/odisha-reporter/media/post_attachments/uploads/2022/08/Temple.jpg)
Temple
ଜୟପୁର: ସକାଳୁ ସକାଳୁ ମନ୍ଦିରରେ ଘଟିଛି ଅଘଟଣ। ରାଜସ୍ଥାନର ସିକାର ଜିଲ୍ଲାରେ ଥିବା ଖାଟୁ ଶ୍ୟାମଜୀ ମନ୍ଦିରରେ ଦଳ ଚକାଟା ହେବାରୁ ୩ ଜଣ ମହିଳା ଶ୍ରଦ୍ଧାଳୁଙ୍କ ଜୀବନ ଯାଇଛି। ସେହିପରି ଆଉ ୨ ଜଣ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଜୟପୁରରେ ଥିବା ଗୋଟିଏ ହସ୍ପିଟାଲକୁ ପଠାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଖାଟୁ ଶ୍ୟାମଜୀ ମନ୍ଦିରର ବାବା ଶ୍ୟାମଙ୍କ ମାସିକ ମେଳା ପାଇଁ ଆଜି ଭୋର ସମୟରୁ ପ୍ରବଳ ଭିଡ଼ ଜମିଥିଲା। ଭୋର ୫ଟାରେ ମନ୍ଦିରର ପ୍ରବେଶ ପଥ ଖୋଲା ଯିବାରୁ ପ୍ରବଳ ଲୋକ ଏକାଥରେ ଏହା ଭିତରକୁ ଯିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଠେଲାପେଲା ହେବାରୁ କିଛି ମହିଳା ଶ୍ରଦ୍ଧାଳୁ ତଳେ ପଡ଼ି ଯାଇଥିଲେ।
ଫଳରେ ପ୍ରବେଶ ପଥରେ ହିଁ ଦଳ ଚକଟା ସ୍ଥିତି ସୃଷ୍ଟି ହୋଇଥିଲା। ଏହି ଦଳଚକଟାରେ ୩ ଜଣ ମହିଳା ଶ୍ରଦ୍ଧାଳୁ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ସେହିପରି ଆଉ ୨ ଜଣଙ୍କୁ ପୁଲିସ୍ ଓ ମନ୍ଦିର କର୍ତ୍ତୃପକ୍ଷ ଗୁରୁତର ଭାବେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ଥିବା ବେଳେ ପୂରା ଅଞ୍ଚଳକୁ କର୍ଡନ କରାଯାଇଛି। ସେହିପରି ଘଟଣା ପରେ ବାବା ଶ୍ୟାମଙ୍କ ଦର୍ଶନ ବନ୍ଦ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
