Ahmad-Massoud
କାବୁଲ: ଆଫଗାନିସ୍ତାନର ପଞ୍ଜଶିର ମୁହାଁ ହୋଇଥିବା ତାଲିବାନୀଙ୍କୁ କଡ଼ା ଜବାବ ଦେଲେ ଅହମଦ ମାସୁଦ। ପଞ୍ଜଶିରକୁ ଅକ୍ତିଆର କରିବ ବୋଲି ହୁଙ୍କାର ଦେଇଥିବା ତାଲିବାନୀଙ୍କ ୩୦୦ରୁ ଅଧିକ ସଦସ୍ୟଙ୍କୁ ଅହମଦ ଶାହଙ୍କ ନେତୃତ୍ୱାଧୀନ ଟିମ୍ ନିପାତ କରିଥିବା ସୂଚନା ରହିଛି। ବାଘଲାନ (Baghlan)ପ୍ରାନ୍ତରେ ଥିବା ଅନ୍ଦରାବରେ ତାଲିବାନୀ ଯାଉଥିବା ବେଳେ ବୋମା ବର୍ଷଣ କରି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ମାସୁଦଙ୍କ ଲୋକେ। ବାଘଲାନ ଅଞ୍ଚଳକୁ ଅହମଦ ମାସୁଦ ଏବଂ ଅମରୁଲ୍ଲା ସାଲେହ ନିଜ ଅଧୀନରେ ରଖିଛନ୍ତି। ବିବିସିର ରିପୋର୍ଟର ୟାଲଦା ହାକିମ ଟ୍ଵିଟ୍ କରି ଏହି ସୂଚନା ଦେଇଛନ୍ତି।
https://twitter.com/BBCYaldaHakim/status/1429523669701771264?s=20
ତାଲିବାନୀଙ୍କ ଦାବି ରହିଛି ଯେ ଯଦି ବିଦ୍ରୋହୀ ଶାନ୍ତିପୂର୍ଣ୍ଣ ଭାବରେ ଅହମଦ ମାସୁଦଙ୍କୁ ଦେଇଦେବେ, ତା’ହେଲେ ସେମାନେ କୈଣସି ପ୍ରକାର କ୍ଷତି ପହଞ୍ଚାଇବେ ନାହିଁ। ଅନ୍ୟପଟେ ଅହମଦ ମାସୁଦ ଆତ୍ମସମର୍ପଣ କରିବେ ନାହିଁ ବୋଲି କହି ସାରିଛନ୍ତି। ଫ୍ରାନ୍ସର ଦାର୍ଶନିକ ବର୍ନାଡ-ହେନରୀ ଲେବି କହିଛନ୍ତି ସେ ଅହମଦ ମାସୁଦଙ୍କ ସହ ଫୋନରେ କଥା ହୋଇଥିଲେ। ସେ ତାଙ୍କ ବାପାଙ୍କ ରାସ୍ତାରେ ରହିବେ। ଆତ୍ମସମର୍ପଣ କରିବେ ନାହିଁ ବୋଲି କହିଛନ୍ତି।
ପଞ୍ଜଶିରରର ଅହମ୍ମଦ ଶାହା ମାସୁଦଙ୍କ ପୁଅ ଅହମ୍ମଦ ମାସୁଦ ଏବଂ ଆଫଗାନିସ୍ତାନର କାମଚଳା ରାଷ୍ଟ୍ରପତି ଭାବେ ନିଜକୁ ଘୋଷଣା କରିଥିବା ଅମରୁଲ୍ଲା ସାଲେହ ତାଲିବାନକୁ କଡ଼ା ଜବାବ ଦେବେ ବୋଲି ଘୋଷଣା କରିସାରିଛନ୍ତି। ଅହମ୍ମଦ ମାସୁଦଙ୍କ ବାପା ଅହମ୍ମଦ ଶାହା ମାସୁଦ ମଧ୍ୟ ତାଲିବାନ ସହିତ ଲଢ଼େଇ କରୁଥିଲେ। ଆଫଗାନିସ୍ତାନରୁ ସୋଭିଏତ ୟୁନିଅନକୁ ତଡ଼ିପାର କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ହେଲେ ୨୦୦୧ରେ ତାଲିବାନ ଏବଂ ଆତଙ୍କବାଦୀ ସଂଗଠନ ଅଲ କାଏଦା ଦ୍ୱାରା ଅହମ୍ମଦ ଶାହା ମାସୁଦଙ୍କୁ ହତ୍ୟା କରାଯାଇଥିଲା। ଏହାପରେ ପଞ୍ଜଶିରର ନେତୃତ୍ଵ ନେଉଛନ୍ତି ଅହମ୍ମଦ ମାସୁଦ।
ସୂଚନାଯୋଗ୍ୟ, ତାଲିବାନୀମାନେ ପଞ୍ଜଶିର ଘାଟି ମୁହାଁ ହୋଇଥିବା ଦେଖି ପଞ୍ଜଶିର ବିଦ୍ରୋହୀଙ୍କ କବଜାରେ ଥିବା ଦେହ-ଏ-ସଲାହ ଜିଲ୍ଲାରେ ଯୁଦ୍ଧ ବିମାନକୁ ପ୍ରସ୍ତୁତ କରାଯାଉଥିବା ସୂଚନା ରହିଛି। ଆଫଗାନିସ୍ତାନରେ ଥିବା ୩୩ଟି ପ୍ରାନ୍ତକୁ ତାଲିବାନୀ କବଜା କରିଛନ୍ତି। ହେଲେ ପଞ୍ଜଶିର ପ୍ରାନ୍ତକୁ ତାଲିବାନୀ ଅକ୍ତିଆର କରି ପାରି ନାହାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/08/Ahmad-Massoud.jpg)