Advertisment

ଫୁଡ ପଏଜନିଂ ଯୋଗୁ ୩ ଶିଶୁ ମୃତ, ୧୧ ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ: ତାମିଲନାଡୁର ତିରୁପୁରରେ ଫୁଡ ପଏଜନିଂ ଯୋଗୁ ୩ ଜଣ ଛୋଟ ପିଲାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପିଲାମାନେ ରହୁଥିବା ଗୋଟିଏ ଅନୁଷ୍ଠାନରଆ ଏପରି ଘଟଣା ଘଟିଛି। ମୃତ ଓ ଅସୁସ୍ଥ ହୋଇଥିବା ପିଲାମାନେ ବିବେକାନନ୍ଦ ସେବାଳୟରେ ରହୁଥିଲେ। ବୁଧବାର ସକାଳେ ସେବାଳୟରେ ରନ୍ଧା ଯାଇଥିବା ଇଡଲି ଓ ପୋଙ୍ଗଲ ସେମାନେ ଖାଇଥିଲେ। ଖାଦ୍ୟ ଖାଇବା ପରେ କିଛି ପିଲା ଅସୁସ୍ଥ ହୋଇପଡ଼ିଥିଲେ। ପିଲାମାନେ ବାନ୍ତି କରିବା ସହ ପେଟରେ […]

ଫୁଡ ପଏଜନିଂ ଯୋଗୁ ୩ ଶିଶୁ ମୃତ, ୧୧ ହସ୍ପିଟାଲରେ ଭର୍ତ୍ତି

food

Advertisment

ଚେନ୍ନାଇ: ତାମିଲନାଡୁର ତିରୁପୁରରେ ଫୁଡ ପଏଜନିଂ ଯୋଗୁ ୩ ଜଣ ଛୋଟ ପିଲାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପିଲାମାନେ ରହୁଥିବା ଗୋଟିଏ ଅନୁଷ୍ଠାନରଆ ଏପରି ଘଟଣା ଘଟିଛି।

Advertisment

ମୃତ ଓ ଅସୁସ୍ଥ ହୋଇଥିବା ପିଲାମାନେ ବିବେକାନନ୍ଦ ସେବାଳୟରେ ରହୁଥିଲେ। ବୁଧବାର ସକାଳେ ସେବାଳୟରେ ରନ୍ଧା ଯାଇଥିବା ଇଡଲି ଓ ପୋଙ୍ଗଲ ସେମାନେ ଖାଇଥିଲେ। ଖାଦ୍ୟ ଖାଇବା ପରେ କିଛି ପିଲା ଅସୁସ୍ଥ ହୋଇପଡ଼ିଥିଲେ। ପିଲାମାନେ ବାନ୍ତି କରିବା ସହ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ତୁରନ୍ତ ସେବାଳୟ ପକ୍ଷରୁ ଅସୁସ୍ଥ ପିଲାଙ୍କୁ ମେଡିସିନ ଦିଆଯାଇଥିଲା। ହେଲେ ସେମାନଙ୍କ ଅବସ୍ଥାରେ କୌଣସି ସୁଧାର ଆସି ନଥିଲା।

ଅସୁସ୍ଥ ପିଲାମାନେ ଲଞ୍ଚ ଓ ଡିନରରେ ଦିଆଯାଇଥିବା ଭାତ ଏବଂ ରାଜମା ମଧ୍ୟ ଖାଇ ନଥିଲେ। ଏତେ ଘଟଣା ପରେ ମଧ୍ୟ ସେମାନଙ୍କୁ ବୁଧବାର ହସ୍ପିଟାଲ ନିଆଯାଇ ନଥିଲା। ଆଜି ସକାଳୁ ଅସୁସ୍ଥ ୧୪ ଜଣ ପିଲାଙ୍କ ମଧ୍ୟରୁ ୨ ଜଣ ହଷ୍ଟେଲରେ ପ୍ରାଣ ହରାଇଥିବା ଜଣାପଡ଼ିଥିଲା। ଅନ୍ୟମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଅଧା ରାସ୍ତାରେ ଆଉ ଜଣେ ପିଲା ଆଖି ବୁଜିଥିଲେ।

Advertisment

ପ୍ରାଣ ହରାଇଥିବା ୩ ପିଲାଙ୍କ ବୟସ ୧୦ରୁ ୧୫ ବର୍ଷ ମଧ୍ୟରେ ହେବ। ସେବାଳୟର ଅବହେଳା ଯୋଗୁ ଏତେ ବଡ଼ ଘଟଣା ଘଟିଥିବା ଅଭିଯୋଗ ହୋଇଛି। ତେବେ ଏଯାଏ କାହାକୁ ବି ଗିରଫ କରାଯାଇନି।

ପୁଲିସ୍‌ ଖାଦ୍ୟ ନମୁନାକୁ ସଂଗ୍ରହ କରି ଯାଞ୍ଚ ଆରମ୍ଭ କରିଛି। କମିଶନର ଅଫ ପୁଲିସ୍‌ ଏସ୍‌ ପ୍ରଭାକରନ କହିଛନ୍ତି, “ଆମେ ସନ୍ଦେହଜନକ ମୃତ ନେଇ ମାମଲା ରୁଜୁ କରିଛୁ ଓ ସାଇଣ୍ଟିଫିକ ପରୀକ୍ଷା ପାଇଁ ନମୁନା ପଠାଯାଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଚିକିତ୍ସିତ ହେଉଥିବା ୧୧ ପିଲାଙ୍କ ଅବସ୍ଥା ସ୍ଥିର ରହିଛି। ସେମାନେ ବିପଦ ମୁକ୍ତ ରହିଛନ୍ତି। ଜଣେ ପିଲା ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe