Advertisment

ଏଯାଏ ୪ କୋଟି ଲୋକ ନେଇନାହାନ୍ତି କରୋନା ଟିକାର ଗୋଟିଏ ବି ଡୋଜ୍‌

ନୂଆଦିଲ୍ଲୀ: ଦୀର୍ଘ ୩ ବର୍ଷ ହେଲାଣି ମହାମାରୀ କରୋନା ସାଧାରଣ ଲୋକଙ୍କୁ ଆଉଟ ପାଉଟ କରିବାରେ ଲାଗିଛି। ଏହାକୁ ମାତ ଦେବା ପାଇଁ ଟିକାର ବିକଶିତ କରାଯାଇଛି। ପ୍ରଥମେ ଲୋକଙ୍କ ପାଇଁ କରୋନା ବିରୋଧରେ ୨ଟି ଡୋଜ୍ ନେବାକୁ କୁହାଯାଇଥିବା ବେଳେ ଏବେ ବୁଷ୍ଟର ଡୋଜ୍ ମଧ୍ୟ ଉପଲବ୍ଧ ହୋଇଛି। ଲୋକଙ୍କ ସୁବିଧା ପାଇଁ ସରକାର କରୋନା ଟିକାକୁ ମାଗଣାରେ ସମସ୍ତଙ୍କୁ ଦେଉଛନ୍ତି। ତଥାପି ଦେଶର ୪ କୋଟି ଲୋକ ଏଯାଏ ଟିକାର ଗୋଟିଏ ହେଲେ ବି […]

ଏଯାଏ ୪ କୋଟି ଲୋକ ନେଇନାହାନ୍ତି କରୋନା ଟିକାର ଗୋଟିଏ ବି ଡୋଜ୍‌

Vaccine

Advertisment

ନୂଆଦିଲ୍ଲୀ: ଦୀର୍ଘ ୩ ବର୍ଷ ହେଲାଣି ମହାମାରୀ କରୋନା ସାଧାରଣ ଲୋକଙ୍କୁ ଆଉଟ ପାଉଟ କରିବାରେ ଲାଗିଛି। ଏହାକୁ ମାତ ଦେବା ପାଇଁ ଟିକାର ବିକଶିତ କରାଯାଇଛି। ପ୍ରଥମେ ଲୋକଙ୍କ ପାଇଁ କରୋନା ବିରୋଧରେ ୨ଟି ଡୋଜ୍ ନେବାକୁ କୁହାଯାଇଥିବା ବେଳେ ଏବେ ବୁଷ୍ଟର ଡୋଜ୍ ମଧ୍ୟ ଉପଲବ୍ଧ ହୋଇଛି। ଲୋକଙ୍କ ସୁବିଧା ପାଇଁ ସରକାର କରୋନା ଟିକାକୁ ମାଗଣାରେ ସମସ୍ତଙ୍କୁ ଦେଉଛନ୍ତି। ତଥାପି ଦେଶର ୪ କୋଟି ଲୋକ ଏଯାଏ ଟିକାର ଗୋଟିଏ ହେଲେ ବି ଡୋଜ୍ ନେଇ ନାହାନ୍ତି।

Advertisment

ଲୋକସଭାରେ ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ “ଜୁଲାଇ ୧୮ ସୁଦ୍ଧା ଉପଲବ୍ଧ ଥିବା ତଥ୍ୟ ଅନୁସାରେ ଟିକା ନେବାକୁ ଯୋଗ୍ୟ ବିବେଚିତ ହେଉଥିବା ବୟସ ବର୍ଗର ପ୍ରାୟ ୪ କୋଟି ଲୋକ ଗୋଟିଏ ହେଲେ ବି ଡୋଜ ନେଇନାହାନ୍ତି।” ଦେଶରେ ଲୋକଙ୍କୁ ଦିଆଯାଇଥିବା ୨୦୧ କୋଟି ଡୋଜ୍ ଟିକା ମଧ୍ୟରୁ ୯୭% ଟିକା ସରକାର ମଗଣାରେ ଯୋଗାଇ ଦେଇଛନ୍ତି। ଏହି ୯୭% ଟିକାର ଡୋଜ୍ ଲୋକମାନେ ବିଭିନ୍ନ ସରକାରୀ ଟିକାକରଣ କେନ୍ଦ୍ରରେ ନେଇଛନ୍ତି।

ସେହିପରି ଏବେ ସରକାର ମାଗଣାରେ ବୁଷ୍ଟର ଡୋଜ୍ ଦେବାକୁ ୭୫ ଦିନିଆ ସ୍ୱତନ୍ତ୍ର ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶର ପ୍ରାପ୍ତ ବୟସ୍କଙ୍କୁ ୬.୭୭ କୋଟି ବୁଷ୍ଟର ବା ପ୍ରିକସନ ଡୋଜ ଦିଆଯାଇଛି। ମାର୍ଚ୍ଚ ୧୬ରୁ ସରକାର ୬୦ ବର୍ଷ ବୟସରୁ ଅଧିକ ବର୍ଗରେ ଥିବା ସମସ୍ତ ହିତାଧିକାରୀଙ୍କ ପାଇଁ ବୁଷ୍ଟର ଡୋଜର ବ୍ୟବସ୍ଥା କରିଥିଲେ। ଏହି ବର୍ଗରେ ଥିବା ସବୁ ଲୋକଙ୍କୁ ମାଗଣାରେ ବୁଷ୍ଟର ଡୋଜ୍ ଦିଆଯିବ ବୋଲି ସରକାର କହିଥିଲେ।

Advertisment

ଏପ୍ରିଲ ୧୦ରୁ ୧୮ରୁ ୫୯ ବର୍ଷ ବୟସ ବର୍ଗରେ ଥିବା ଲୋକଙ୍କ ପାଇଁ ବୁଷ୍ଟର ଡୋଜର ବ୍ୟବସ୍ଥା କରାଯାଇଥିଲା। ହେଲେ ଏଥିପାଇଁ ଲୋକଙ୍କୁ ଟଙ୍କା ଦେବାକୁ କୁହାଯାଇଥିଲା। ଏହି କାରଣରୁ ବୁଷ୍ଟର ଡୋଜ୍ ନେବା ପାଇଁ ଲୋକମାନେ ଆଗ୍ରହ ପ୍ରକାଶ କରି ନଥିଲେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଚଳିତ ମାସ ୧୫ ତାରିଖରୁ ୭୫ ଦିନ ପାଇଁ ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ମାଗଣାରେ ବୁଷ୍ଟର ଡୋଜ୍ ଦିଆଯିବ ବୋଲି ଘୋଷଣା କରିଥିଲେ।

ଏହାପରେ ବୁଷ୍ଟର ଡୋଜ୍ ନେବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ସରକାରୀ ତଥ୍ୟ ଅନୁସାରେ, ଦେଶର ୯୮% ପ୍ରାପ୍ତ ବୟସ୍କ ଅତିକମରେ କରୋନାର ଟିକାର ଗୋଟିଏ ଡୋଜ୍ ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe