/odisha-reporter/media/post_attachments/uploads/2022/09/bengaluru-flood.jpg)
bengaluru flood
ବେଙ୍ଗାଲୁରୁ: ବର୍ଷାରେ ଉବୁଟୁବୁ ଆଇଟି ନଗରୀ ବେଙ୍ଗାଲୁରୁ। ବାଦଲଫଟା ବର୍ଷାରେ ଯୋଗୁ ଜଳବନ୍ଦୀ ଘେରରେ ଅଧିକାଂଶ ଅଞ୍ଚଳ। ନଦୀ ପାଲଟି ଯାଇଛି ମୁଖ୍ୟ ରାସ୍ତା। ଏକାଧିକ ସଡକ ପାଣିରେ ବୁଡିଛି। କେଉଁଠି ଦୁଇ ଚକିଆ ଯାନ ଭାସୁଛି, ତ କେଉଁଠି ଟ୍ରାଫିକ୍ ଜାମ୍। ଏମିତି କି ରାସ୍ତା ଉପରେ ରେସ୍କ୍ୟୁ ବୋଟ୍ ମଧ୍ୟ ଚାଲୁଥିବା ଦେଖିବାକୁ ମିଳିଛି। ସପ୍ତାହରେ ଦ୍ୱିତୀୟ ଥର ପାଇଁ ସହରରେ ବର୍ଷା ଯୋଗୁ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି।
ବନ୍ୟା ସଙ୍କଟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ବର୍ଷା ପ୍ରଭାବିତ ଅଞ୍ଚଳ ପାଇଁ ବଡ ପ୍ୟାକେଜ ଘୋଷଣା କରିଛନ୍ତି। ପରିସ୍ଥିତିରେ ସୁଧାର ଓ ରିଲିଫ ପାଇଁ ୩୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା ହୋଇଛି। ଗତକାଲି ବସିଥିବା ଜରୁରୀ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ।
/odisha-reporter/media/post_attachments/public/incoming/riwkl6/article65829847.ece/alternates/FREE_1200/FF6C344E-3110-4440-945A-E32228C63FE5.jpeg)
ଗତ କିଛି ଦିନ ହେବ ଲଗାତର ବର୍ଷା ଯୋଗୁଁ ଆଇଟି ସିଟି ଜଳବନ୍ଦୀ ହୋଇପଡିଛି। ସହରର ନାମିଦାମୀ ଅଞ୍ଚଳରେ ଗାଡି ବଦଳରେ ରାସ୍ତାରେ ଡଙ୍ଗା ଚଳାଚଳ କରୁଛି। ଆଇଟି କରିଡରକୁ ସଂଯୋଗ କରୁଥିବା ରାସ୍ତା ପୋଖରୀରେ ପରିଣତ ହୋଇଛି। ସହରର ଇକୋସ୍ପେସ, ବେଲାନ୍ଦୁର, କେଆର ମାର୍କେଟ, ସିଲ୍କ୍ ବୋର୍ଡ ଜଙ୍କସନ୍, ଭାରଥୁର ଅଞ୍ଚଳ ବିଶେଷ ପ୍ରଭାବିତ ହୋଇଛି। ଲୋକଙ୍କ ଘରଦ୍ୱାରରେ ପାଣି ପଶିଯାଇଛି।
/odisha-reporter/media/post_attachments/resize/905_-/2022/09/PTI09_05_2022_000106B.jpg)
ବହୁ ଆଇଟି କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ଅତି ଜରୁରୀ ନଥିଲେ ଘରୁ ନ ବାହାରିବା ପାଇଁ ପ୍ରଶାସନ ଅପିଲ୍ କରିଛି । ବର୍ଷା ଯୋଗୁଁ ଆଇଟି ଫାର୍ମଗୁଡ଼ିକୁ ୨୨୫ କୋଟିର କ୍ଷତି ସହିବାକୁ ପଡିଛି। ବେଙ୍ଗଳୁରୁ ବିମାନ ବନ୍ଦରରେ ମଧ୍ୟ ପାଣି ପଶିଥିବା ଦେଖିବାକୁ ମିଳିଛି।
ଗତରାତିର ବେଙ୍ଗାଲୁରୁରେ ହୋଇଥିବା ବର୍ଷା ୮ ବର୍ଷର ରେକର୍ଡ ଭାଙ୍ଗିଛି। ହାରାହାରି ୮୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଗତ ୨୪ ଘଣ୍ଟାରେ ବେଙ୍ଗଲୁରୁରେ ୧୪୮ ମିଲିମିଟର ବର୍ଷା ହୋଇଥିବା କର୍ଣ୍ଣାଟକ ସରକାର କହିଛନ୍ତି। ତେବେ ବିପଦ ଏଯାଏଁ ଟଳିନି। ଆସନ୍ତା ୯ ତାରିଖ ଯାଏଁ କର୍ଣ୍ଣାଟକର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
/odisha-reporter/media/post_attachments/indiatoday/images/story/202209/Bengaluru_flood_3_1.jpg)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
