/odisha-reporter/media/post_attachments/uploads/2021/07/Modi1.jpg)
Modi1
ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ବହୁ ପ୍ରତୀକ୍ଷିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ। ସନ୍ଧ୍ୟା ୬ଟାରେ ନୂଆ ମନ୍ତ୍ରୀମାନେ ଶପଥ ନେବେ। ଏ ସମ୍ପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶପଥ ପାଠ ଉତ୍ସବ ପୂର୍ବରୁ ମନ୍ତ୍ରୀ ପଦ ପାଇବା ରେସ୍ରେ ଥିବା ନେତାଙ୍କ ଭଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଦେଖିବାକୁ ମିଳିଛି।
ଜଣଙ୍କ ପରେ ଜଣେ ଆଶାୟୀ ୭ ଲୋକକଲ୍ୟାଣ ମାର୍ଗରେ ଥିବା ମୋଦିଙ୍କ ବାସଭବନକୁ ଆସି ଆଲୋଚନା କରି ଯାଉଛନ୍ତି। ଏଠାରେ ମୋଦିଙ୍କ ସହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହିଛନ୍ତି। ସେମାନେ ଜଣଙ୍କ ପରେ ଜଣେ ମନ୍ତ୍ରୀ ପଦ ପାଇବା ଚର୍ଚ୍ଚାରେ ଥିବା ନେତାଙ୍କୁ ଭେଟି ଆଲୋଚନା କରୁଛନ୍ତି।
ଚର୍ଚ୍ଚା ଅନୁଯାୟୀ, ଯେଉଁମାନେ ମୋଦିଙ୍କ ବାସଭନକୁ ଆସୁଛନ୍ତି ସେମାନଙ୍କୁ ମନ୍ତ୍ରୀ ପଦ ମିଳିବା ଏକ ପ୍ରକାରର ନିଶ୍ଚିତ। ସେହିପରି ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଥିବା ୩ ଜଣଙ୍କ ସଦସ୍ୟଙ୍କୁ ମଧ୍ୟ ଆଜି ପଦୋନ୍ନତି ମିଳିବ। ବର୍ତ୍ତମାନ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାବେ କାମ କରୁଥିବା ଅନୁରାଗ ଠାକୁର, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ଓ ପଞ୍ଚାୟତ ରାଜ, ଚାଷ ଓ ଚାଷୀ କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପୁରୁଷତ୍ତୋମ ରୂପାଲଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯିବ ବୋଲି କୁହାଯାଉଛି।
ମୋଦିଙ୍କ ବାସଭବନକୁ ଆଜି ଯାଇଥିବା ନେତାଙ୍କ ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ନାରାୟରଣ ରାଣେ, ମୀନାକ୍ଷୀ ଲେଖି, ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ହୀନା ଗାଭିଟ, ଶୋଭା କାରାଣ୍ଡଲାଜେ, ଅଜୟ ମିଶ୍ର, ଏଲଜେପିର ପଶୁପତି ପାରସ, କପିଲ ପାଟିଲ, ନିଶିତ ପରମାଣିକ, ଆରସିପି ସିଂହ ଓ ଅଜୟ ଭଟ୍ଟ ପ୍ରମୁଖ ରହିଛନ୍ତି।
ଅନ୍ୟପକ୍ଷରେ ଓଡ଼ିଶାର ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ ମଧ୍ୟ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବାର ସମ୍ଭାବନା ରହିଛନ୍ତି। ସେ ବିଜେପି ହାଇକମାଣ୍ଡଘଙ୍କ ଠାରୁ ଡାକରା ପାଇ ଦିଲ୍ଲୀ ଯାଇଛନ୍ତି। ସେ ଜଣେ ଆଦିବାସୀ ନେତା। ତେଣୁ ବିଜେପି ତାଙ୍କୁ ମନ୍ତ୍ରୀ ପଦ ଦେବାକୁ ଲକ୍ଷ୍ୟ ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
