Advertisment

ଛାତ୍ରୀଙ୍କୁ ୩ ସାଙ୍ଗଙ୍କ ଦୁଷ୍କର୍ମ, ଉପଭୋଗ କଲେ ଆଉ ଜଣେ ମହିଳା ବନ୍ଧୁ

ଭୋପାଳ: ପୁଣି ଗୋଟିଏ ଲଜ୍ଜା ଓ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଗୋଟିଏ କଲେଜର ଜଣେ +୩ ପ୍ରଥମ ବର୍ଷର ଛାତ୍ରୀଙ୍କୁ ତାଙ୍କର ୩ ଜଣ ସାଙ୍ଗ ଦୁଷ୍କର୍ମ କରିଛନ୍ତି। ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରିବା ବେଳେ ତାଙ୍କର ଜଣେ ମହିଳା ବନ୍ଧୁ ଏହାକୁ ଉପଭୋଗ କରିଥିଲେ। ପୀଡ଼ିତା ଜଣଙ୍କ ରୁଜୁ କରିଥିବା ଏଫଆଇଆର୍‌ରେରେ ମହିଳା ବନ୍ଧୁଙ୍କ ନାଁ ମଧ୍ୟ ରହିଛି। ପୁଲିସ୍‌ର କହିବା ଅନୁଯାୟୀ, ଅଗଷ୍ଟ ୨୩ରେ ଘଟଣା ଘଟିଥିଲା। […]

author-image
Hemant Lenka
ଅଦ୍ୟତନ ହୋଇଛି
ଛାତ୍ରୀଙ୍କୁ ୩ ସାଙ୍ଗଙ୍କ ଦୁଷ୍କର୍ମ, ଉପଭୋଗ କଲେ ଆଉ ଜଣେ ମହିଳା ବନ୍ଧୁ

Stop-Rape

ଭୋପାଳ: ପୁଣି ଗୋଟିଏ ଲଜ୍ଜା ଓ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଗୋଟିଏ କଲେଜର ଜଣେ +୩ ପ୍ରଥମ ବର୍ଷର ଛାତ୍ରୀଙ୍କୁ ତାଙ୍କର ୩ ଜଣ ସାଙ୍ଗ ଦୁଷ୍କର୍ମ କରିଛନ୍ତି। ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରିବା ବେଳେ ତାଙ୍କର ଜଣେ ମହିଳା ବନ୍ଧୁ ଏହାକୁ ଉପଭୋଗ କରିଥିଲେ। ପୀଡ଼ିତା ଜଣଙ୍କ ରୁଜୁ କରିଥିବା ଏଫଆଇଆର୍‌ରେରେ ମହିଳା ବନ୍ଧୁଙ୍କ ନାଁ ମଧ୍ୟ ରହିଛି।

Advertisment

ପୁଲିସ୍‌ର କହିବା ଅନୁଯାୟୀ, ଅଗଷ୍ଟ ୨୩ରେ ଘଟଣା ଘଟିଥିଲା। ମଧ୍ୟପ୍ରଦେଶର ଧର ଜିଲ୍ଲା ଅନ୍ତର୍ଗତ ମାଣ୍ଡୁରୁ ସମସ୍ତେ ଏକାଠି ଫେରିବା ବେଳେ ଏପରି କାଣ୍ଡ ଘଟିଛି। ତେବେ ପୁଲିସ୍‌ ଅଭିଯୁକ୍ତମାନଙ୍କୁ ଏଯାଏ ଗିରଫ କରିପାରି ନାହିଁ। ଅଭିଯୋଗକାରୀ କହିଛନ୍ତି, ଅଭିଯୁକ୍ତମାନେ ପୂରା ଘଟଣାର ଭିଡିଓ ରେକର୍ଡ କରିଥିବା ବେଳେ ଘଟଣା ସମ୍ପର୍କରେ କାହାକୁ କିଛି ନ କହିବାକୁ ଧମକ ଦେଇଥିଲେ।

ଘଟଣା ଦିନ ପୀଡ଼ିତାଙ୍କ ଘରକୁ ତାଙ୍କ ବନ୍ଧୁ ପୂଜା ଆସିଥିଲେ। ଏହି ସମୟରେ ୩ ଅଭିଯୁକ୍ତ ଆଶିଷ, ନିପୂଲ ଓ ପୁନିତ ମଧ୍ୟ ସେଠାରେ ପହଞ୍ଚିଥିଲେ। ପୂଜା ପୀଡ଼ିତାଙ୍କୁ ମାଣ୍ଡୁ ଯିବାକୁ ବାଧ୍ୟ କରିଥିଲେ। ଶେଷରେ ସମସ୍ତ ୫ ବନ୍ଧୁ ଏକାଠି ଗୋଟିଏ କାର୍‌ରେ ମାଣ୍ଡୁ ଅଭିମୁଖେ ବାହାରିଥିଲେ।

Advertisment

ସେଠାରେ ବୁଲାବୁଲି କରି ସେହି କାର୍‌ରେ ସମସ୍ତେ ଅପରାହ୍ନ ପ୍ରାୟ ୪ଟା ବେଳେ ଫେରିଥିଲେ। ଏହି ସମୟରେ ଆଶିଷ ପୀଡ଼ିତାଙ୍କୁ କୋଲ୍ଡ ଡ୍ରିଙ୍କସ ପିଇବାକୁ ଦେଇଥିଲେ। ଏହାକୁ ପିଇବା ପରେ ସେ ଅଚେତ ହୋଇଯାଇଥିଲେ। ରାତି ୧୦ଟା ବେଳେ ତାଙ୍କର ହୋସ ଆସିଲା ବେଳକୁ ସେ ଆଶିଷ ସିକ୍ମ ନମ୍ବର ୫୬ ଅଞ୍ଚଳରେ ନେଇଥିବା ଗୋଟିଏ ଫ୍ଲାଟ ମଧ୍ୟରେ ଥିଲେ।

ହୋସ ଆସିବା ପର୍ଯ୍ୟନ୍ତ ସମସ୍ତ ୪ ଅଭିଯୁକ୍ତ ସେହିଠାରେ ରହିଥିଲେ। ଏହାପରେ ଆରମ୍ଭ ହୋଇଥିବା ବର୍ବରତା। ଛାତ୍ରୀଙ୍କୁ ଆଶିଷ, ନିପୂଲ ଓ ପୁନିତ ବଳପୂର୍ବକ ଗଣଦୁଷ୍କର୍ମ କରିବା ଆରମ୍ଭ କରିଥିଲେ। ଏହି ସମୟ ପୂଜା ପୂରା ଘଟଣାକୁ ରେକର୍ଡ କରିବା ସହ ଏହାକୁ ଉପଭୋଗ କରିଥିଲେ।

ପୀଡ଼ିତାଙ୍କୁ ସେମାନେ ମାଡ଼ ମାରିବା ସହ ଘଟଣା ପ୍ରଘଟ କଲେ ଭିଡିଓ ଭାଇରାଲ କରିବା ଦେବାର ଧମକ ମଧ୍ୟ ଦେଇଥିଲେ। ସେମାନଙ୍କ କଥାରେ ସେଦିନ ପୀଡ଼ିତା ଜଣଙ୍କ ରାଜି ହୋଇଯାଇଥିଲେ। କିନ୍ତୁ ଏହାର ଗୋଟିଏ ଦିନ ପରେ ସେ ପୂରା ଘଟଣା ତାଙ୍କର ଆଉ ଜଣେ ମହିଳା ବନ୍ଧୁଙ୍କୁ ଜଣାଇଥିଲେ।

ଉକ୍ତ ବନ୍ଧୁ ଜଣଙ୍କ ଏ ସମ୍ପର୍କରେ ତାଙ୍କ ବାପା ମା’ଙ୍କୁ ଜଣାଇଥିଲେ। ପୀଡ଼ିତା ମଧ୍ୟ ତାଙ୍କ ବାପା ମା’ଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ସେମାନେ ଶେଷରେ ଲାସୁଦିଆ ପୁଲିସ୍‌ ନିକଟରେ ଏନେଇ ଅଭିଯୋଗ କରିଥିଲେ। ପୁଲିସ୍‌ ଗଣଦୁଷ୍କର୍ମ ଓ ଅନ୍ୟାନ୍ୟ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Sexual Harassment Gang Rape Madhya Pradesh