Advertisment

‘ଅଗ୍ନିପଥ’ ହିଂସା: ୩୪୦ଟି ଟ୍ରେନ୍ ପ୍ରଭାବିତ, ଓଡ଼ିଶା ଦେଇ ଯାଉଥିବା ୬ଟି ଏକ୍ସପ୍ରେସ୍ ବାତିଲ

ନୂଆଦିଲ୍ଲୀ: ଭାରତୀୟ ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ‘ଅଗ୍ନିପଥ’ ନାଁରେ ନୂଆ ଯୋଜନା ଆରମ୍ଭ କରିଥିବା ବେଳେ ଏହାକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଯୁବକମାନେ ହିଂସାକାଣ୍ଡ ଘଟାଇଛନ୍ତି। ବିଶେଷ କରି ରେଳ ଷ୍ଟେସନରେ ଭଙ୍ଗାରୁଜା କରିବା ସହିତ ଟ୍ରେନ୍‌ ଜାଳି ଦେଇଛନ୍ତି। ଏଥିଯୋଗୁ ସାରା ଦେଶରେ ୩୪୦ଟି ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ବ୍ୟାପକ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ୯୪ଟି ମେଲ ଏକ୍ସପ୍ରେସ ଓ ୧୪୦ ଏକ୍ସପ୍ରେସ ଟ୍ରେନକୁ […]

ଅଦ୍ୟତନ ହୋଇଛି
‘ଅଗ୍ନିପଥ’ ହିଂସା: ୩୪୦ଟି ଟ୍ରେନ୍ ପ୍ରଭାବିତ, ଓଡ଼ିଶା ଦେଇ ଯାଉଥିବା ୬ଟି ଏକ୍ସପ୍ରେସ୍ ବାତିଲ

train

Advertisment

ନୂଆଦିଲ୍ଲୀ: ଭାରତୀୟ ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ‘ଅଗ୍ନିପଥ’ ନାଁରେ ନୂଆ ଯୋଜନା ଆରମ୍ଭ କରିଥିବା ବେଳେ ଏହାକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଯୁବକମାନେ ହିଂସାକାଣ୍ଡ ଘଟାଇଛନ୍ତି। ବିଶେଷ କରି ରେଳ ଷ୍ଟେସନରେ ଭଙ୍ଗାରୁଜା କରିବା ସହିତ ଟ୍ରେନ୍‌ ଜାଳି ଦେଇଛନ୍ତି। ଏଥିଯୋଗୁ ସାରା ଦେଶରେ ୩୪୦ଟି ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି।

Advertisment

ବ୍ୟାପକ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ୯୪ଟି ମେଲ ଏକ୍ସପ୍ରେସ ଓ ୧୪୦ ଏକ୍ସପ୍ରେସ ଟ୍ରେନକୁ ବାତିଲ କରାଯାଇଛି। ସେହିପରି ୬୫ଟି ମେଲ୍ ଏକ୍ସପ୍ରେସ ଓ ୩୦ ପାସେଞ୍ଜର ଟ୍ରେନକୁ ସାମୟିକ ଭାବେ ବାତିଲ କରାଯାଇଛି। ୧୧ଟି ମେଲ ଏକ୍ସପ୍ରେସର ଗତିପଥରେ ପରିବର୍ତ୍ତନ କରାଯାଇଛି।

ବାତିଲ ହୋଇଥିବା ୧୪୦ଟି ଏକ୍ସପ୍ରେସ୍ ଟ୍ରେନ୍ ମଧ୍ୟରେ ଓଡ଼ିଶା ଦେଇ ଯାଉଥିବା ୬ଟି ଏକ୍ସପ୍ରେସ୍ ଟ୍ରେନ୍ ରହିଛି। ୧୮ରେ ଅର୍ଥାତ୍ ଆସନ୍ତାକାଲି ଯଶୋବନ୍ତପୁର-ଭାଗଲପୁର ଏକ୍ସପ୍ରେସ ଯଶୋବନ୍ତପୁରରୁ ବାତିଲ ହୋଇଛି। ସେହିପରି ଆସନ୍ତାକାଲି (୧୮ ତାରିଖ) ପୁରୀ-ପାଟନା ଏକ୍ସପ୍ରେସ ପୁରୀରୁ ବାତିଲ ହୋଇଛି। ୧୯ରେ ପାଟନା-ପୁରୀ ଏକ୍ସପ୍ରେସ ପାଟନାରୁ ବାତିଲ ହୋଇଛି। ୨୦ରେ ପୁରୀ-ଆଜମେର ଏକ୍ସପ୍ରେସ ପୁରୀରୁ ବାତିଲ ହୋଇଛି। ୨୦ରେ ଏର୍ଣ୍ଣାକୁଲମ୍-ପାଟନା ଏକ୍ସପ୍ରେସ ଏର୍ଣ୍ଣାକୁଲମରୁ ବାତିଲ ହୋଇଛି। ୨୩ରେ ଆଜମେର-ପୁରୀ ଏକ୍ସପ୍ରେସ ଆଜମେରରୁ ବାତିଲ ହୋଇଛି।

Advertisment

‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ବିକ୍ଷୋଭକାରୀମାନେ ବିହାରର ସମସ୍ତିପୁର, ଲଖିସରାଇ ଓ ଅରାରେ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଥିଲେ। ଏହା ସହିତ ରେଳଷ୍ଟେସନରେ ଭଙ୍ଗାରୁଜା କରିଥିଲେ। ଏହା ପରେ ବିହାର ୧୨ଟି ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। କାଇମେର, ଭୋଜପୁର, ଔରଙ୍ଗାବାଦ, ରୋହତାସ, ବକ୍ସର, ନାୱଡ଼ା, ପଶ୍ଚିମ ଚମ୍ପାରଣ, ସମସ୍ତିପୁର, ଲଖିସରାଇ, ବେଗୁସରାଇ, ବୈଶାଳୀ ଓ ସରନ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ଘୋଷଣା କରିଛନ୍ତି ସରକାର।

ଉତ୍ତର ପ୍ରଦେଶର ବାଲ୍ଲିଆ ରେଳ ଷ୍ଟେସନରେ ବିକ୍ଷୋଭକାରୀ ଭଙ୍ଗାରୁଜା କରିବା ସହିତ ଏକ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଥିଲେ। ସେହିପରି ବାରାଣସୀ, ଫିରୋଜାବାଦ ଓ ଆମେଠିରେ ବିକ୍ଷୋଭକାରୀ ଅନେକ ସରକାରୀ ବସ୍‌କୁ ଭାଙ୍ଗିରୁଜି ଦେଇଛନ୍ତି। ଆଲିଗଡ଼ରେ ଜଣେ ବିଜେପି ନେତାଙ୍କ ଗାଡ଼ି ପୋଡ଼ି ଦିଆଯାଇଛି।

ତେଲେଙ୍ଗାନାର ସିକନ୍ଦରାବାଦରେ ଟ୍ରେନ୍ ଉପରକୁ ବିକ୍ଷୋଭକାରୀମାନେ ପଥର ଫିଙ୍ଗି ଥିଲେ। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ବିକ୍ଷୋଭକାରୀଙ୍କୁ ସେଠାରୁ ହଟାଇବା ପାଇଁ ପୁଲିସ୍ ଫାଙ୍କା ଗୁଳି ଚାଳନା କରିଥିଲା।

ଏହି ସବୁ ଘଟଣାଗୁଡ଼ିକୁ ଦେଖି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୁବକମାନଙ୍କୁ ହିଂସାକାଣ୍ଡ ନ କରିବାକୁ ନିବେଦନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe