Advertisment

ଆଇଏନଏସ୍‌ ରଣବୀରରେ ବିସ୍ଫୋରଣ, ୩ ନୌସେନା କର୍ମଚାରୀ ମୃତ

ମୁମ୍ବାଇ: ଭାରତୀୟ ନୌସନାର ମୁମ୍ବାଇ ଡକୟାର୍ଡରେ ବଡ଼ ଅଘଟଣ ଘଟିଛି। ଏହି ଡକୟାର୍ଡରେ ଥିବା ଆଇଏନଏସ୍‌ ରଣବୀର ତୋପରେ ଆଜି ସନ୍ଧ୍ୟାରେ ହଠାତ୍‌ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏଥିରେ ୩ ଜଣ ନୌସେନା କର୍ମଚାରୀଙ୍କୁ ମୃତ୍ୟୁ ଘଟିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଉଦ୍ଧାର ଓ ନିଆଁ ଲିଭା କାର୍ଯ୍ୟ ଚାଲିଥିବାରୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ।  ମିଳିଥିବା ସୂଚନା ଅନୁଯାୟୀ, ରାଜପୁତ କ୍ଲାସ ବିଧ୍ୱଂସକାରୀ ଆଇଏନଏସ୍‌ ରଣବୀର […]

author-image
Hemant Lenka
ଅଦ୍ୟତନ ହୋଇଛି
ଆଇଏନଏସ୍‌ ରଣବୀରରେ ବିସ୍ଫୋରଣ, ୩ ନୌସେନା କର୍ମଚାରୀ ମୃତ

navy

ମୁମ୍ବାଇ: ଭାରତୀୟ ନୌସନାର ମୁମ୍ବାଇ ଡକୟାର୍ଡରେ ବଡ଼ ଅଘଟଣ ଘଟିଛି। ଏହି ଡକୟାର୍ଡରେ ଥିବା ଆଇଏନଏସ୍‌ ରଣବୀର ତୋପରେ ଆଜି ସନ୍ଧ୍ୟାରେ ହଠାତ୍‌ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏଥିରେ ୩ ଜଣ ନୌସେନା କର୍ମଚାରୀଙ୍କୁ ମୃତ୍ୟୁ ଘଟିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଉଦ୍ଧାର ଓ ନିଆଁ ଲିଭା କାର୍ଯ୍ୟ ଚାଲିଥିବାରୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ। 

Advertisment

ମିଳିଥିବା ସୂଚନା ଅନୁଯାୟୀ, ରାଜପୁତ କ୍ଲାସ ବିଧ୍ୱଂସକାରୀ ଆଇଏନଏସ୍‌ ରଣବୀର ନୌସେନାର ମୁମ୍ବାଇ ଡକୟାର୍ଡରେ ଥିବା ବେଳେ ଘଟଣା ଘଟିଛି। ଏହି ଯୁଦ୍ଧ ତୋପର ଆଭ୍ୟନ୍ତରୀଣ କମ୍ପାର୍ଟମେଣ୍ଟରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପରେ ତୋପରେ ନିଆଁ ଲାଗି ଯାଇଥିଲା।

ତେବେ କ୍ରୁ ସଦସ୍ୟଙ୍କ ଉପଯୁକ୍ତ ପଦକ୍ଷେପ ଯୋଗୁ ସ୍ଥିତି ନିୟନ୍ତ୍ରଣ ହୋଇଥିଲା। ବିସ୍ଫୋରଣ ସତ୍ତ୍ୱେ ତୋପରେ କୌଣସି ପ୍ରକାରର ବିଶେଷ ସାମଗ୍ରୀ ଜନିତ କ୍ଷତି ହୋଇନାହିଁ। ବିସ୍ଫୋରଣର କାରଣ ଜଣାପଡ଼ିନି। କିନ୍ତୁ ଘଟଣାର ବୋର୍ଡ ଅଫ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଥିବା ନୌସେନା ପକ୍ଷରୁ କୁହାଯାଇଛି।

Advertisment

ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ପକ୍ଷରୁ ଆଇଏନଏସ୍‌ ରଣବୀର ୨୦୨୧ ନଭେମ୍ବର ମାସରୁ କ୍ରସ କଷ୍ଟ ଅପରେସନାଲ କାମରେ ନିୟୋଜିତ ଥିଲା। ଏହା ଖୁବଶୀଘ୍ର ବେସ୍‌କୁ ପୋର୍ଟକୁ ଫେରିଥାଆନ୍ତା। I ହେଲେ ଏହା ପୂର୍ବରୁ ଡକୟାର୍ଡରେ ଥିବା ବେଳେ ଏପରି ଅଘଟଣ ଘଟିଛି। ଆଭ୍ୟନ୍ତରୀଣ କମ୍ପାର୍ଟମେଣ୍ଟରେ ହୋଇଥିବା ବିସ୍ଫୋରଣ ସହ ଅସ୍ତଶସ୍ତ୍ର କିମ୍ବା ବିସ୍ଫୋରକର କୌଣସି ଭୂମିକା ନାହିଁ। ତଥାପି ଘଟଣାର ତଦନ୍ତ ପରେ ପୂରା ତଥ୍ୟ ଆସିବ ବୋଲି ନୌସେନା ସୂତ୍ରରୁ ଜଣାପଡ଼ିଛି।

Indian Navy INS Ranvir Blast