ପୁଅ ସହ କଳି ପରେ ଝିଅ ସାମ୍ନାରେ ବାପାଙ୍କୁ ହାଣି ହତ୍ୟା କଲେ ୩ ନାବାଳକ

ପୁଣେ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ପୁଅ ସହ ଲାଗି ରହିଥିବା ତିକ୍ତତାର ବଦଲା ବାପାଙ୍କ ଠାରୁ ନେଇଛନ୍ତି ୩ ଜଣ ନାବାଳକ। ସେମାନେ ପୁଅକୁ ପାନେ ଦେବା ପାଇଁ ତାଙ୍କ ବାପାଙ୍କୁ ଝିଅ ସାମ୍ନାରେ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ପୁଣେର ବାରମତି ଅଞ୍ଚଳରେ ଏହି ଘଟଣା ଘଟିଛି। ପୁଲିସ୍‌ ହତ୍ୟା ଘଟଣାରେ ଅଭିଯୁକ୍ତ ୩ ନାବାଳକଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି। ପୁଲିସ୍‌ କହିଛି ଯେ ୫୨ […]

Police

Police

Hemant Lenka
  • Published: Saturday, 20 August 2022
  • Updated: 20 August 2022, 03:40 PM IST

Sports

Latest News

ପୁଣେ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ପୁଅ ସହ ଲାଗି ରହିଥିବା ତିକ୍ତତାର ବଦଲା ବାପାଙ୍କ ଠାରୁ ନେଇଛନ୍ତି ୩ ଜଣ ନାବାଳକ। ସେମାନେ ପୁଅକୁ ପାନେ ଦେବା ପାଇଁ ତାଙ୍କ ବାପାଙ୍କୁ ଝିଅ ସାମ୍ନାରେ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ପୁଣେର ବାରମତି ଅଞ୍ଚଳରେ ଏହି ଘଟଣା ଘଟିଛି। ପୁଲିସ୍‌ ହତ୍ୟା ଘଟଣାରେ ଅଭିଯୁକ୍ତ ୩ ନାବାଳକଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି।

ପୁଲିସ୍‌ କହିଛି ଯେ ୫୨ ବର୍ଷୀୟ ଶଶିକାନ୍ତ କରାଣ୍ଡେଙ୍କୁ ତାଙ୍କ ଝିଅର ସ୍କୁଲ ସାମ୍ନାରେ ହିଁ ୩ ଜଣ ନାବାଳକ ହତ୍ୟା କରିଛନ୍ତି। ଶଶିକାନ୍ତ ଗୁରୁବାର ଅପରାହ୍ନରେ ୯ମ ଶ୍ରେଣୀରେ ପଢ଼ୁଥିବା ଝିଅକୁ ଆଣିବାକୁ ସ୍କୁଲ ପାଖକୁ ଯାଉଥିଲେ। ଏହି ସମୟରେ ୩ ଅଭିଯୁକ୍ତ ତାଙ୍କ ପିଛା କରିଥିଲେ। ଏହାପରେ ଝିଅ ସାମ୍ନାରେ ହିଁ ଶଶିକାନ୍ତଙ୍କୁ ଧାରୁଆ ଅସ୍ତ୍ରରେ ହାଣି ପକାଇଥିଲେ। ଘଟଣାସ୍ଥଳରେ ତାଙ୍କର ଜୀବନ ଚାଲି ଯାଇଥିଲା। ଏନେଇ ଶଶିକାନ୍ତଙ୍କ ଝିଅ ଥାନାରେ ଅଭିଯୋଗ କରିଥିବା ପୁଲିସ୍‌ କହିଛି।

ଇନସପେକ୍ଟର ସୁନୀଲ ମହାଡିକ କହିଛନ୍ତି, “ହତ୍ୟା ଘଟଣାରେ ସଂପୃକ୍ତି ଥିବା ୩ ନାବାଳକ ମାନି ସାରିଛନ୍ତି। ଶଶିକାନ୍ତଙ୍କ ପୁଅ ମୁଖ୍ୟ ଅଭିଯୁକ୍ତ ନାଁରେ ପୂର୍ବରୁ ଅଭିଯୋଗ ଦାଖଲ କରିଥିଲେ। ମୁଖ୍ୟ ଅଭିଯୁକ୍ତ ସହ ଶଶିକାନ୍ତଙ୍କ ପୁଅଙ୍କ ବିବାଦ ରହିଥିଲା। ତେବେ ଶଶିକାନ୍ତ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ପୁଅକୁ ବିବାଦ ଛାଡ଼ି ସାଙ୍ଗ ହୋଇ ଚଳିବାକୁ ଥରେ ପରାମର୍ଶ ଦେଇଥିଲେ। କିନ୍ତୁ ଅଭିଯୁକ୍ତ ଜଣକ କିଛି ବି ଶୁଣି ନଥିଲା। ସେ ନିଜର ସୋଶାଲ ମିଡିଆ ଆକାଉଣ୍ଟରେ ଧମକପୂର୍ଣ୍ଣ ପୋଷ୍ଟ ମଧ୍ୟ କରିଥିଲା।”

ଶଶିକାନ୍ତଙ୍କ ପୁଅ ଓ ଘଟଣାର ମୁଖ୍ୟ ଅଭିଯୁକ୍ତ ମଧ୍ୟରେ ରହିଥିବା ପୂର୍ବ ଶତ୍ରୁତାରୁ ଏତେ ବଡ଼ ଘଟଣା ଘଟିଛି। ଶଶିକାନ୍ତଙ୍କ ପୁଅ ଜଣେ କଲେଜ ଛାତ୍ର। ଜଣେ କଲେଜ ଛାତ୍ରୀଙ୍କ ସହ ତାଙ୍କ ବନ୍ଧୁତା କରିବାକୁ ନେଇ ମୁଖ୍ୟ ଅଭିଯୁକ୍ତଙ୍କ ସହ ତାଙ୍କର ମାରପିଟ ହୋଇଥିଲା। ମେ’ ମାସରେ ହିଁ ଏହି ଘଟଣା ଘଟିଥିଲା। ମୁଖ୍ୟ ଅଭିଯୁକ୍ତ ଓ ତା’ର ଦୁଇ ସହଯୋଗୀ ଶଶିକାନ୍ତଙ୍କ ପୁଅଙ୍କୁ ପ୍ରବଳ ମାଡ଼ ମାରିଥିଲେ।

ଏନେଇ ପୁଲିସ୍‌ରେ ଅଭିଯୋଗ ହେବା ପରେ ୩ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଉକ୍ତ ଘଟଣା ପରେ ଶଶିକାନ୍ତଙ୍କ ପୁଅ ଓ ଅଭିଯୁକ୍ତଙ୍କ ମଧ୍ୟରେ କୌଣସି ଯୋଗାଯୋଗ ନଥିଲା। ହେଲେ ଅଗଷ୍ଟ ୭ରେ ମୁଖ୍ୟ ଅଭିଯୁକ୍ତ ତା’ର ସୋଶାଲ ମିଡିଆରେ ପୋଷ୍ଟ କରିଥିବା ଧମକପୂର୍ଣ୍ଣ ବାର୍ତ୍ତା ସମ୍ପର୍କରେ ଶଶିକାନ୍ତ ଜାଣିବାକୁ ପାଇଥିଲେ। ପୁଅର ନାଁ ନେଇ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଧମକ ଦେଇଥିଲେ। ଏହାକୁ ନେଇ ଶଶିକାନ୍ତ ମୁଖ୍ୟ ଅଭିଯୁକ୍ତକୁ ବୁଝାଇଥିଲେ। ହେଲେ ସେ କିଛି ବି ବୁଝି ନଥିଲା।

ଶେଷରେ ବୁଧବାର ଦିନ ଘଟିଥିଲା ଅଘଟଣ। ଶଶିକାନ୍ତ ଝିଅକୁ ଆଣିବାକୁ ସ୍କୁଲ ଯାଉଥିବା ବେଳେ ୩ ଅଭିଯୁକ୍ତ ତାଙ୍କ ପିଛା କରିଥିଲେ। ସେମାନେ ଠିକ୍‌ ସ୍କୁଲ ସମ୍ମୁଖରେ ତାଙ୍କୁ ଛୋଟ କଟୁରୀ ଓ କୁରାଢ଼ୀ ଦ୍ୱାରା ଆକ୍ରମଣ କରିଥିଲେ। ରକ୍ତାକ୍ତ ଅବସ୍ଥାରେ ସେ ସ୍କୁଲ ଗେଟ୍‌ ପାଖରେ ପଡ଼ି ଯିବା ସହ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ।

ହେଲେ କେହି ବି ଆଗକୁ ଆସି ନଥିଲେ। ତଳେ ପଡ଼ିଥିବା ଅବସ୍ଥାରେ ମଧ୍ୟ ୩ ଅଭିଯୁକ୍ତ ତାଙ୍କୁ ହାଣି ଚାଲିଥିଲେ। ତାଙ୍କ ମୁଣ୍ଡ, ବେକ, ପିଠି ଓ ଗୋଡ଼ରେ ହଣା ଚିହ୍ନ ରହିଛି। ଆକ୍ରମଣକାରୀମାନେ ସେଠାରୁ ଚାଲିଯିବା ପରେ କିଛି ଲୋକ ଶଶିକାନ୍ତଙ୍କୁ ହସ୍ପିଟାଲକୁ ନେଇଥିଲେ। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos