Advertisment

ଜେଲରେ ଥାଇ ବି ନିର୍ବାଚନ ଜିତିଲେ ଆଜମ ଖାନ, ଏଥର ବିଧାନସଭାରେ ୩୬ ମୁସଲିମ ବିଧାୟକ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭାକୁ ୨୦୨୨ରେ ୩୬ ଜଣ ମୁସଲିମ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ୨୦୧୭ରେ ଏହି ସଂଖ୍ୟା ୨୪ ଥିଲା। ଏହାର ଅର୍ଥ ଏଥର ଅଧିକ ସଂଖ୍ୟକ ମୁସଲିମଙ୍କୁ ଲୋକମାନେ ବିଧାନସଭାକୁ ପଠାଇଛନ୍ତ। ଏମାନଙ୍କ ମଧ୍ୟରେ ଅଛନ୍ତି ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ। ସେ ବିଭିନ୍ନ ମାମଲାରେ ଜେଲରେ ଥିଲେ ମଧ୍ୟ ତାଙ୍କୁ ଲୋକଙ୍କ ସମର୍ଥନ ମିଳିଛି। ଏହି ସମର୍ଥନ ବଳରେ ସେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ତାଙ୍କ ପୁଅ ଅବଦୁଲ୍ଲା ଆଜମ […]

ଅଦ୍ୟତନ ହୋଇଛି
ଜେଲରେ ଥାଇ ବି ନିର୍ବାଚନ ଜିତିଲେ ଆଜମ ଖାନ, ଏଥର ବିଧାନସଭାରେ ୩୬ ମୁସଲିମ ବିଧାୟକ

azam-Khan

Advertisment

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭାକୁ ୨୦୨୨ରେ ୩୬ ଜଣ ମୁସଲିମ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ୨୦୧୭ରେ ଏହି ସଂଖ୍ୟା ୨୪ ଥିଲା। ଏହାର ଅର୍ଥ ଏଥର ଅଧିକ ସଂଖ୍ୟକ ମୁସଲିମଙ୍କୁ ଲୋକମାନେ ବିଧାନସଭାକୁ ପଠାଇଛନ୍ତ। ଏମାନଙ୍କ ମଧ୍ୟରେ ଅଛନ୍ତି ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ। ସେ ବିଭିନ୍ନ ମାମଲାରେ ଜେଲରେ ଥିଲେ ମଧ୍ୟ ତାଙ୍କୁ ଲୋକଙ୍କ ସମର୍ଥନ ମିଳିଛି

Advertisment

ଏହି ସମର୍ଥନ ବଳରେ ସେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ତାଙ୍କ ପୁଅ ଅବଦୁଲ୍ଲା ଆଜମ ଖାନ ମଧ୍ୟ ସୌର ବିଧାନସଭାରୁ ଜିତିଛନ୍ତି। ଏହି ବାପପୁଅଙ୍କ ବ୍ୟତୀତ ନିର୍ବାଚିତ ହୋଇଥିବା ୩୬ ମୁସଲିମ ପ୍ରାର୍ଥୀଙ୍କ ମଧ୍ୟରେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ମୁକ୍ତାର ଅନସାରୀଙ୍କ ପୁଅ ଆବ୍ବାସ ଓ ପୁତୁରା ସୁହୈବ ମଧ୍ୟ ରହିଛନ୍ତି। ୪୦୩ ବିଧାନସଭା ଆସନ ମଧ୍ୟରୁ ମୁସଲିମ ବିଧାୟକଙ୍କ ସଂଖ୍ୟା ୮.୯୩%। ରାଜ୍ୟରେ ମୁସଲିମ ଲୋକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧୯%।

ଆଜମ ଖାନ ରାମପୁର ଆସନରୁ ପ୍ରାର୍ଥୀ ହୋଇଥିଲେ। ଏଠାରେ ସେ ୧,୨୧,୭୫୫ ଖଣ୍ଡ ଭୋଟ ପାଇଛନ୍ତି। ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ବିଜେପିର ଆକାଶ ସକସେନା ମାତ୍ର ୫୬,୩୬୮ ଖଣ୍ଡ ଭୋଟ ପାଇବାକୁ ସକ୍ଷମ ହୋଇଛନ୍ତି। ସୌରାରେ ଅବଦୁଲ୍ଲା ବିପୁଳ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। ସେ ୧,୨୬,୧୬୨ ଭୋଟ ପାଇଥିଲା ବେଳେ ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ହାଇଦର ଅଲୀ ଖାନ ଓରଫ ହାମଜା ମିଆଁ ୬୫,୦୫୯ ଖଣ୍ଡ ଭୋଟ ହାତେଇଛନ୍ତି। ହାମଜାଙ୍କୁ ବିଜେପିର ସହଯୋଗୀ ଆପନା ଦଳ ଏଠାରୁ ଟିକେଟ ଦେଇଥିଲା।

Advertisment

ମାଉରେ ମୁକ୍ତାରଙ୍କ ପୁଅ ଆବ୍ବାସ ଏସବିଏସ୍‌ପି ଟିକେଟରେ ନିର୍ବାଚନ ଲଢ଼ୁଥିଲେ। ସେ ବିଜେପିର ଅଶୋକ କୁମାର ସିଂହଙ୍କୁ ୩୮,୨୨୭ ଖଣ୍ଡ ଭୋଟରେ ହରାଇଛନ୍ତି। ଗାଜିପୁରର ମହମ୍ମଦବାଦରେ ପୂର୍ବତନ ବିଧାୟକ ଶିବଗାତୁଲ୍ଲା ଅନସାରୀଙ୍କ ପୁଅ ତଥା ମୁକ୍ତାରଙ୍କ ପୁତୁରା ସୁହୈବ ଅନସାରୀ ଜିତିଛନ୍ତି। ଏଠାରେ ତାଙ୍କର ଲଢ଼େଇ ସ୍ଥାନୀୟ ବିଧାୟକ ଅଳକା ରାୟଙ୍କ ସହ ହୋଇଥିଲା। ତେବେ ୧୮,୧୯୯ ଖଣ୍ଡ ଭୋଟ ବ୍ୟବଧାନରେ ସୁହୈବ ବିଜୟ ହାସଲ କରିଛନ୍ତି।

ଚର୍ଚ୍ଚାରେ ଥିବା କୈରାନା ଆସନରେ ସମାଜବାଦୀ ପାର୍ଟି ବିଜୟ ବାନା ଉଡ଼ାଇଛି। ଏହି ଆସନରେ ସପାର ନହିଦ ହାସନ ୧,୩୧,୦୩୫ ଭୋଟ ପାଇଥିବା ବେଳେ ବିଜେପିର ଏମ ସିଂହ ୧,୦୫,୧୪୮ ଭୋଟ ପାଇଛନ୍ତି। ଆଜମଗଡ଼ର ନିଜାମାବାଦରେ ସପା ଭେଟରାନ ୮୫ ବର୍ଷୀୟ ଆଲମ ବଡି ପୁଣିଥରେ ଜିତିଛନ୍ତି। ସେ ବିଜେପିର ମନୋଜ କୁମାରଙ୍କୁ ୩୪,୧୮୭ ଖଣ୍ଡ ଭୋଟରେ ହରାଇଛନ୍ତି।

ମୀରଟର କିଥୋରରେ ସପାର ଶାହିଦ ମଜୁର ଓ ବିଜେପି ସତବୀର ସିଂହଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଥିଲେ। ଶେଷରେ ଶାହିଦ ୨,୧୮୦ ଖଣ୍ଡ ଭୋଟରେ ଜିତିଛନ୍ତି।

ସେହିପରି ମୋରଦାବାଦର କୁଣ୍ଡରକିରେ ସପା ସାଂସଦ ଶୈଫିକୁର ରହମନଙ୍କ ପୁଅ ଜିଆ ଉର ରେହମନ ବିଜେପିର କମଲ କୁମାରଙ୍କୁ ୪୩,୧୬୩ ଖଣ୍ଡ ଭୋଟରେ ହରାଇଛନ୍ତି।

UP Election Assembly Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe