ବିଶାଖାପାଟଣା (ଯଶୋବନ୍ତ ପାଢ଼ୀ): ହାଇଦ୍ରାବାଦରୁ ଆନ୍ଧ୍ରପ୍ରଦେଶର କାକିନାଡା ଆସୁଥିବା ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ ଓଲଟି ପଡିଛି। ଏହି ଦୁର୍ଘଟଣାରେ ବସରେ ଯାତ୍ରା କରୁଥିବା ସମସ୍ତ ୩୩ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।
ଗତକାଲି ହାଇଦ୍ରାବାଦରୁ ୩୩ ଜଣ ଯାତ୍ରୀଙ୍କୁ ନେଇ କାକିନାଡା ଅଭିମୁଖେ ବାହାରିଥିବା ଶ୍ରୀ କ୍ରିଷ୍ଣା ଟ୍ରାଭେଲ ନାମକ ବସଟି ସୂର୍ଯ୍ୟପେଟା ଜିଲ୍ଲା ମୁନାଗାଲା ନିକଟରେ ନିୟନ୍ତ୍ରଣ ହରାଇ ଗୋଟିଏ ବ୍ରିଜକୁ ଧକାଦେଇ ବ୍ରିଜ ତଳକୁ ଓଲଟି ପଡିଥିଲା। ଆହତମାନଙ୍କୁ କୋଡାଡା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦ୍ରୁତ ଗତି ଏହି ଦୁର୍ଘଟଣାର କାରଣ ବୋଲି ପୁଲିସ କହିଛି। ବସର କାଚ ଭାଙ୍ଗି ପୁଲିସ ଓ ସ୍ଥାନୀୟ ବାସିନ୍ଦା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ଓ ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ ବସଟି ସଂପୂର୍ଣ୍ଣ ରୂପେ ଚୂରମାର ହୋଇଯାଇଛି। ପୋଲିସ ଗୁରୁତର ଆହତ ମାନଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର ପାଇଁ ଯୋଜନା କରୁଛନ୍ତି ଓ ଏକ ମାମଲା ରୁଜି କରି ତଦନ୍ତ ଆରମ୍ଭ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କେଜ୍ରିଓ୍ୱାଲ କହିଲେ- ଖୁବ୍ଶୀଘ୍ର ଗିରଫ ହେବେ ଆତିଶୀ
ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମଧ୍ୟ ଗିରଫ ହେବାର ସନ୍ଦେହ ବ୍ୟକ୍ତ କରିଛନ୍ତି।
National
କେଜ୍ରିଓ୍ୱାଲଙ୍କ ସଞ୍ଜିବନୀ ସ୍କିମ୍କୁ ନେଇ ତୁତୁ ମେଁମେଁ, ସ୍ୱାସ୍ଥ୍ୟ ବିଭାଗର ବିରୋଧ
ଯୋଜନାକୁ ନେଇ ଏବେ କେଜ୍ରିଓ୍ୱାଲ ଓ ଦିଲ୍ଲୀ ସରକାରୀ ଅଧିକାରୀ ମୁହାଁମୁହିଁ ହୋଇଛନ୍ତି।
National
ଠାକୁର ଦର୍ଶନ ସାରି ଫେରୁଥିବା କାର୍କୁ ଧକ୍କା ଦେଲା ବସ୍, ୫ ମୃତ
ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୫ ଜଣ ଆହତ ହୋଇଛନ୍ତି।
National
ଜାଲିଆତି ଅର୍ଡର ଦେଖାଇ ଥାନାରୁ ନେଇଗଲେ ଜବତ ଗାଡ଼ି, ବନ୍ଧା ହେଲେ ଓକିଲ
ଅବୈଧ ଖନନ ମାମଲାରେ ପୁଲିସ୍ ଜବତ କରିଥିବା ବାଇକ୍କୁ ଅଦାଲତର ଜାଲି ଆଦେଶ ଦେଖାଇ ଛଡ଼ାଇ ନେଇଥିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଓକିଲଜଣକ ।
National
ଏସିଡ୍ ଆକ୍ରମଣ ଓ ଦୁଷ୍କର୍ମ ପୀଡିତାଙ୍କଠୁ ଚିକିତ୍ସା ଫି' ନେବା ଅପରାଧ
ଦୁଷ୍କର୍ମ ପୀଡ଼ିତା, ପୋକ୍ସୋ ମାମଲାର ପୀଡ଼ିତା ତଥା ଯୌନ ନିର୍ଯାତନାର ଶିକାର ହୋଇଥିବା ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ସମସ୍ତ ଡାକ୍ତରଖାନା, ନର୍ସିଂହୋମ୍, କ୍ଲିନିକ୍, ମେଡିକାଲ୍ ସେଣ୍ଟରର ଦାୟିତ୍ୱ ବୋଲି କୋର୍ଟ କହିଛନ୍ତି।