Advertisment

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ, ୩୩ ଯାତ୍ରୀ ଗୁରୁତର

ବିଶାଖାପାଟଣା (ଯଶୋବନ୍ତ ପାଢ଼ୀ): ହାଇଦ୍ରାବାଦରୁ ଆନ୍ଧ୍ରପ୍ରଦେଶର କାକିନାଡା ଆସୁଥିବା ଯାତ୍ରୀବାହୀ  ବସଟି ଭାରସାମ୍ୟ ହରାଇ ଓଲଟି ପଡିଛି। ଏହି ଦୁର୍ଘଟଣାରେ ବସରେ ଯାତ୍ରା କରୁଥିବା ସମସ୍ତ ୩୩ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଗତକାଲି ହାଇଦ୍ରାବାଦରୁ ୩୩ ଜଣ ଯାତ୍ରୀଙ୍କୁ ନେଇ କାକିନାଡା ଅଭିମୁଖେ ବାହାରିଥିବା ଶ୍ରୀ କ୍ରିଷ୍ଣା ଟ୍ରାଭେଲ ନାମକ ବସଟି ସୂର୍ଯ୍ୟପେଟା ଜିଲ୍ଲା ମୁନାଗାଲା ନିକଟରେ ନିୟନ୍ତ୍ରଣ ହରାଇ ଗୋଟିଏ ବ୍ରିଜକୁ […]

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ, ୩୩ ଯାତ୍ରୀ ଗୁରୁତର

Bus-accident

Advertisment

ବିଶାଖାପାଟଣା (ଯଶୋବନ୍ତ ପାଢ଼ୀ): ହାଇଦ୍ରାବାଦରୁ ଆନ୍ଧ୍ରପ୍ରଦେଶର କାକିନାଡା ଆସୁଥିବା ଯାତ୍ରୀବାହୀ  ବସଟି ଭାରସାମ୍ୟ ହରାଇ ଓଲଟି ପଡିଛି। ଏହି ଦୁର୍ଘଟଣାରେ ବସରେ ଯାତ୍ରା କରୁଥିବା ସମସ୍ତ ୩୩ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

Advertisment

ଗତକାଲି ହାଇଦ୍ରାବାଦରୁ ୩୩ ଜଣ ଯାତ୍ରୀଙ୍କୁ ନେଇ କାକିନାଡା ଅଭିମୁଖେ ବାହାରିଥିବା ଶ୍ରୀ କ୍ରିଷ୍ଣା ଟ୍ରାଭେଲ ନାମକ ବସଟି ସୂର୍ଯ୍ୟପେଟା ଜିଲ୍ଲା ମୁନାଗାଲା ନିକଟରେ ନିୟନ୍ତ୍ରଣ ହରାଇ ଗୋଟିଏ ବ୍ରିଜକୁ ଧକାଦେଇ ବ୍ରିଜ ତଳକୁ ଓଲଟି ପଡିଥିଲା। ଆହତମାନଙ୍କୁ କୋଡାଡା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦ୍ରୁତ ଗତି ଏହି ଦୁର୍ଘଟଣାର କାରଣ ବୋଲି ପୁଲିସ କହିଛି। ବସର କାଚ ଭାଙ୍ଗି ପୁଲିସ ଓ ସ୍ଥାନୀୟ ବାସିନ୍ଦା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ଓ ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ ବସଟି ସଂପୂର୍ଣ୍ଣ ରୂପେ ଚୂରମାର ହୋଇଯାଇଛି। ପୋଲିସ ଗୁରୁତର ଆହତ ମାନଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର ପାଇଁ ଯୋଜନା କରୁଛନ୍ତି ଓ ଏକ ମାମଲା ରୁଜି କରି ତଦନ୍ତ ଆରମ୍ଭ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe