Advertisment

ୟୁକ୍ରେନ୍‌ରୁ ଫେରିଲେ ଆଉ ୩୦୦୦ ଭାରତୀୟ ଛାତ୍ର

ନୂଆଦିଲ୍ଲୀ: ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରାଯାଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଜାରି ରହିଛି। ଆଜି ଆଉ ୩୦୦୦ ଛାତ୍ରଙ୍କୁ ଉଦ୍ଧାର କରି ବିଭିନ୍ନ ବିମାନରେ ଭାରତକୁ ଫେରାଇ ଅଣାଯାଇଛି।  ଗତ ୨୪ ଘଣ୍ଟାରେ ୧୫ଟି ବିମାନରେ ୩୦୦୦ ଭାରତୀୟ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଫେରିଛନ୍ତି। ତେବେ ୟୁକ୍ରେନ୍‌ରୁ ଭାରତୀୟଙ୍କୁ ଉଦ୍ଧାର ଅଭିଯାନ ଜାରି ରହିବ । ଏଥିପାଇଁ ଅଧିକ ବିମାନ ପଠାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅଭିଯାନର […]

ୟୁକ୍ରେନ୍‌ରୁ ଫେରିଲେ ଆଉ ୩୦୦୦ ଭାରତୀୟ ଛାତ୍ର

student

Advertisment

ନୂଆଦିଲ୍ଲୀ: ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରାଯାଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଜାରି ରହିଛି। ଆଜି ଆଉ ୩୦୦୦ ଛାତ୍ରଙ୍କୁ ଉଦ୍ଧାର କରି ବିଭିନ୍ନ ବିମାନରେ ଭାରତକୁ ଫେରାଇ ଅଣାଯାଇଛି।  ଗତ ୨୪ ଘଣ୍ଟାରେ ୧୫ଟି ବିମାନରେ ୩୦୦୦ ଭାରତୀୟ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଫେରିଛନ୍ତି। ତେବେ ୟୁକ୍ରେନ୍‌ରୁ ଭାରତୀୟଙ୍କୁ ଉଦ୍ଧାର ଅଭିଯାନ ଜାରି ରହିବ । ଏଥିପାଇଁ ଅଧିକ ବିମାନ ପଠାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅଭିଯାନର ନାମ ‘ଅପରେଶନ ଗଙ୍ଗା’ ରଖାଯାଇଛି। ଭାରତ ସରକାରଙ୍କ ପକ୍ଷରୁ ଗାଇଡ୍‌ ଲାଇନ୍‌ ଜାରି ପରେ ୧୮,୦୦୦ ଭାରତୀୟ ୟୁକ୍ରେନ୍‌ ଛାଡ଼ିସାରିଲେଣି।

Advertisment

ଅପରେଶନ୍‌ ଗଙ୍ଗା ଅଭିଯାନ୍‌ରେ ୩୦ଟି ବିମାନରେ ୬,୪୦୦ ଲୋକଙ୍କୁ ଉଦ୍ଧାର କରାଯାଇ ଭାରତକୁ ଅଣାଯାଇଛି।  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୮ଟି  ବିମାନ ବ୍ୟବସ୍ଥା କରାଯିବ ବୋଲି ବୈଦେଶିକ ମନ୍ତ୍ରଣାଳାୟର ମୁଖପାତ୍ର  ଅରିନ୍ଦମ ବାଗଚୀ କହିଛନ୍ତି। ଆମେ ୟୁକ୍ରେନ୍‌ ଓ ରୁଷ ସହ  ବିଭିନ୍ନ ଦେଶ ସହ ଯୋଗାଯୋଗରେ ଅଛୁ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍‌ ଯୋଗେ ଆଲୋଚନା କରିଛନ୍ତି ।

ଯଥା ସମ୍ଭବ ଭାରତୀୟଙ୍କୁ ୟୁକ୍ରେନ୍‌ରୁ ଫେରେଇ ଆଣିବା ଆମର ଏକମାତ୍ର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । ୟୁକ୍ରେନ୍ ସୀମାରେ ଶହ ଶହ ଭାରତୀୟ ମାନେ ଅଟକି ରହିଛନ୍ତି।  ସେମାନେ ସୋଶାଲ ମିଡିଆରେ ଭିଡିଓ ପୋଷ୍ଟ କରି ଉଦ୍ଧାର ପାଇଁ ନିବେଦନ  କରୁଛନ୍ତି। ଏହି ଭିଠିଓ ଗୁଡ଼ିକୁ କଂଗ୍ରେସ ତାର ସୋଶାଲ ମିଡିଆ ଅକାଉଣ୍ଟରେ ସେୟାର କରି କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇଛି।

Advertisment
Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe