Advertisment

ଅଗ୍ନିପଥ ଯୋଜନା: ୩୫ ହ୍ୱାଟସଆପ୍‌ ଗ୍ରୁପ୍‌ ବ୍ୟାନ, ୧୦ ଗିରଫ

ନୂଆଦିଲ୍ଲୀ: ସେନାରେ ନିଯୁକ୍ତି ପାଇଁ ଘୋଷଣା ହୋଇଥିବା ଅଗ୍ନିପଥ ଯୋଜନା ବିରୋଧରେ ଆନ୍ଦୋଳନ ଜାରି ରହିଛି। ଏସବୁ ଭିତରେ ଯୋଜନା ସମ୍ପର୍କରେ ମିଥ୍ୟା ଖବର ପ୍ରଚାର କରୁଥିବା ୩୫ଟି ହ୍ୱାଟସଆପ୍‌ ଗ୍ରୁପ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ମିଥ୍ୟା ଖବର ପ୍ରଚାର କରି ଆନ୍ଦୋଳନକୁ ଉସକାଉଥିବା ଅଭିଯୋଗରେ ୩୫ଟି ହ୍ୱାଟସଆପ୍‌ ଗ୍ରୁପକୁ ବ୍ୟାନ କରାଯାଇଛି। ସେହିପରି ଯୁବକମାନଙ୍କୁ ହିଂସା ସୃଷ୍ଟି କରିବା ପାଇଁ ପ୍ରବର୍ତ୍ତାଉ ଥିବା ୧୦ ଜଣଙ୍କୁ ଗିରଫ କରାଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ […]

ଅଗ୍ନିପଥ ଯୋଜନା: ୩୫ ହ୍ୱାଟସଆପ୍‌ ଗ୍ରୁପ୍‌ ବ୍ୟାନ, ୧୦ ଗିରଫ

agnipath1

Advertisment

ନୂଆଦିଲ୍ଲୀ: ସେନାରେ ନିଯୁକ୍ତି ପାଇଁ ଘୋଷଣା ହୋଇଥିବା ଅଗ୍ନିପଥ ଯୋଜନା ବିରୋଧରେ ଆନ୍ଦୋଳନ ଜାରି ରହିଛି। ଏସବୁ ଭିତରେ ଯୋଜନା ସମ୍ପର୍କରେ ମିଥ୍ୟା ଖବର ପ୍ରଚାର କରୁଥିବା ୩୫ଟି ହ୍ୱାଟସଆପ୍‌ ଗ୍ରୁପ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ମିଥ୍ୟା ଖବର ପ୍ରଚାର କରି ଆନ୍ଦୋଳନକୁ ଉସକାଉଥିବା ଅଭିଯୋଗରେ ୩୫ଟି ହ୍ୱାଟସଆପ୍‌ ଗ୍ରୁପକୁ ବ୍ୟାନ କରାଯାଇଛି। ସେହିପରି ଯୁବକମାନଙ୍କୁ ହିଂସା ସୃଷ୍ଟି କରିବା ପାଇଁ ପ୍ରବର୍ତ୍ତାଉ ଥିବା ୧୦ ଜଣଙ୍କୁ ଗିରଫ କରାଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଏହାବାଦ ପିଆଇବି ପକ୍ଷରୁ ସୋଶାଲ ମିଡିଆରେ ଅଗ୍ନିପଥ ଯୋଜନାକୁ ନେଇ ପ୍ରଚାର କରାଯାଉଥିବା ତଥ୍ୟର ଯାଞ୍ଚ ପାଇଁ ଗୋଟିଏ ଫ୍ୟାକ୍ଟ ଚେକ୍ ବ୍ୟବସ୍ଥା କରାଯାଇଛି। ହ୍ୱାଟସଆପ୍‌ରେ ପ୍ରଚାର ହେଉଥିବା ଖବରର ଯାଞ୍ଚ ପାଇଁ କେନ୍ଦ୍ର ସରକାର 8799711259 ନମ୍ବର ମଧ୍ୟ ଜାରି କରିଛନ୍ତି। ଏହି ନମ୍ବର ଦ୍ୱାରା ଲୋକମାନେ ଅଗ୍ନିପଥ ଯୋଜନା ସମ୍ପର୍କରେ ଉପଯୁକ୍ତ ତଥ୍ୟ ହାସଲ କରିପାରିବେ। ସୋଶାଲ ମିଡିଆରେ ଫେକ ନ୍ୟୁଜର ପ୍ରସାର କରୁଥିବା ବ୍ୟକ୍ତି ଓ ସଂସ୍ଥା ଉପରେ ମଧ୍ୟ କେନ୍ଦ୍ର ସରକାର ନଜର ରଖିଥିବା ଜଣାପଡ଼ିଛି।

କିଛି ରାଜ୍ୟରେ ଅଗ୍ନିପଥ ଯୋଜନାକୁ ନେଇ ସୋଶାଲ ମିଡିଆରେ ବିଭିନ୍ନ ପ୍ରକାରର କଥାର ପ୍ରଚାର କରାଯାଉଥିଲା। ଏହି ତଥ୍ୟକୁ ଆଧାର କରି ସେନାରେ କାମ କରିବାକୁ ଅପେକ୍ଷା କରିଥିବା ଯୁବକମାନେ ରାସ୍ତାକୁ ମଧ୍ୟ ଓହ୍ଲାଉଛନ୍ତି। ହେଲେ ସୋଶାଲ ମିଡିଆରେ ପ୍ରଚାର ହେଉଥିବା ତଥ୍ୟରେ ସତ୍ୟତା ନଥିବା ଦାବି କରି କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି।

Advertisment

ସୂଚନାଯୋଗ୍ୟ, ସ୍ଥଳ ସେନା, ନୌସେନା ଓ ବାୟୁସେନାରେ ନିଯୁକ୍ତି ଦେବା ପାଇଁ ମଙ୍ଗଳବାର ‘ଅଗ୍ନିପଥ’ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଥିଲା। ଏହି ଯୋଜନା ଅନୁଯାୟୀ, ଜଣେ ଯୁବକଙ୍କୁ ସେନାରେ ମାତ୍ର ୪ ବର୍ଷ ପାଇଁ ନିଯୁକ୍ତି ମିଳିବ। ଚଳିତ ବର୍ଷ ପ୍ରାୟ ୪୬ ହଜାର ସୈନ୍ୟଙ୍କୁ ନିଯୁକ୍ତି ଦେବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି।

‘ଅଗ୍ନିବୀର’ଙ୍କ ଚୟନ ନିମନ୍ତେ ବୟସ ସୀମା ସାଢେ ୧୭ ବର୍ଷରୁ ସାଢେ ୨୩ ବର୍ଷ ପର୍ଯ୍ୟନ୍ତ ରହିବ। ଏହାପରେ ସେମାନଙ୍କ ମଧ୍ୟରୁ ୭୫% ଯବନାଙ୍କୁ ବାଧ୍ୟତାମୂଳକ ସେନାରୁ ଅବ୍ୟାହତି ଦିଆଯିବ। ଏହି ଶର୍ଟଟର୍ମ ନିଯୁକ୍ତିକୁ ଆଶାୟୀମାନେ ଜୋରଦାର ବିରୋଧ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe