କେନ୍ଦ୍ରକୁ ୯ ବିଚାରପତିଙ୍କ ନାମ ସୁପାରିଶ କଲେ ସୁପ୍ରିମକୋର୍ଟର କଲେଜିୟମ

ନୂଆଦିଲ୍ଲୀ: ଭାରତକୁ ୨୦୨୭ ସୁଦ୍ଧା ପ୍ରଥମ ମହିଳା ପ୍ରଧାନ ବିଚାରପତି ମିଳିପାରେ। ମଙ୍ଗଳବାର ସୁପ୍ରିମକୋର୍ଟର କଲେଜିୟମ ୯ ଜଣ ବିଚାରପତିଙ୍କ ନାମ ସୁପାରିଶ କରିଛନ୍ତି। ପ୍ରଧାନ ବିଚାରପତି ଏନ. ଭି ରମନ୍ନାଙ୍କ ନେତୃତ୍ୱାଧୀନ ଏହି କଲେଜିୟମ ମୋଟ୍ ୯ ଜଣଙ୍କ ନାମ ସୁପାରିଶ କରିଛନ୍ତି। ଯେଉଁଥିରେ ତିନି ଜଣ ମହିଳା ରହିଛନ୍ତି। ତେଣୁ ଏହି ତିନି ଜଣଙ୍କ ମଧ୍ୟରେ କେହି ଜଣେ ୨୦୨୭ ସୁଦ୍ଧା ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି ବୋଲି କୁହାଯାଉଛି। କଲେଜିୟମ […]

SC-JUDGE

SC-JUDGE

Subhransu Sekhar
  • Published: Wednesday, 18 August 2021
  • Updated: 18 August 2021, 03:16 PM IST

ନୂଆଦିଲ୍ଲୀ: ଭାରତକୁ ୨୦୨୭ ସୁଦ୍ଧା ପ୍ରଥମ ମହିଳା ପ୍ରଧାନ ବିଚାରପତି ମିଳିପାରେ। ମଙ୍ଗଳବାର ସୁପ୍ରିମକୋର୍ଟର କଲେଜିୟମ ୯ ଜଣ ବିଚାରପତିଙ୍କ ନାମ ସୁପାରିଶ କରିଛନ୍ତି। ପ୍ରଧାନ ବିଚାରପତି ଏନ. ଭି ରମନ୍ନାଙ୍କ ନେତୃତ୍ୱାଧୀନ ଏହି କଲେଜିୟମ ମୋଟ୍ ୯ ଜଣଙ୍କ ନାମ ସୁପାରିଶ କରିଛନ୍ତି। ଯେଉଁଥିରେ ତିନି ଜଣ ମହିଳା ରହିଛନ୍ତି। ତେଣୁ ଏହି ତିନି ଜଣଙ୍କ ମଧ୍ୟରେ କେହି ଜଣେ ୨୦୨୭ ସୁଦ୍ଧା ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି ବୋଲି କୁହାଯାଉଛି।

କଲେଜିୟମ ଯେଉଁସବୁ ନାମ ସୁପାରିଶ କରିଛନ୍ତି ସେମାନଙ୍କ ମଧ୍ୟରେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ବିବି ନାଗରଥନାଙ୍କ ନାମ ମଧ୍ୟ ରହିଛି। ଯାହାଙ୍କର ଏବେ ପଦୋନ୍ନତି ହୋଇଛି। ୨୦୨୭ ବେଳକୁ ସେ ଦେଶର ପ୍ରଧାନ ବିଚାରପତି ହୋଇପାରନ୍ତି। ସେହିପରି କଲେଜିୟମ ସୁପାରିଶ କରିଥିବା ଅନ୍ୟ ଦୁଇ ବିଚାରପତି ହେଲେ ତେଲେଙ୍ଗାନା ହାଇକୋର୍ଟର ହିମା କୋହଲି ଏବଂ ଗୁଜରାଟ ହାଇକୋର୍ଟର ବିଚାରପତି ବେଲା ତ୍ରିବେଦୀ।

ବାକି ବିଚାରପତି ହେଲେ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଅଭୟ ଶ୍ରୀନିବାସ ଓକା, ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ବିକ୍ରମ ନାଥ, ସିକ୍କିମ୍ ହାଇକୋର୍ଟର ମୁଖ୍ୟ ବିଚାରପତି ଜିତେନ୍ଦ୍ର କୁମାର ମାହେଶ୍ୱରୀ, କେରଳ ହାଇକୋର୍ଟର ବିଚାରପତି ସିଟି ରବିକୁମାର ଏବଂ କେରଳ ହାଇକୋର୍ଟର ବିଚାରପତି ଏମଏମ ସୁନ୍ଦରେଶ ରହିଥିବା ସୂଚନା ରହିଛି। ଏହାବାଦ ଅନ୍ୟତମ ବ୍ୟକ୍ତି ହେଉଛନ୍ତି ବରିଷ୍ଠ ଆଇନଜୀବୀ ଏବଂ ପୂର୍ବତନ ଅତିରିକ୍ତ ସଲିସିଟର ଜେନେରାଲ ପିଏସ ନରସିମହା ମଧ୍ୟ ସୁପ୍ରିମକୋର୍ଟରେ ବିଚାରପତି ଭାବରେ ନିଯୁକ୍ତ ହେବେ।

୨୦୧୯ ମସିହା ନଭେମ୍ୱର ମାସରେ ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ ରଞ୍ଜନ ଗୋଗୋଇ ଅବସର ନେଇଥିଲେ। ଏହାପରେ କଲେଜିୟମ ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିନଥିଲେ। ଅଗଷ୍ଟ ୧୨ରେ ଜଷ୍ଟିସ ନରିମନ ଅବସର ଗ୍ରହଣ କରିବା ପରେ ସୁପ୍ରିମକୋର୍ଟରେ ୯ଟି ବିଚାରପତି ପଦବୀ ଖାଲି ହୋଇଛି। ଆଜି (ଅଗଷ୍ଟ ୧୮)ରେ ଜଷ୍ଟିସ ନବୀନ ସିହ୍ନା ଅବସର ଗ୍ରହଣ କରିବେ। ଏହାପରେ ୧୦ଟି ପଦ ଖାଲି ହୋଇଯିବ।

ସୁପ୍ରିମକୋର୍ଟରେ ଏବେ ଜଣେ ମହିଳା ବିଚାରପତି ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ରହିଛନ୍ତି। ଜଷ୍ଟିସ୍ ବାନାର୍ଜୀ ସେପ୍ଟେମ୍ବର ୨୦୨୨ରେ ଅବସର ନେବେ। ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ କେବଳ ୮ ଜଣ ମହିଳା ବିଚାରପତି ନିଯୁକ୍ତ ହୋଇଛନ୍ତି। ଯଦି ସରକାର କଲେଜିୟମର ସୁପାରିଶକୁ ଗ୍ରହଣ କରନ୍ତି, ତେବେ ସୁପ୍ରିମକୋର୍ଟରେ ଥିବା ସମସ୍ତ ଖାଲି ପଦବୀ ପୂରଣ ହେବ ଏବଂ ବିଚାରପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇବ।

ଏହି ନାମଗୁଡିକ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ପଠାଯିବ। ଏହି ନାମକୁ ନେଇ କୌଣସି ଆପତ୍ତି ଥିଲେ କେନ୍ଦ୍ର ସରକାର କଲେଜିୟମକୁ ପୁଣି ଥରେ ସମୀକ୍ଷା କରିବାକୁ କହିପାରିବେ। ହେଲେ କଲେଜିୟମ ଯଦି ସମାନ ନାମ ପୁଣିଥରେ କେନ୍ଦ୍ର ଆଇନ୍ ମନ୍ତ୍ରାଳୟକୁ ପଠାଇବେ ତାହେଲେ କେନ୍ଦ୍ର ସରକାର ସେହି ନାମକୁ ଅନୁମୋଦନ ଦେବାକୁ ବାଧ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story