା। ଏହାପରେ ନିଆଁ ପୂରା ବିଲଡିଂକୁ ବ୍ୟାପିଥିଲା। ଖବର ପାଇ ୧୮ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା।

Advertisment

ଦୀର୍ଘ ଅଢ଼େଇ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗିଥିବା ସ୍ଥାନଟି ଅତ୍ୟନ୍ତ ଛୋଟ ଗଳିରେ ଥିବାରୁ ଉଦ୍ଧାର କାର୍ଯ୍ୟରେ ଅନେକ ସମସ୍ୟା ଉପୁଜିଥିଲା। ନିଆଁକୁ ଆୟତ୍ତ କରିବା ପୂର୍ବରୁ ୩ ପିଲାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟି ସାରିଥିଲେ।

ଅଗ୍ନିଶମ କର୍ମଚାରୀମାନେ ଅନ୍ୟ ୩ ଜଣଙ୍କୁ ବିଲଡିଂ ମଧ୍ୟରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଶୋକ ପ୍ରକାଶ କରିବା ସହ କ୍ଷତିଗ୍ରସ୍ତ ପରିବାର ଲୋକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏଥିସହ ଆହତଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦେବାକୁ ମଧ୍ୟ ସେ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe