Advertisment

ସିରିଏଲ କିଲର ଆତଙ୍କ, ୩ ଦିନରେ ୩ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା

ଭୋପାଲ: ମଧ୍ୟପ୍ରଦେଶରେ ସିରିଏଲ କିଲର ଆତଙ୍କ। ମଧ୍ୟପ୍ରଦେଶର ସାଗାରରେ ଗତ ୭୨ ଘଣ୍ଟା ମଧ୍ୟରେ ୩ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଗୋଟିଏ ଷ୍ଟାଇଲରେ ୩ ଜଣଙ୍କୁ ହତ୍ୟା କରାଯାଇଥିବାରୁ ସହରରେ ଆତଙ୍କ ଖେଳିଯାଇଛି। ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ହତ୍ୟା ପଛରେ ଜଣେ ବ୍ୟକ୍ତିଙ୍କର ହାତ ରହିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଯେଉଁ ଷ୍ଟାଇଲରେ ହତ୍ୟାକାଣ୍ଡ ଘଟିଛି, ଏହା ପଛରେ କୌଣସି ସିରିଏଲ କିଲରର ହାତ ଥିବା […]

ଅଦ୍ୟତନ ହୋଇଛି
ସିରିଏଲ କିଲର ଆତଙ୍କ, ୩ ଦିନରେ ୩ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା

serial-killer

Advertisment

ଭୋପାଲ: ମଧ୍ୟପ୍ରଦେଶରେ ସିରିଏଲ କିଲର ଆତଙ୍କ। ମଧ୍ୟପ୍ରଦେଶର ସାଗାରରେ ଗତ ୭୨ ଘଣ୍ଟା ମଧ୍ୟରେ ୩ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଗୋଟିଏ ଷ୍ଟାଇଲରେ ୩ ଜଣଙ୍କୁ ହତ୍ୟା କରାଯାଇଥିବାରୁ ସହରରେ ଆତଙ୍କ ଖେଳିଯାଇଛି। ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ହତ୍ୟା ପଛରେ ଜଣେ ବ୍ୟକ୍ତିଙ୍କର ହାତ ରହିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

Advertisment

ଯେଉଁ ଷ୍ଟାଇଲରେ ହତ୍ୟାକାଣ୍ଡ ଘଟିଛି, ଏହା ପଛରେ କୌଣସି ସିରିଏଲ କିଲରର ହାତ ଥିବା କୁହାଯାଉଛି। କିନ୍ତୁ ସାଗର ପୁଲିସ୍‌ ଘଟଣାର ତଦନ୍ତ ଚାଲିଛି ଓ ଏବେ ଠାରୁ କୌଣସି ଅନୁମାନ କରିବା ଠିକ ନୁହେଁ ବୋଲି କହିଛି। ଏଥିସହ ସନ୍ଦିଗ୍ଧ ହତ୍ୟାକାରୀର ଗୋଟିଏ ସ୍କେଚ ମଧ୍ୟ ପୁଲିସ୍‌ ଜାରି କରିଛି।

ମିଳିଥିବା ସୂଚନା ଅନୁସାରେ, ସନ୍ଦିଗ୍ଧ ସିରିଏଲ କିଲର ଅଗଷ୍ଟ ୨୮-୨୯ ତାରିଖ ତାରିଖରେ କଲ୍ୟାଣ ଲୋଧି ନାମକ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରିଥିଲା। ତାଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ। ତାଙ୍କୁ କାଣ୍ଟ ପୁଲିସ୍‌ ଷ୍ଟେସନ ଅଧୀନର ଗୋଟିଏ ଅଞ୍ଚଳରେ ହତ୍ୟା କରାଯାଇଛି। ହତ୍ୟାକାରୀ କୌଣସି ଲୁହା କିମ୍ବା ଓଜନିଆ ଜିନିଷରେ ତାଙ୍କୁ ମୁଣ୍ଡକୁ ବାଢ଼େଇ ହତ୍ୟା କରିଥିବା ଆଡିସିନାଲା ଏସ୍‌ପି ବିକ୍ରମ ସିଂହ କୁଶୱା କହିଛନ୍ତି।

Advertisment

ସେହିପରି ଅଗଷ୍ଟ ୨୯-୩୦ ତାରିଖରେ ସିଭିଲ ଲାଇନ୍ସ ପୁଲିସ୍‌ ଷ୍ଟେସନ ଅଧୀନରେ ଆଉ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରାଯାଇଥିଲା। ୬୦ ବର୍ଷୀୟ ଶମ୍ବୁ ନାରାୟଣ ଦୁବେ ଏଠାରେ ଥିବା ଗୋଟିଏ କଳା ଓ ବାଣିଜ୍ୟ କଲେଜରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ତାଙ୍କ ମୁଣ୍ଡକୁ ମଧ୍ୟ ପଥରରେ ଛେଚି ହତ୍ୟା କରାଯାଇଥିଲା।

ତୃତୀୟ ହତ୍ୟାକାଣ୍ଡଟି ୩୦-୩୧ ଅଗଷ୍ଟ ରାତିରେ ସାଗରର ମୋତି ନଗର ଅଞ୍ଚଳରେ ଥିବା ଗୋଟିଏ ଘର ପାଖରେ ଘଟିଛି। ଘରର ସୁରକ୍ଷା ଦାୟିତ୍ୱରେ ଥିବା ୱାଚମ୍ୟାଚ ମଙ୍ଗଳ ଅହିରୱାରଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରାଯାଇଛି। ଲୋଧି ଓ ଦୁବେଙ୍କୁ ସମାନ ଢଙ୍ଗରେ ମୁଣ୍ଡକୁ ପ୍ରହାର କରି ହତ୍ୟା କରାଯାଇଥିବାରୁ ଏମାନଙ୍କ ହତ୍ୟାକାରୀ ଜଣେ ବୋଲି କୁହାଯାଉଛି।

୩ ଦିନରେ ୩ ହତ୍ୟାକାଣ୍ଡ ପୁଲିସ୍‌ର ନିଦ ହଜାଇ ଦେଇଛି। ପୁଲିସ୍‌ର ଏକାଧିକ ଟିମ୍‌ ସନ୍ଦିଗ୍ଧ ହତ୍ୟାକାରୀର ସ୍କେଚ ଜାରି କରି, ତା’କୁ ଖୋଜିବାରେ ଲାଗିଛନ୍ତି। ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ପୁଲିସ୍ ଯାଞ୍ଚ କରୁଛି। କିନ୍ତୁ ଏଯାଏ କୌଣସି ପ୍ରକାରର ସଫଳତା ମିଳିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe