Advertisment

ଟିଏମସି ପାର୍ଟି ଅଫିସରେ ବିସ୍ଫୋରଣ, ତିନି ଆହତ

କୋଲକାତା: ଆସନ୍ତାକାଲି (ମାର୍ଚ୍ଚ ୨୭)ରେ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ବିଧାନସଭା ଆସନ ପାଇଁ ମତଦାନ ହେବ। ମୋଟ୍ ୩୦ଟି ଆସନ ପାଇଁ ଏହି ମତଦାନ ହେବ। ଏହା ପୂର୍ବରୁ ଟିଏମସି ଅଫିସରେ ବୋମା ବିସ୍ଫୋରଣ ହୋଇଛି। ବଙ୍କୁରା ଜିଲ୍ଲାର ଜୋୟପୁରରେ ଥିବା ଟିଏମସି ପାର୍ଟି ଅଫିସରେ ଏହି ବିସ୍ଫୋରଣ ହୋଇଛି। ଏଥିରେ ୩ ଜଣ ଟିଏମସି କର୍ମୀ ଆହତ ହୋଇଥିବା କୁହାଯାଉଛି। ବିସ୍ଫୋରଣ ପଛରେ ବାମପନ୍ଥୀ ଦଳ ଏବଂ କଂଗ୍ରେସକୁ ଦାୟୀ କରିଛି। ତେବେ ବିଜେପି ବିସ୍ଫୋରଣ […]

ସ୍ୱାମୀଙ୍କୁ ୭ ମହଲା ତଳକୁ ଫିଙ୍ଗିଦେଲେ ସ୍ତ୍ରୀ ଏବଂ ପୁଅ  

crime

Advertisment

କୋଲକାତା: ଆସନ୍ତାକାଲି (ମାର୍ଚ୍ଚ ୨୭)ରେ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ବିଧାନସଭା ଆସନ ପାଇଁ ମତଦାନ ହେବ। ମୋଟ୍ ୩୦ଟି ଆସନ ପାଇଁ ଏହି ମତଦାନ ହେବ। ଏହା ପୂର୍ବରୁ ଟିଏମସି ଅଫିସରେ ବୋମା ବିସ୍ଫୋରଣ ହୋଇଛି। ବଙ୍କୁରା ଜିଲ୍ଲାର ଜୋୟପୁରରେ ଥିବା ଟିଏମସି ପାର୍ଟି ଅଫିସରେ ଏହି ବିସ୍ଫୋରଣ ହୋଇଛି। ଏଥିରେ ୩ ଜଣ ଟିଏମସି କର୍ମୀ ଆହତ ହୋଇଥିବା କୁହାଯାଉଛି। ବିସ୍ଫୋରଣ ପଛରେ ବାମପନ୍ଥୀ ଦଳ ଏବଂ କଂଗ୍ରେସକୁ ଦାୟୀ କରିଛି।

Advertisment

ତେବେ ବିଜେପି ବିସ୍ଫୋରଣ ପାଇଁ ଟିଏମସିକୁ ଦାୟୀ କରିଛି। ପାର୍ଟି ଅଫିସରେ ଟିଏମସି କର୍ମୀ ବୋମା ତିଆରି କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ବୋଲି ବିଜେପି କହିଛି। ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ରାଜନୀତିକ ହିଂସା ହୋଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି। ଆହତ ଟିଏମସି କର୍ମୀଙ୍କର ଶରୀର ପୋଡ଼ି ଜଳି ଯାଇଛି। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟପାଳ ଜଗଦୀପ ଧନଖାର। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟପାଳ ଟ୍ୱିଟ୍ କରି କହିଛନ୍ତି।

Advertisment

https://twitter.com/jdhankhar1/status/1375436140312887303?s=20

West Bengal Election 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe